ଏବେ ହାଇସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପାଳି

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନକଲି ଶିକ୍ଷକ ନିଯୁକ୍ତି ଚର୍ଚ୍ଚା ଥମିବାର ନଁା ନେଉନି। ଦିନକୁ ଦିନ ଏହି ପ୍ରସଙ୍ଗ ନେଇ ନୂଆକଥା ସାମ୍ନାକୁ ଆସୁଛି। ସେହିପରି ଜିଲା ଶିକ୍ଷା ବିଭାଗ ମଧ୍ୟ ତପତ୍ର ହୋଇପଡ଼ିଛି। ଜିଲାରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଶିକ୍ଷାଗତ, ଡିଗ୍ରୀ ଏବଂ ଅନ୍ୟ ଉଦ୍ଦିଷ୍ଟ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକୁ ବିଭାଗ ପକ୍ଷରୁ ତ୍ୱରାନ୍ବିତ କରାଯାଇଛି। ସମସ୍ତ ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପ୍ରମାଣପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ସରିନାହିଁ। ଅନ୍ୟପଟେ ଜିଲା ଶିକ୍ଷା ବିଭାଗ ଜିଲାରେ ରହିଥିବା ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଶିକ୍ଷାଗତ, ଡିଗ୍ରୀ ତଥା ଉଦ୍ଦିଷ୍ଟ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ଏହି କ୍ରମରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପତ୍ରସଂଖ୍ୟା-୭୨୧୦ ତା-୦୭।୦୮।୨୦୨୪ରିଖରେ ହାଇସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସେଭଳି ପ୍ରମାଣପତ୍ରର ଉଭୟ ସଫ୍ଟକପି ଏବଂ ହାର୍ଡ଼କପି ଦାଖଲ ପାଇଁ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ପ୍ରକାଶ ପାଇବାର ୭ଦିନ ମଧ୍ୟରେ ତାହା ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ(ଡିଇଓ)ଙ୍କ ନିର୍ଦ୍ଦେଶ ରହିଛି।
ତେବେ ଜିଲାରେ ଏଭଳି ଯାଞ୍ଚ ପ୍ରକ୍ରିୟା ନୂଆ ନୂହେଁ। ପୂର୍ବରୁ ଅନେକଥର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନିଯୁକ୍ତିପତ୍ରଠାରୁ ଆରମ୍ଭ କରି ଶିକ୍ଷାଗତ, ଡିଗ୍ରୀ ଆଦି ପ୍ରମାଣପତ୍ର ଯାଞ୍ଚ କରାଯାଇଛି। ହେଲେ ତାହା ସେଭଳି ଯାଞ୍ଚରେ ହିଁ ସୀମିତ ରହିଯାଉଛି। କାଁ ଭାଁ ଅଳ୍ପ କେତେକ ସ୍ଥଳେ ଲୋକ ଦେଖାଣିଆ ଭାବେ କାର୍ଯାନୁଷ୍ଠାନ ନିଆଯାଉଛି ଏବଂ ଅଧିକାଂଶ ସ୍ଥାନରେ ସେଭଳି ଜାଲିଆତିକୁ ଚାପି ଦିଆଯାଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଉଠିବା ପରେ ଗତ କିଛିଦିନ ହେଲା ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ଜିଲା ଉଠୁଛି ଓ ପଡ଼ୁଛି। ତେବେ ଚିରାଚରିତ ଢ଼ଙ୍ଗରେ ଯାଞ୍ଚ ପ୍ରକ୍ରିୟା କିଛିଦିନ ଚାଲିବା ଏବଂ ପରେ ଏଥିପ୍ରତି ଆଖିବୁଜି ବିଭାଗୀୟସ୍ତରରେ ନୀରବତା ଅବଳମ୍ବନ ଯୋଗୁ ନକଲି ଶିକ୍ଷକ ନିଯୁକ୍ତି ତାତି ପୁଣି ପରିଲକ୍ଷିତ ହୋଇଥାଏ। ବର୍ତ୍ତମାନ ଜିଲାରେ ସେଭଳି ସ୍ଥିତି ଉପୁଜିଛି। ଜିଲାର ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଯାଞ୍ଚ ପରେ ଗତ କିଛିଦିନ ତଳେ ୨ଜଣ ନକଲି ଶିକ୍ଷକ ଧରାପଡ଼ିବା ପରେ ଜିଲାରେ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ପୁଣି ଉଠିଛି। ତେବେ ଯାଞ୍ଚ ପ୍ରକ୍ରିୟାରେ ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ସାହୁ ଯେଭଳି ଆଗ୍ରହ ପ୍ରକାଶ କରି ପଦକ୍ଷେପ ନେଲେ, ଅନେକ କ୍ଷେତ୍ରରେ ଜିଲାର ଅନ୍ୟ ବ୍ଳକ ଶିକ୍ଷା ଅଧିକାରୀ ତଥା ଯାଞ୍ଚ ଅଧିକାରୀ ସେଭଳି ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସେମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଯାଞ୍ଚ ପ୍ରକ୍ରିୟାରେ ଅନେକ ନକଲି ଶିକ୍ଷୟିତ୍ରୀ, ଶିକ୍ଷକ ଖସି ଯାଉଛନ୍ତି ବୋଲି ସାଧାରଣରେ ଆଲୋଚିତ ହେଉଛି। ଏହାସତ୍ତ୍ୱେ ସିଆରସିସି, ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ହାତରେ ଯାଞ୍ଚ ପ୍ରକ୍ରିୟା ନ୍ୟସ୍ତ କରି ଦିଆଯାଉଛି। ସେହିପରି ଜିଲାରେ ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ଯେଭଳି ତାତି ବଢ଼ି ଚାଲିଛି, କେବଳ ଶିକ୍ଷୟିତ୍ରୀ, ଶିକ୍ଷକ ନୂହେଁ, ସିଆରସିସିଙ୍କଠାରୁ ଆରମ୍ଭ କରି ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ମଧ୍ୟ ପ୍ରମାଣପତ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ମାତ୍ର ତାହା କରାଯାଉ ନ ଥିବା ଯୋଗୁ ଅନ୍ୟଥର ଭଳି ଏଥର ମଧ୍ୟ ଯାଞ୍ଚପ୍ରକ୍ରିୟା ଦିଗହରା ହୋଇ ପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଫଳରେ ଉଚ୍ଚ ପଦାଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri