ଏବେ ହାଇସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପାଳି

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନକଲି ଶିକ୍ଷକ ନିଯୁକ୍ତି ଚର୍ଚ୍ଚା ଥମିବାର ନଁା ନେଉନି। ଦିନକୁ ଦିନ ଏହି ପ୍ରସଙ୍ଗ ନେଇ ନୂଆକଥା ସାମ୍ନାକୁ ଆସୁଛି। ସେହିପରି ଜିଲା ଶିକ୍ଷା ବିଭାଗ ମଧ୍ୟ ତପତ୍ର ହୋଇପଡ଼ିଛି। ଜିଲାରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଶିକ୍ଷାଗତ, ଡିଗ୍ରୀ ଏବଂ ଅନ୍ୟ ଉଦ୍ଦିଷ୍ଟ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକୁ ବିଭାଗ ପକ୍ଷରୁ ତ୍ୱରାନ୍ବିତ କରାଯାଇଛି। ସମସ୍ତ ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ପ୍ରମାଣପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ସରିନାହିଁ। ଅନ୍ୟପଟେ ଜିଲା ଶିକ୍ଷା ବିଭାଗ ଜିଲାରେ ରହିଥିବା ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଶିକ୍ଷାଗତ, ଡିଗ୍ରୀ ତଥା ଉଦ୍ଦିଷ୍ଟ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ଏହି କ୍ରମରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପତ୍ରସଂଖ୍ୟା-୭୨୧୦ ତା-୦୭।୦୮।୨୦୨୪ରିଖରେ ହାଇସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସେଭଳି ପ୍ରମାଣପତ୍ରର ଉଭୟ ସଫ୍ଟକପି ଏବଂ ହାର୍ଡ଼କପି ଦାଖଲ ପାଇଁ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ପ୍ରକାଶ ପାଇବାର ୭ଦିନ ମଧ୍ୟରେ ତାହା ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ(ଡିଇଓ)ଙ୍କ ନିର୍ଦ୍ଦେଶ ରହିଛି।
ତେବେ ଜିଲାରେ ଏଭଳି ଯାଞ୍ଚ ପ୍ରକ୍ରିୟା ନୂଆ ନୂହେଁ। ପୂର୍ବରୁ ଅନେକଥର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନିଯୁକ୍ତିପତ୍ରଠାରୁ ଆରମ୍ଭ କରି ଶିକ୍ଷାଗତ, ଡିଗ୍ରୀ ଆଦି ପ୍ରମାଣପତ୍ର ଯାଞ୍ଚ କରାଯାଇଛି। ହେଲେ ତାହା ସେଭଳି ଯାଞ୍ଚରେ ହିଁ ସୀମିତ ରହିଯାଉଛି। କାଁ ଭାଁ ଅଳ୍ପ କେତେକ ସ୍ଥଳେ ଲୋକ ଦେଖାଣିଆ ଭାବେ କାର୍ଯାନୁଷ୍ଠାନ ନିଆଯାଉଛି ଏବଂ ଅଧିକାଂଶ ସ୍ଥାନରେ ସେଭଳି ଜାଲିଆତିକୁ ଚାପି ଦିଆଯାଉଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଉଠିବା ପରେ ଗତ କିଛିଦିନ ହେଲା ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ଜିଲା ଉଠୁଛି ଓ ପଡ଼ୁଛି। ତେବେ ଚିରାଚରିତ ଢ଼ଙ୍ଗରେ ଯାଞ୍ଚ ପ୍ରକ୍ରିୟା କିଛିଦିନ ଚାଲିବା ଏବଂ ପରେ ଏଥିପ୍ରତି ଆଖିବୁଜି ବିଭାଗୀୟସ୍ତରରେ ନୀରବତା ଅବଳମ୍ବନ ଯୋଗୁ ନକଲି ଶିକ୍ଷକ ନିଯୁକ୍ତି ତାତି ପୁଣି ପରିଲକ୍ଷିତ ହୋଇଥାଏ। ବର୍ତ୍ତମାନ ଜିଲାରେ ସେଭଳି ସ୍ଥିତି ଉପୁଜିଛି। ଜିଲାର ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଯାଞ୍ଚ ପରେ ଗତ କିଛିଦିନ ତଳେ ୨ଜଣ ନକଲି ଶିକ୍ଷକ ଧରାପଡ଼ିବା ପରେ ଜିଲାରେ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ପୁଣି ଉଠିଛି। ତେବେ ଯାଞ୍ଚ ପ୍ରକ୍ରିୟାରେ ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ସାହୁ ଯେଭଳି ଆଗ୍ରହ ପ୍ରକାଶ କରି ପଦକ୍ଷେପ ନେଲେ, ଅନେକ କ୍ଷେତ୍ରରେ ଜିଲାର ଅନ୍ୟ ବ୍ଳକ ଶିକ୍ଷା ଅଧିକାରୀ ତଥା ଯାଞ୍ଚ ଅଧିକାରୀ ସେଭଳି ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସେମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଯାଞ୍ଚ ପ୍ରକ୍ରିୟାରେ ଅନେକ ନକଲି ଶିକ୍ଷୟିତ୍ରୀ, ଶିକ୍ଷକ ଖସି ଯାଉଛନ୍ତି ବୋଲି ସାଧାରଣରେ ଆଲୋଚିତ ହେଉଛି। ଏହାସତ୍ତ୍ୱେ ସିଆରସିସି, ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ହାତରେ ଯାଞ୍ଚ ପ୍ରକ୍ରିୟା ନ୍ୟସ୍ତ କରି ଦିଆଯାଉଛି। ସେହିପରି ଜିଲାରେ ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ଯେଭଳି ତାତି ବଢ଼ି ଚାଲିଛି, କେବଳ ଶିକ୍ଷୟିତ୍ରୀ, ଶିକ୍ଷକ ନୂହେଁ, ସିଆରସିସିଙ୍କଠାରୁ ଆରମ୍ଭ କରି ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ମଧ୍ୟ ପ୍ରମାଣପତ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ମାତ୍ର ତାହା କରାଯାଉ ନ ଥିବା ଯୋଗୁ ଅନ୍ୟଥର ଭଳି ଏଥର ମଧ୍ୟ ଯାଞ୍ଚପ୍ରକ୍ରିୟା ଦିଗହରା ହୋଇ ପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଫଳରେ ଉଚ୍ଚ ପଦାଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri