Categories: ବାଣିଜ୍ୟ

୧୨ ଘଣ୍ଟା ଚପଲ ପିନ୍ଧିଲେ କମ୍ପାନୀ ଦେବ ୪ ଲକ୍ଷ ଟଙ୍କା

ମହାମାରୀ କରୋନା ଯୋଗୁ ବେରୋଜଗାର ବୃଦ୍ଧି ପାଇଛି। ଅନେକ ଲୋକ ନିଜର ଚାକିରି ହରାଇଛନ୍ତି। ମାତ୍ର ଏବେ ଘରେ ବସିରହି ଲକ୍ଷ ଲକ୍ଷ ଟଙ୍କା ଆୟ କରିବାର ଅଫର ଆସିଛି। ଏଥିପାଇଁ ବେଶୀ କିଛି ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। କେବଳ ପାଦରେ ଚପଲ ପିନ୍ଧି କିପରି ଅନୁଭବ କରୁଛନ୍ତି ତାହା କହିବାକୁ ପଡ଼ିବ, ଚପଲ କେତେ ଆରାମଦାୟକ ? କେବଳ ଏତିକି କହିବା ଦ୍ୱାରା କମ୍ପାନୀ ଆପଣଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କା କ୍ରେଡିଟ କରିଦେବ।
ବେଡରୁମ୍‌ ଆଥଲେଟିକ୍ସ ନାମକ ଏହି କମ୍ପାନୀ ସ୍ଲିପର ଟେଷ୍ଟର ଭେକେନ୍ସି ବାହାର କରିଛି। ଏଥିପାଇଁ ଯେ କେହି ବି ଆପ୍ଲାଏ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ www.bedroomathletics.com ରେ ଯାଇ ଫର୍ମ ପୂରଣ କରିପାରିବେ। ସୋସିଆଲ ମିଡିଆରେ ଏହି ଚପଲ କମ୍ପାନୀର ବିଜ୍ଞାପନ ଏବେ ଭାଇରାଲ ହେବାରେ ଲାଗିଛି। କେବଳ ଘରେ ବସି ଉକ୍ତ କମ୍ପାନୀ ଚପଲ ପିନ୍ଧି ସଚ୍ଚୋଟତାର ସହିତ ସମୀକ୍ଷା କରିବାକୁ ପଡ଼ିବ। ଏତିକି କରିବା ଦ୍ୱାରା ୪ ବର୍ଷ ପର୍ଯ୍ୟନ୍ତ କମ୍ପାନୀ ବାର୍ଷିକ ଦରମା ଦେବ।
ଏହି କମ୍ପାନୀ ଗତ ବର୍ଷ ମଧ୍ୟ ଭେକେନି୍ସ ବାହାର କରିଥିଲା। ଏହା ପରେ କମ୍ପାନୀକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା।
ଏଥର କମ୍ପାନୀ ୨ଟି ପଦବୀ ପାଇଁ ଭେକେନ୍ସ ବାହାର କରିଛି। ଗୋଟିଏ ପୋଷ୍ଟ ମହିଳାଙ୍କ ପାଇଁ ରହିଥିବା ବେଳେ ଅନ୍ୟଟି ପୁରୁଷଙ୍କ ପାଇଁ। କେବଳ କମ୍ପାନୀର ଚପଲ ପିନ୍ଧି କିପରି ଅନୁଭବ ହେଉଛି ତାହା କହିବାକୁ ପଡ଼ିବ। ଆପଣଙ୍କ ସମୀକ୍ଷାକୁ ଆଧାର କରି କମ୍ପାନୀ ଆହୁରି ଭଲ ଚପଲ ତିଆରି କରିବାକୁ ଚେଷ୍ଟା କରିବ। ଏହି ଚାକିରିରେ ମାସକୁ କେବଳ ୨ ଦିନ ଚପଲ ପିନ୍ଧି ଟେଷ୍ଟ କରିବାକୁ ପଡ଼ିବ। ମାତ୍ର ଏଥିପାଇଁ ଦିନକୁ ୧୨ ଘଣ୍ଟା ଚପଲ ପିନ୍ଧିବାକୁ ପଡ଼ିବ।
କମ୍ପାନୀ ବିଜ୍ଞାପନରେ ଲେଖିଛନ୍ତି ଯେ, ଚପଲ ସାଙ୍ଗକୁ ରାତି ପୋଷାକ ମଧ୍ୟ ପିନ୍ଧି ପରୀକ୍ଷା କରିବାକୁ ପଡ଼ିବ। ଯଦି ଆପଣ ଏହି କାମ କରିବାକୁ ଚାହୁଁଛନ୍ତି ତେବେ, କମ୍ପାନୀର ସାଇଟ୍‌ରେ ଥିବା ଲିଙ୍କ୍‌ରେ କହିବାକୁ ପଡ଼ିବ ଯେ, ଏଥିପାଇଁ ଆପଣ କାହିଁକି ଉପଯୁକ୍ତ ଏବଂ କମ୍ପାନୀ ଆପଣଙ୍କୁ କ’ଣ ପାଇଁ ଏଥିରେ ନିଯୁକ୍ତ ଦେବ? ଆପଣଙ୍କ ଉତ୍ତରରେ ସନ୍ତୁଷ୍ଟ ହେବା ପରେ କମ୍ପାନୀ ଏଥିପାଇଁ ଆପଣଙ୍କ ସହ କଣ୍ଟ୍ରାକ୍ଟ କରିବ।

Share