ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ମଙ୍ଗଳବାର ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ପାଇକ ଏବଂ ଆଇନଜୀବୀ ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶର ନାରୀ ସୁରକ୍ଷିତ ରହିଲେ ହିଁ ଦେଶ ସୁରକ୍ଷିତ ରହିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିବା ସହ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସମସ୍ତ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ନେଇ ନିଜକୁ ଦକ୍ଷ କରିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟଯକ୍ରମ ପରିଚାଳନାରେ ଭାରତ ସ୍କାଉଟ ଓ ଗାଇଡର ପ୍ରଶିକ୍ଷକ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଲିଙ୍ଗରାଜ ପାଣିଗ୍ରାହୀ, ଅଧ୍ୟାପିକା ସସ୍ମିତା ପ୍ରଧାନ ଏବଂ କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରଶ୍ମିତା କୁମାରୀ ମେକାପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ଯୋଗାଇ ସୁନ୍ଦରଗଡ ଜିଲାରୁ ଫେରିଥିବା ଭାରତ ସ୍କାଉଟ ଓ ଗାଇଡର ଛାତ୍ରୀଛାତ୍ର ମାନଙ୍କୁ କଲେଜ ପକ୍ଷରୁ ସମ୍ମାନିତ କରାଯାଇଥିଲା।


