Posted inଜାତୀୟ

ଏଣିକି ୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କଫ୍‌ ସିରପ୍‌ ମନା

ନୂଆଦିଲ୍ଲୀ,୩ା୧୦: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନକଲି କଫ୍‌ ସିରପ୍‌ ଖାଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ତେବେ ଉକ୍ତ ସିରପ୍‌ରେ ସେଭଳି କ୍ଷତିକାରକ ଉପାଦାନ ନ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହ ସତ୍ତ୍ୱେ କେନ୍ଦ୍ର ସରକାର ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି କରି ଛୋଟ ପିଲାମାନଙ୍କ ପାଇଁ କଫ୍‌ ସିରପ୍‌ର ତର୍କସଙ୍ଗତ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କଫ୍‌ ସିରପ୍‌ ନ ଦେବା ଏବଂ ୫ ବର୍ଷରୁ କମ୍‌ ବୟସର ପଲାଙ୍କୁ କଫ୍‌ ସିରପ୍‌ ଖାଇବାକୁ ସାଧାରଣ ଭାବେ ପରାମର୍ଶ ନ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ମଧ୍ୟପ୍ରଦେଶର ଛିନ୍ଦାଓ୍ବାରରେ କଫ୍‌ ସିରପ୍‌ ଖାଇଥିବା ୯ ଜଣ ଶିଶୁଙ୍କ ଠାରେ କିଡ୍‌ନୀଜନିତ ଜଟିଳତା ଦେଖାଦେବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ କଫ୍‌ ସିରପ୍‌ ନମୁନା ପରୀକ୍ଷାରୁ ସେଥିରେ ଡାଇଇଥାଇଲିନ୍‌ ଗ୍ଲାଇକୋଲ (ଡିଇଜି) କିମ୍ବା ଇଥାଇଲିନ୍‌ ଗ୍ଲାଇକୋଲ (ଇଜି) ନ ଥିବା ଜଣାପଡ଼ିଛି। ଏହି ଉପାଦାନ କିଡ୍‌ନୀକୁ ଗୁରୁତର କ୍ଷତି ପହଞ୍ଚାଇଥାଏ। ସେହିପରି ରାଜସ୍ଥାନରେ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ନମୁନା ପରୀକ୍ଷାରୁ ପ୍ରୋପାଇଲିନ୍‌ ଗ୍ଲାଇକୋଲ୍‌ ମିଳିନାହଁ, ଯାହାକି ଡିଇଜି କିମ୍ବା ଇଜିର ସମ୍ଭାବ୍ୟ ଉତ୍ସ ହୋଇପାରେ। ତେବେ ଉକ୍ତ ଉତ୍ପାଦଗୁଡ଼ିକ ଡିକ୍‌ଟ୍ରୋମେଥୋର୍ଫାନ୍‌ ଆଧାରିତ ଫର୍ମୁଲା, ଯାହା ଶିଶୁମାନଙ୍କ ବ୍ୟବହାର ପାଇଁ ସୁପାରିସ କରାଯାଇ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରିକରି ଶିଶୁମାନଙ୍କ କ୍ଷେତ୍ରରେ କଫ୍‌ ସିରପ୍‌ର ବ୍ୟବହାର ସୀମିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଶିଶୁରୋଗ ବିଭାଗ ମୁଖ୍ୟ ତଥା ଆସୋସିଏଟ୍‌ ପ୍ରଫେସର ଡ. ପଓ୍ବନ ନନ୍ଦୁର୍‌କର କହିଛନ୍ତି, ମଧ୍ୟପ୍ରଦେଶରେ ୯ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ସେମାନେ କାଶ ପାଇଁ ବ୍ୟବହୃତ କୋଲ୍ଡରିଫ୍‌ ସିରପ୍‌ ଖାଇଥିଲେ। ଏବେ ଉକ୍ତ ସିରପ୍‌କୁ ସମସ୍ତେ ଦୋଷ ଦେଉଛନ୍ତି। ଏହା ଉପରେ ତଦନ୍ତ ଚାଲିଥିବାବେଳେ କିଡ୍‌ନୀ କ୍ଷତ ଅନ୍ୟ କେତେକ କାରଣରୁ ହୋଇଥାଇପାରେ ବୋଲି ସେ କହିଛନ୍ତି। କୋଲ୍ଡରିଫ୍‌ ଏବଂ ନେଷ୍ଟୋ ଡିଏସ୍‌ କଫ୍‌ ସିରପ୍‌ ବିକ୍ରିକୁ ଜିଲା ପ୍ରଶାସନ ବନ୍ଦ ରଖିଥିବାବେଳେ ପରୀକ୍ଷା ରିପୋର୍ଟରେ ଉକ୍ତ ସିରପ୍‌ରେ କ୍ଷତିକାରକ ଉପାଦାନ ନ ଥିବା ସ୍ପଷ୍ଟ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନର ବୈଜ୍ଞାନିକ ଏବଂ ମଧ୍ୟପ୍ରଦେଶର ଅନ୍ୟ ସଂସ୍ଥାଗୁଡ଼ିକ କଫ୍‌ ସିରଫ ନମୁନା ସଂଗ୍ରହ କରି ତାହାର ପରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri