ଶାହାରୁଖଙ୍କୁ ମିଳିଥିଲା ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଅଫର

ମୁମ୍ବାଇ, ୧୬।୧୨-  କିଛି ଦିନ ତଳେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ଆଗମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏଥିରେ ଭାଇଜାନ ପ୍ରଥମ ଥର ପାଇଁ ଶାଳକ ଆୟୁଷ ଶର୍ମାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ଏବେ ଆଗକୁ ଆସିଛି ଏହି ଫିଲ୍ମ ପଛର କିଛି ରୋଚକ ତଥ୍ୟ । ତେଲୁଗୁ ଫିଲ୍ମ ‘ମୁଲଶି ପାଟର୍ନ’ର ରିମେକ୍‌ ଲାଗି ନିର୍ଦ୍ଦେଶକ ମହେଶ ମାଞ୍ଜରେକରଙ୍କ ପ୍ରଥମ ପସନ୍ଦ ସଲମାନ ନ ଥିଲେ। ପ୍ରଥମେ ଆପ୍ରୋଚ କରିଥିଲେ ସୁପରଷ୍ଟାର ଶାହାରୁଖ ଖାନଙ୍କୁ। ଗତ ବର୍ଷ ଶେଷ ଆଡ଼କୁ ଶାହାରୁଖଙ୍କୁ ଏହି ଫିଲ୍ମ ଲାଗି ଦିଆଯାଇଥିଲା ଅଫର । ହେଲେ ଏହାକୁ ମନା କରି ଥିଲେ କିଙ୍ଗ୍‌ ଖାନ। ଏହା ବଦଳରେ ଶାହାରୁଖ ବାଛିଥିଲେ ୟଶ ରାଜ ବ୍ୟାନରର ‘ପଠାନ’କୁ।

ଯାହାବି ହେଉ, ଫିଲ୍ମଟି ସଲମାନଙ୍କୁ ମିଳିଛି। ହେଲେ ଭାଇଜାନ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ସତ କିନ୍ତୁ ଲିଡ୍‌ ରୋଲରେ ନୁହେଁ। ଯଦି କୋଭିଡ୍‌ ପାଣ୍ଡେମିକ୍‌ ପରିସ୍ଥିତି ନ ଆସିଥାନ୍ତା, ତେବେ ‘ଅନ୍ତିମ’ ଫିଲ୍ମ ଚଳିତବର୍ଷ ପ୍ରଥମାର୍ଦ୍ଧରେ ରିଲିଜ ହୋଇସାରିଥାନ୍ତା।

Share