ଏବେ ଅଫିସକୁ ଜିନ୍ସ୍‌ ପିନ୍ଧି ଆସିବା ମନା !

ନୂଆଦିଲ୍ଲୀ, ୨୭।୮: ଅଫିସ୍‌କୁ ଶର୍ଟସ୍‌, ଟାଇଟ୍‌ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍‌ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ କରିଛି। ସେହିପରି ସ୍ଲିପର ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ଦ୍ୱାରା ଏୟାର ଇଣ୍ଡିଆର ଛବି ଉପରେ ଆଞ୍ଚ୍‌ ଆସୁଥିବା କୁହାଯାଇଛି। ପ୍ରତି କର୍ମଚାରୀ ଏୟାର ଇଣ୍ଡିଆର ବ୍ରାଣ୍ଡ୍‌ ଆମ୍ବାସଡ଼ର। ଏପରିସ୍ଥଳେ କର୍ମଚାରୀଙ୍କ ପୋଷାକ ଏୟାର ଇଣ୍ଡିଆର ଛବିକୁ ପ୍ରଭାବିତ କରିଥାଏ। ଏହି ନିୟମ ପାଳନ ନକଲେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Share