ଭୂତଳ ରାସ୍ତା ନିର୍ମାଣ ପାଇଁ ନୋଟିସ

ଯାଜପୁର,୧୪।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ୍‌ ରେଳଷ୍ଟେଶନର ଗୋପବନ୍ଧୁ ଛକ ନିକଟରେ ଏକ ଭୂତଳ ରାସ୍ତା ବା ଗଳିପୋଲ ନିର୍ମାଣ କରିବାକୁ ବ୍ୟାସନଗର ତହସିଲ ପକ୍ଷରୁ ସର୍ବସାଧାରଣ ନୋଟିସ ପ୍ରକାଶ ପାଇଛି। ଏହାପରେ ଦୀର୍ଘଦିନର ଦାବି ଗଳିପୋଲ କିମ୍ବା ରେଲୱେ ଫ୍ଲାଇଓଭର ବ୍ରିଜ ନିର୍ମାଣର ଆଶା ଉଜ୍ଜୀବିତ ହୋଇଛି। ତେବେ ଉକ୍ତ ଗଳିପୋଲ ପୁରୁଣା ଦଳା ଓଭରବ୍ରିଜ୍‌ଠାରୁ ପ୍ରାୟ ୨୦୦ମିଟର ଦୂରରେ କରିବାକୁ ପ୍ରସ୍ତାବ ରହିଛି। ଯଦି ସାଇମନ୍ଦିର ଫାଟକ ନିକଟରେ ଉକ୍ତ ଗଳିପୋଲ ନିର୍ମାଣ ତେବେ ସାଧାରଣ ଲୋକେ ଅଧିକ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।
ତହସିଲ ପକ୍ଷରୁ ହୋଇଥିବା ନୋଟିସ ଅନୁଯାୟୀ ପୂର୍ବତଟ ରେଳପଥ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନର ଫାଟକ ନମ୍ବର ୧୪୦(ଗୋପବନ୍ଧୁ ଛକ ନିକଟ)କୁ ବନ୍ଦ କରି ସେଠାରେ ଏକ ଗଳିପୋଲ ନିର୍ମାଣ ପାଇଁ ରେଲୱେ କର୍ତ୍ତୃପକ୍ଷ ସହମତି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ ନହକା ମୌଜା ଖାତା ନମ୍ବର ୨୧୨ର ପ୍ଲଟ ନମ୍ବର ୬୪୩/୬୫୭, ୬୪୩/୬୫୮, ୬୪୩/୬୫୯, ୬୪୨/୬୬୦ ଓ ୬୪୨/୬୬୧ ସମସ୍ତ ପତିତ ଜମି ବ୍ୟବହାର ହେବ। ଏହା ଉପରେ ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ଉକ୍ତ ନୋଟିସ ପ୍ରକାଶ ହେବାର ୧୫ ଦିନ ମଧ୍ୟରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଏହି ନୋଟିସ ପ୍ରକାଶ ପାଇବା ପରେ ଗଳିପୋଲ ନିର୍ମାଣ ସମ୍ଭାବନା ଦେଖାଦେଇଛି।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳଲାଇନ ଦୁଇ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଇତ୍ୟାଦି ଅନୁଷ୍ଠାନ ରହିଛି। ଏହାବାଦ ପୌରାଞ୍ଚଳର ଗଣେଶ ବଜାର, ନ୍ୟୁ ମାର୍କେଟ, ଝାଟିଆସାହି, ମହତାବ ନଗର, ଗୋଶାଳା, କୋପଣ୍ଡ, ମୁଣ୍ଡୋମାଳ, ଖଣ୍ଡାହତା, ବେଣୁପୁର ଆଦି ୱାର୍ଡଗୁଡ଼ିକ ରହିଛି। ଏହି ରେଳଲାଇନ ଉପରେ କୌଣସି ଫ୍ଲାଏଓଭର ବ୍ରିଜ କିମ୍ବା ଗଳିପୋଲ ନିର୍ମାଣ ହୋଇ ନଥିବାରୁ ରେଳୱେ ଫାଟକ ସହରବାସୀଙ୍କ ପାଇଁ ଦୁଃଖ ବୋଲି ଅଭିହିତ କରାଯାଉଛି। ଏହିକ୍ରମରେ ସହରବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଆଦି କରାଯାଇଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନର ସାଇମନ୍ଦିର ନିକଟ ରେଳ ଫାଟକରେ ଫ୍ଲାଇଓଭର ବ୍ରିଜ ଏବଂ ଲିମିଟେଡ୍‌ ହାଇଟ୍‌ ସବ୍‌ଓ୍ବେ (ଏଲ୍‌ଏଚ୍‌ଏସ୍‌) ନିର୍ମାଣ ପାଇଁ ନକ୍ସା ଅନୁମୋଦିତ ହୋଇଥିଲା। ଏଥିପାଇଁ ରେଲଓ୍ବେ ପକ୍ଷରୁ ୮୧ କୋଟି ୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଜମି ଅଧିଗ୍ରହଣ ହୋଇ ପାରୁ ନ ଥିବାରୁ ଫ୍ଲାଏଓଭର ବ୍ରିଜ୍‌ ଘୋଷଣାରେ ସୀମିତ ରହିଛି। ଜନସ୍ବାର୍ଥ ମାମଲା ନମ୍ବର ୧୪୪୨୫/୧୪ ରାୟ ପରିପ୍ରେକ୍ଷୀରେ ରେଲଓ୍ବେ ଯାଜପୁର ରୋଡ୍‌ ୧୪୨ ନମ୍ବର(ସାଇ ମନ୍ଦିର) ରେଳ ଫାଟକ ନିକଟରେ ଓଭରବ୍ରିଜ୍‌ ଓ ସ୍ଥାନୀୟ ଗମନାଗମନ ପାଇଁ ରେଳ ଲାଇନ ତଳେ ଏକ ଗଳିପୋଲ ନିର୍ମାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ଭାଗିଦାରୀରେ ଉପରୋକ୍ତ ଅର୍ଥ ମଞ୍ଜୁର ହୋଇ ସାରିଛି। ଫ୍ଲାଇଓଭର ବ୍ରିଜ ନିର୍ମାଣ ରାଜ୍ୟ ସରକାରଙ୍କ ସହଯୋଗ ଉପରେ ନିର୍ଭର କରୁଛି ଏବଂ ଗଳିପୋଲ ୬ ମାସରୁ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବରେ ନିର୍ମାଣ ହେବ ବୋଲି ରେଲଓ୍ବେ୍ବ ଖୋର୍ଦ୍ଧା ଡିଭିଜନର ବରିଷ୍ଠ ଡେପୁଟି ଫାଇନାନ୍ସ ମ୍ୟାନେଜର ହିମାଂଶୁ ଭୂଣେ ବିଶ୍ୱାଳ ବ୍ୟାସନଗର ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ଅନୁସାରେ ପ୍ରଥମ ପାଦ ଆଗେଇ ଥିବା ଏହି ନୋଟିସରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri