ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ନାରୀ ମାନଙ୍କ ଉପରେ ବଢ଼ି ଚାଲିଥିବା ଶାରୀରିକ ଆକ୍ରମଣରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ଅଧ୍ୟକ୍ଷ ଉଦବୋଧନ ଦେଇଥିଲେ। ଇଂରାଜୀ ବିଭାଗ ଅଧ୍ୟାପକ ହର୍ଷ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ଘଟିଯାଇଥିବା କିଛି ଅଘଟଣର ଉଦାହରଣ ଦେଇ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଶିକ୍ଷିକା ଏସ୍ . ଉଷାରାଣୀ ଦୋରା ଏବଂ ରାକ୍ଷୀ କୁମାରୀ ସାହୁ ୩ ଶହରୁ ଊଦ୍ଧର୍ବ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ସମ୍ବଦ୍ଧିିତ ବିଭିନ୍ନ କଳା କୌଶଳ ଶିକ୍ଷା ନିମନ୍ତେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିର ଗୁରୁବାର ଉଦ୍ଯାପିତ ହେବ ।

