Posted inଜାତୀୟ

ଏବେ ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ୧୬ ମାସ ବିତିଲେ ବି ହୋଇନି ଅଦଳବଦଳ

ନୂଆଦିଲ୍ଲୀ, ୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମେ ୩୦ରେ ଶପଥ ନେଇଥିଲେ। ଇତିମଧ୍ୟରେ ଦ୍ୱିତୀୟ କାର୍ଯ୍ୟକାଳର ୧୬ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇନି। ପ୍ରଥମ କାର୍ଯ୍ୟକାଳରେ ୬ ମାସ ମଧ୍ୟରେ କ୍ୟାବିନେଟ୍‌ରେ ଅଦଳବଦଳ ହୋଇଥିଲା। ଭାଜପା ସଦସ୍ୟଙ୍କ ଅନୁସାରେ ଶୀଘ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ମାତ୍ର କେତେକଙ୍କ ମତରେ ବିହାର ବିଧାନସଭା ନିର୍ବାଚନ ପରେ ଏହା ହୋଇପାରେ। ନଭେମ୍ବର ୧୦ ପରେ ମୋଦିଙ୍କ କ୍ୟାବିନେଟ୍‌ରେ ସମ୍ପ୍ରସାରଣ କରାଯିବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଛି। ଗୋଟିଏ ବର୍ଷ ମଧ୍ୟରେ ମନ୍ତ୍ରିମଣ୍ଡଳରେ ୩ ପଦବୀ ଖାଲି ହୋଇଯାଇଛି। ୨୦୧୯ ନଭେମ୍ବରରେ ଏନ୍‌ଡ଼ିଏ ସହିତ ସମ୍ପର୍କ ତୁଟିବା ପରେ ଶିବସେନା ସଦସ୍ୟ ଅରବିନ୍ଦ ସାଓ୍ବନ୍ତ ଭାରି ଶିଳ୍ପ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହିପରି କୃଷି ବିଧେୟକକୁ ବିରୋଧ କରି ଶିରୋମଣି ଅକାଳୀ ଦଳରୁ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିବା ହରସିମରତ୍‌ କୌର ୨୦୨୦ ସେପ୍ଟେମ୍ବର ୧୭ରେ ଇସ୍ତଫା ଦେଇଛନ୍ତି। ସେହିପରି ସେପ୍ଟେମ୍ବର ୨୩ରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଛି। ନିୟମ ଅନୁସାରେ ଲୋକସଭାର ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ମନ୍ତ୍ରୀ ଭାବେ କେନ୍ଦ୍ର ସରକାରରେ ସାମିଲ୍‌ ହୋଇ ପାରିବେ। ଅର୍ଥାତ୍‌ ସର୍ବାଧିକ ମନ୍ତ୍ରୀଙ୍କ ସଂଖ୍ୟା ୮୧ ହୋଇପାରିବ। ତେବେ ମୋଦି ‘ମିନିମମ୍‌ ଗଭର୍ନମେଣ୍ଟ୍‌, ମାକ୍ସିମମ୍‌ ଗଭର୍ନେସ୍‌’ ଉପରେ ଗୁରୁତ୍ୱ ଦେଉଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳରେ ମୋଦି ସର୍ବାଧିକ ୭୦ ମନ୍ତ୍ରୀଙ୍କ ସହିତ କାମ କରିଥିଲେ। ଦ୍ୱିତୀୟ କାର୍ଯ୍ୟକାଳରେ ମୋଦି ୫୭ ମନ୍ତ୍ରୀଙ୍କ ସହିତ କାମ ଆରମ୍ଭ କରିଥିଲେ। ସେଥିମଧ୍ୟରେ ୨୪ କ୍ୟାବିନେଟ୍‌, ୯ ସ୍ବତନ୍ତ୍ର ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ରାଷ୍ଟ୍ରମନ୍ତ୍ରୀ ଥିଲେ। ଏବେ ୩ ମନ୍ତ୍ରୀଙ୍କ ପଦ ଖାଲି ହେବାପରେ ମନ୍ତ୍ରୀ ସଂଖ୍ୟା ୫୪କୁ କମି ଆସିଛି। ଭାଜପା ସଂଗଠନ ଛାଡ଼ିଥିବା କେତେକ ନୂଆ ନେତାଙ୍କୁ ସମ୍ପ୍ରସାରଣରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?