ସବ୍‌ପ୍ଲଟ୍‌୍‌ ମାଲିକଙ୍କୁ ବିଜ୍ଞପ୍ତି କଣ୍ଟା

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଲେ’ ଆଉଟ ପ୍ଲାନ ଅନୁମୋଦନ ହୋଇ ନ ଥିବା ପ୍ଲଟ୍‌ର ସବ୍‌ପ୍ଲଟ୍‌(ଛୋଟ ଜମି)ଗୁଡ଼ିକରେ ଘର ନିର୍ମାଣକୁ ବେଆଇନ ଘୋଷଣା କରାଯାଇଛି। ତଦନୁଯାୟୀ ୨୦୧୭ ମେ’ ପରଠାରୁ ସବ୍‌ପ୍ଲଟ୍‌କୁ ପ୍ଲାନ ଅନୁମୋଦନ ଦିଆଯାଉନାହିଁ। ପର୍ଯ୍ୟାପ୍ତ ରାସ୍ତା ଅଭାବରୁ ସମସ୍ତ ଘରକୁ ପାନୀୟ ଜଳ, ସ୍ବେରେଜ, ଡ୍ରେନ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ସମସ୍ୟା ଦେଖାଦେଉଥିବାରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଟକଣା ଲଗାଯାଇଛି। ଏହି କଟକଣା ସହରାଞ୍ଚଳରେ ସବ୍‌ପ୍ଲଟ୍‌ରେ ଘର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଣ୍ଟା ହୋଇଛି। ଭୁବନେଶ୍ୱର, କଟକ ଭଳି ସହରରେ ଛୋଟ ପ୍ଲଟ୍‌ ଖଣ୍ଡେ କିଣିଥିବା ଲୋକେ ପ୍ଲାନ ନ ପାଇ ହତାଶ ହେଉଛନ୍ତି। ଫଳରେ ଅନେକ ସବ୍‌ପ୍ଲଟ୍‌ରେ ବେଆଇନ ଘର ନିର୍ମାଣ ବଢ଼ିଚାଲିଛି। ସହରରେ ଯୋଜନାବଦ୍ଧ ଘର ନିର୍ମାଣ ହେବା ପରିବର୍ତ୍ତେ ଅବ୍ୟବସ୍ଥିତ ବେଆଇନ ଗୃହରେ ଭରିଯାଉଛି। ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ସମସ୍ୟାର କାରଣ ହେବ ବୋଲି ଆର୍କିଟେକ୍ଟମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ଚିନ୍ତାର ବିଷୟ ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ଜମି ମାଲିକମାନେ ବିନା ଦ୍ୱିଧାରେ ଲେ’ ଆଉଟ ପ୍ଲାନ ଅନୁମୋଦନ ନ କରି ଜମି ବିକ୍ରିି କରି ଚାଲିଛନ୍ତି। ନିର୍ଦ୍ଦେଶନାମା ସମ୍ପର୍କରେ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରା ନ ଯିବାରୁ ଲୋକମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଛୋଟ ପ୍ଲଟ କିଣି ଚାଲିଛନ୍ତି। ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗ ସହ କୌଣସି ଆଲୋଚନା କରାଯାଇ ନାହିଁ। କାରଣ ରାଜସ୍ବ ପାଇବା ଆଶାରେ ରାଜସ୍ବ ବିଭାଗ ଜମି କିଣାବିକା ଜାରି ରଖିଥିବା ବେଳେ ଖରିଦ କରୁଥିବା ଲୋକମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଜମି ପଞ୍ଜୀକରଣ ବେଳେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ସବ୍‌ରେଜିଷ୍ଟ୍ରାରମାନେ ଗୁରୁତ୍ୱ ନ ଦେଇ ରାଜସ୍ବ ପାଇବା ଲାଗି ଜମି କିଣାବିକାକୁ ଅନୁମତି ଦେଉଛନ୍ତି। ରାଜସ୍ବ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଭୁବନେଶ୍ୱରରେ ନଭେମ୍ବରରେ ୧୪୦୨ ଜମି କିଣାବିକା ହୋଇଛି। ସେଥିରୁ ପ୍ରାୟ ୬୦ ପ୍ରତିଶତ ସବ୍‌ପ୍ଲଟ୍‌୍‌ ପଞ୍ଜୀକରଣ ହୋଇଛି। ଭୁବନେଶ୍ୱର ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ମୃତ୍ୟୁଞ୍ଜୟ ତ୍ରିପାଠୀ କହିଛନ୍ତି, ଦିନକୁ ପ୍ରାୟ ୧୦/୧୨ ପ୍ଲଟ୍‌ ରେଜିଷ୍ଟ୍ରି ହେଉଛି। ସେଥିରୁ ପ୍ରାୟ ଅଧାଭାଗ ସବ୍‌ପ୍ଲଟ୍‌୍‌ ରହୁଛି। ନିୟମ ଅନୁଯାୟୀ ଜମି ରେଜିଷ୍ଟ୍ରି କରାଯାଉଛି।
ଗୋଟିଏ ପଟେ ସବ୍‌ପ୍ଲଟ୍‌୍‌ କିଣାବିକାରେ କୌଣସି ପ୍ରତିବନ୍ଧକ ନ ଥିବାବେଳେ ଅନ୍ୟ ପଟେ ନଗର ଉନ୍ନୟନ କର୍ତ୍ତୃପକ୍ଷମାନେ ସରକାରୀ ନିର୍ଦ୍ଦେଶନାମାକୁ ଆଳ କରି ପ୍ଲାନ ଅନୁମୋଦନ ଦେଉ ନ ଥିବାରୁ ବେଳକୁ ବେଳ ସମସ୍ୟା ଜଟିଳ ହେବାରେ ଲାଗିଛି। ଭୁବନେଶ୍ୱରରେ ଘର ନିର୍ମାଣ କରିବାକୁ ବିଡିଏରେ ଅନୁମୋଦନ ପାଇଁ ଆସିଥିବା ସର୍ବେଶ୍ୱର ସାହୁଙ୍କ କହିବା ଅନୁଯାୟୀ, ସବ୍‌ପ୍ଲଟ୍‌ ପ୍ଲାନ ଅନୁମୋଦନ ଉପରେ ସରକାର କଟକଣା ଲଗାଇଥିବା ସେ ପୂର୍ବରୁ ଜାଣି ନ ଥିଲେ। ଏବେ ତାଙ୍କ ସବ୍‌ପ୍ଲଟ୍‌୍‌ରେ ଘର ତିଆରି ପାଇଁ ପ୍ଲାନ ମିଳିପାରୁ ନ ଥିବାରୁ ବ୍ୟାଙ୍କ ଋଣ ମଧ୍ୟ ମିଳୁ ନାହିଁ। ସବ୍‌ପ୍ଲଟ୍‌ କଟକଣାକୁ ହଟାଇଲେ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପ୍ରାୟ ୨ ଲକ୍ଷ ଘର ବେଆଇନ ଭାବେ ଗଢିଉଠିଛି। ଏ ସମ୍ପର୍କରେ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି, କମ୍‌ ଚଉଡା ରାସ୍ତା କିମ୍ବା ରାସ୍ତା ନ ଥାଇ ମନଇଚ୍ଛା ଘର ନିର୍ମାଣକୁ ରୋକିବା ସକାଶେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜମି କିଣିବା ପୂର୍ବରୁ ଲୋକମାନେ ପ୍ଲଟ୍‌ ସମ୍ପର୍କରେ ଭଲ ଭାବେ ଜାଣିବା ଦରକାର। ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ସମସ୍ତ ବିଷୟ ବୁଝି ଜମି କିଣିବା କଥା। ସରକାରୀ ସ୍ତରରେ ଏହା ଉପରେ ଯାହା ନିଷ୍ପତ୍ତି ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଜମି ଖରିଦ ବିକ୍ରି କରିବା ରାଜସ୍ବ ବିଭାଗର କାମ। ଯଦି କୌଣସି ବିଭାଗ କଟକଣା ଜାରି କରୁଛନ୍ତି ସେ ବିଷୟରେ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ଜନସାଧାରଣ ଅସୁବିଧାରେ ପଡ଼ନ୍ତେ ନାହିଁ। କଟକଣା ବିଷୟରେ ରାଜସ୍ବ ବିଭାଗକୁ ଅବଗତ କରା ନ ଯିବା ସମ୍ପର୍କରେ ଜାଣିବା ପାଇଁ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ଙ୍କୁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରି ନ ଥିଲେ।
ଅନ୍ୟପକ୍ଷରେ ଘର କରିବା ପାଇଁ ପ୍ଲାନ ନେବା ମଧ୍ୟ ମହଙ୍ଗା ହୋଇଛି। ଫଳରେ ବେଆଇନ ନିର୍ମାଣ ବୃଦ୍ଧି ପାଇଚାଲିଛି। ଭୁବନେଶ୍ୱର ସହର ପରିସୀମା ଭିତରେ ଯଦି କୌଣସି ବ୍ୟକ୍ତି ଘର କରିବାକୁ ଚାହିଁବେ ତେବେ ତାଙ୍କୁ ୧ ହଜାର ବର୍ଗଫୁଟ ପ୍ଲାନ ଅନୁମୋଦନ ପାଇଁ ଅତିକମ୍‌ରେ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ଲାନ ଅନୁମୋଦନ ପୂର୍ବରୁ ପ୍ରତି ବର୍ଗଫୁଟକୁ ଶ୍ରମିକ ସେସ୍‌ ବାବଦରେ ୧୭ ଟଙ୍କା ୫୦ ପଇସା, ସାଙ୍କଶନ ଫି ବାବଦରେ ପ୍ରତି ବର୍ଗଫୁଟକୁ ୧ ଟଙ୍କା ୫୦, ସ୍କ୍ରୁଟିନ୍‌ ଫି ବାବଦକୁ ପ୍ରତି ବର୍ଗଫୁଟକୁ ୨ଟଙ୍କା ୬୦ ପଇସା ଏବଂ ୨୦୧୭ ପୂର୍ବରୁ ଯଦି ସବ୍‌ପ୍ଲଟ୍‌ ହୋଇଥିବ ତେବେ ଉକ୍ତ ପ୍ଲଟର ପ୍ରତି ବର୍ଗଫୁଟକୁ ବେଞ୍ଚମାର୍କ ମୂଲ୍ୟର ୧ ପ୍ରତିଶତ ହିସାବରେ ଜମା ଦେବାକୁ ହେବ। ଫଳରେ ଲୋକମାନେ ପ୍ଲାନ ନ ନେଇ ଘର ନିର୍ମାଣ କରୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ପୁରୀ, ରାଉରକେଲା ଭଳି ବଡ଼ ବଡ଼ ସହରରେ ବେଆଇନ ନିର୍ମାଣ ବହୁମାତ୍ରାରେ ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri