ଭୂତଳ ରାସ୍ତା ନିର୍ମାଣ ପାଇଁ ନୋଟିସ

ଯାଜପୁର,୧୪।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ୍‌ ରେଳଷ୍ଟେଶନର ଗୋପବନ୍ଧୁ ଛକ ନିକଟରେ ଏକ ଭୂତଳ ରାସ୍ତା ବା ଗଳିପୋଲ ନିର୍ମାଣ କରିବାକୁ ବ୍ୟାସନଗର ତହସିଲ ପକ୍ଷରୁ ସର୍ବସାଧାରଣ ନୋଟିସ ପ୍ରକାଶ ପାଇଛି। ଏହାପରେ ଦୀର୍ଘଦିନର ଦାବି ଗଳିପୋଲ କିମ୍ବା ରେଲୱେ ଫ୍ଲାଇଓଭର ବ୍ରିଜ ନିର୍ମାଣର ଆଶା ଉଜ୍ଜୀବିତ ହୋଇଛି। ତେବେ ଉକ୍ତ ଗଳିପୋଲ ପୁରୁଣା ଦଳା ଓଭରବ୍ରିଜ୍‌ଠାରୁ ପ୍ରାୟ ୨୦୦ମିଟର ଦୂରରେ କରିବାକୁ ପ୍ରସ୍ତାବ ରହିଛି। ଯଦି ସାଇମନ୍ଦିର ଫାଟକ ନିକଟରେ ଉକ୍ତ ଗଳିପୋଲ ନିର୍ମାଣ ତେବେ ସାଧାରଣ ଲୋକେ ଅଧିକ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।
ତହସିଲ ପକ୍ଷରୁ ହୋଇଥିବା ନୋଟିସ ଅନୁଯାୟୀ ପୂର୍ବତଟ ରେଳପଥ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନର ଫାଟକ ନମ୍ବର ୧୪୦(ଗୋପବନ୍ଧୁ ଛକ ନିକଟ)କୁ ବନ୍ଦ କରି ସେଠାରେ ଏକ ଗଳିପୋଲ ନିର୍ମାଣ ପାଇଁ ରେଲୱେ କର୍ତ୍ତୃପକ୍ଷ ସହମତି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ ନହକା ମୌଜା ଖାତା ନମ୍ବର ୨୧୨ର ପ୍ଲଟ ନମ୍ବର ୬୪୩/୬୫୭, ୬୪୩/୬୫୮, ୬୪୩/୬୫୯, ୬୪୨/୬୬୦ ଓ ୬୪୨/୬୬୧ ସମସ୍ତ ପତିତ ଜମି ବ୍ୟବହାର ହେବ। ଏହା ଉପରେ ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ଉକ୍ତ ନୋଟିସ ପ୍ରକାଶ ହେବାର ୧୫ ଦିନ ମଧ୍ୟରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଏହି ନୋଟିସ ପ୍ରକାଶ ପାଇବା ପରେ ଗଳିପୋଲ ନିର୍ମାଣ ସମ୍ଭାବନା ଦେଖାଦେଇଛି।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳଲାଇନ ଦୁଇ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଇତ୍ୟାଦି ଅନୁଷ୍ଠାନ ରହିଛି। ଏହାବାଦ ପୌରାଞ୍ଚଳର ଗଣେଶ ବଜାର, ନ୍ୟୁ ମାର୍କେଟ, ଝାଟିଆସାହି, ମହତାବ ନଗର, ଗୋଶାଳା, କୋପଣ୍ଡ, ମୁଣ୍ଡୋମାଳ, ଖଣ୍ଡାହତା, ବେଣୁପୁର ଆଦି ୱାର୍ଡଗୁଡ଼ିକ ରହିଛି। ଏହି ରେଳଲାଇନ ଉପରେ କୌଣସି ଫ୍ଲାଏଓଭର ବ୍ରିଜ କିମ୍ବା ଗଳିପୋଲ ନିର୍ମାଣ ହୋଇ ନଥିବାରୁ ରେଳୱେ ଫାଟକ ସହରବାସୀଙ୍କ ପାଇଁ ଦୁଃଖ ବୋଲି ଅଭିହିତ କରାଯାଉଛି। ଏହିକ୍ରମରେ ସହରବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଆଦି କରାଯାଇଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନର ସାଇମନ୍ଦିର ନିକଟ ରେଳ ଫାଟକରେ ଫ୍ଲାଇଓଭର ବ୍ରିଜ ଏବଂ ଲିମିଟେଡ୍‌ ହାଇଟ୍‌ ସବ୍‌ଓ୍ବେ (ଏଲ୍‌ଏଚ୍‌ଏସ୍‌) ନିର୍ମାଣ ପାଇଁ ନକ୍ସା ଅନୁମୋଦିତ ହୋଇଥିଲା। ଏଥିପାଇଁ ରେଲଓ୍ବେ ପକ୍ଷରୁ ୮୧ କୋଟି ୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଜମି ଅଧିଗ୍ରହଣ ହୋଇ ପାରୁ ନ ଥିବାରୁ ଫ୍ଲାଏଓଭର ବ୍ରିଜ୍‌ ଘୋଷଣାରେ ସୀମିତ ରହିଛି। ଜନସ୍ବାର୍ଥ ମାମଲା ନମ୍ବର ୧୪୪୨୫/୧୪ ରାୟ ପରିପ୍ରେକ୍ଷୀରେ ରେଲଓ୍ବେ ଯାଜପୁର ରୋଡ୍‌ ୧୪୨ ନମ୍ବର(ସାଇ ମନ୍ଦିର) ରେଳ ଫାଟକ ନିକଟରେ ଓଭରବ୍ରିଜ୍‌ ଓ ସ୍ଥାନୀୟ ଗମନାଗମନ ପାଇଁ ରେଳ ଲାଇନ ତଳେ ଏକ ଗଳିପୋଲ ନିର୍ମାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ଭାଗିଦାରୀରେ ଉପରୋକ୍ତ ଅର୍ଥ ମଞ୍ଜୁର ହୋଇ ସାରିଛି। ଫ୍ଲାଇଓଭର ବ୍ରିଜ ନିର୍ମାଣ ରାଜ୍ୟ ସରକାରଙ୍କ ସହଯୋଗ ଉପରେ ନିର୍ଭର କରୁଛି ଏବଂ ଗଳିପୋଲ ୬ ମାସରୁ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବରେ ନିର୍ମାଣ ହେବ ବୋଲି ରେଲଓ୍ବେ୍ବ ଖୋର୍ଦ୍ଧା ଡିଭିଜନର ବରିଷ୍ଠ ଡେପୁଟି ଫାଇନାନ୍ସ ମ୍ୟାନେଜର ହିମାଂଶୁ ଭୂଣେ ବିଶ୍ୱାଳ ବ୍ୟାସନଗର ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ଅନୁସାରେ ପ୍ରଥମ ପାଦ ଆଗେଇ ଥିବା ଏହି ନୋଟିସରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri