ଯଥାର୍ଥ ନୁହେଁ, ଭୁଲ୍‌

ଭୁବନେଶ୍ୱର,୨୧।୬(ଓଁକାର ମିଶ୍ର): ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ଼ ଅଫ୍‌ ଅନର ପ୍ରଦାନ କରାଯାଇ ନ ଥିଲା। ଦେବାଶିଷଙ୍କ ଭଳି ଜଣେ ଦକ୍ଷ ବରିଷ୍ଠ ଅଧିକାରୀ ଓ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକଙ୍କୁ ସମ୍ମାନ ଦିଆ ନ ଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ପୋଲିସ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଏ ନେଇ ଜୁନ୍‌ ୨୦ରେ ‘ଧରିତ୍ରୀ’ର ପ୍ରଥମ ପୃଷ୍ଠାରେ ‘ଦେବାଶିଷଙ୍କୁ ମିଳିଲାନି ଗାର୍ଡ ଅଫ୍‌ ଅନର’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ଏହି ପ୍ରସଙ୍ଗକୁ ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ଓଡ଼ିଶା ପୋଲିସର କେତେଜଣ ଅବସରପ୍ରାପ୍ତ ଡିଜି ଓ ବରିଷ୍ଠ ଅଧିକାରୀଙ୍କ ମତ ଲୋଡ଼ାଯାଇଥିଲା।

 

ସମ୍ମାନର ପାତ୍ର ଥିଲେ
ଓଡ଼ିଶା ପୋଲିସର ଜଣେ ଅତି ଜଣାଶୁଣା, ଦକ୍ଷ, ସଚ୍ଚୋଟ ଓ ସମସ୍ତଙ୍କୁ ଭଲପାଉଥିବା ଅଫିସର ଥିଲେ ଦେବାଶିଷ ପାଣିଗ୍ରାହୀ। କେବଳ ସେତିକି ନୁହେଁ, ସେ ଜଣେ ଉଚ୍ଚକୋଟୀର ବହୁଭାଷୀ ଲେଖକ ଥିଲେ। ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କଲେ ସେ ସମ୍ମାନର ପାତ୍ର ଓ ଯୋଗ୍ୟ ମଧ୍ୟ। ତାଙ୍କୁ କୌଣସି କାରଣରୁ ଯଦି ଗାର୍ଡ଼ ଅଫ୍‌ ଅନର ଦିଆଯାଇ ନ ପାରିଲା, ତେବେ ତାହା ଯଥାର୍ଥ ବୋଲି ନ କହି ବରଂ ଭୁଲ୍‌ ହୋଇଛି ବୋଲି କହିବା ଉଚିତ୍‌।
– ବିପିନ୍‌ ବିହାରୀ ମିଶ୍ର, ଅବସରପ୍ରାପ୍ତ ଡିଜିପି
ଗାର୍ଡ ଅଫ୍‌ ଅନର ପାଇବାକୁ ଦେବାଶିଷ ଯୋଗ୍ୟ
ବିପିଆର୍‌ ଏଣ୍ଡ୍‌ ଡି ମାନୁଆଲ୍‌ ଅନୁସାରେ, କର୍ତ୍ତବ୍ୟରତ ଅବସ୍ଥାରେ କୌଣସି ପୋଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କ ମୃତ୍ୟୁ ଘଟିଲେ, ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବା କଥା। ସେଠାରେ ଆଉ ଏକ କଥା ମଧ୍ୟ ଉଲ୍ଲେଖ ଅଛି ଯେ, ଅନ୍ୟ କୌଣସି କାରଣରୁ କେହି ଅଫିସରଙ୍କ ମୃତ୍ୟୁ ହେଲେ, ସେ ଯଦି ଯୋଗ୍ୟ ତାହା ହେଲେ ଡିଜିପିଙ୍କ ଇଚ୍ଛାଧୀନ କ୍ଷମତା ଅନୁସାରେ ତାଙ୍କୁ ସଲାମୀ ଦିଆଯାଇପାରିବ। ଦେବାଶିଷ ପାଣିଗ୍ରାହୀ ଜଣେ ଅସାଧାରଣ ଅଫିସର ଥିଲେ। ସେ ଭିଜିଲାନ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ମୋ ମତରେ ଗାର୍ଡ ଅଫ୍‌ ଅନର ପାଇବାକୁ ସେ ସବୁଠାରୁ ଅଧିକ ଯୋଗ୍ୟ ଥିଲେ। ଯଦି ଚଳଚ୍ଚିତ୍ର କଳାକାର ଓ ଅନ୍ୟମାନଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇ ପାରୁଛି, ତା’ ହେଲେ ଦେବାଶିଷଙ୍କୁ ଦେବାରେ ଅସୁବିଧା କେଉଁଠି ରହିଲା। ଏଥିରେ କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ। ଭିଜିଲାନ୍ସ ବିଭାଗ ପୋଲିସ ବିଭାଗରେ ଯାଉନାହିଁ, କିନ୍ତୁ ସେ ଜଣେ ଆଇପିଏସ୍‌ ଅଫିସର ଥିଲେ। ଭିଜିଲାନ୍ସ ମଧ୍ୟ ସିଆର୍‌ପିସି ଅଧୀନରେ ଆସୁଛି। ଜଣେ ଅଫିସର ୟୁନିଫର୍ମ ପିନ୍ଧି ପାରିବେ। ତେଣୁ ସବୁ କ୍ଷେତ୍ରରୁ ସମ୍ମାନ ପାଇବାକୁ ସେ ଯୋଗ୍ୟ ଥିଲେ।
– ନିମାଇଁ ଚରଣ ପାଢ଼ୀ, ଅବସରପ୍ରାପ୍ତ ପୋଲିସ ଡିଜି
ସମ୍ମାନ ଦେବାରେ ଅସୁବିଧା କେଉଁଠି
ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଏ। କିନ୍ତୁ ପୋଲିସ ବିଭାଗ ପକ୍ଷରୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସଲାମୀ ଦେବାରେ କ’ଣ ଅସୁବିଧା ରହିଛି। ସେ କରୋନା ଯୋଦ୍ଧା ଥିଲେ କି ନାହିଁ ତାହା ଅଲଗା କଥା, କିନ୍ତୁ ନିଜ ପୋଲିସ ପରିବାର ଭିତରେ ତ ସମ୍ମାନ ଦିଆଯାଇପାରିଥାନ୍ତା। ପୂର୍ବରୁ ବହୁ ଡିଜିଙ୍କ ମୃତ୍ୟୁରେ ସମ୍ମାନ ଦିଆଯାଇନାହିଁ, କିନ୍ତୁ ନରସିଂହ ସ୍ବାଇଁଙ୍କୁ ତ ମିଳିଥିଲା। କାହାକୁ ଗାର୍ଡ ଅଫ୍‌ ଅନର ଦିଆଯିବ ବା ନ ଯିବ, ପୋଲିସ ବିଭାଗର ଉଚ୍ଚ ଅଧିକାରୀମାନେ ନିଷ୍ପତ୍ତି ନେବା କଥା। ଅଫିସରଙ୍କ ପଦ ମର୍ଯ୍ୟାଦା ଓ ଅବଦାନ ଅନୁସାରେ ସେମାନଙ୍କ ମୃତ୍ୟୁରେ ସମ୍ମାନ ଦିଆଯିବା କଥା। ଏଥିପ୍ରତି ନିରପେକ୍ଷତା ରହିବା ଉଚିତ। ଏଥିପାଇଁ ଏକ ଗାଇଡ୍‌ଲାଇନ୍‌ ରହିବା ଆବଶ୍ୟକ।
– ଗୋପାଳ ଚନ୍ଦ୍ର ନନ୍ଦ, ଅବସରପ୍ରାପ୍ତ ପୋଲିସ ଡିଜି
ପୋଲିସ ଡିଜି ଚାହିଁଥିଲେ ସଲାମୀ ଦିଆଯାଇ ପାରିଥା’ନ୍ତା
ଡ୍ରିଲ୍‌ ମାନୁଆଲ୍‌ ଅନୁସାରେ ସଲାମୀ ଦିଆଯାଇଥାଏ। ଏହାର ଊର୍ଦ୍ଧ୍ୱରେ ପୋଲିସ ଡିଜି, ଯାହାକୁ ଚାହଁିବେ ତାଙ୍କୁ ସଲାମୀ ଦିଆଯାଇପାରିବ। ଭିଜିଲାନ୍ସ ନିର୍ଦ୍ଦେଶକ ସ୍ବର୍ଗତ ଦେବାଶିଷ ପାଣିଗ୍ରାହୀ ଡ୍ରିଲ୍‌ ମାନୁଆଲ୍‌ ଅନୁସାରେ ସଲାମୀ ପ୍ରାପ୍ୟ ହୋଇ ନ ଥିଲେ ମଧ୍ୟ ଡିଜିପି ଚାହିଁଥିଲେ ଦିଆଯାଇପାରିଥାନ୍ତା। ସେ ସମ୍ମାନ ପାଇଥିଲେ ଯେ ଭୁଲ୍‌ ହୋଇଯାଇଥାନ୍ତା ଏକଥା ନୁହେଁ। କାରଣ ସେ ଜଣେ ସଚ୍ଚୋଟ ଏବଂ ଯୋଗ୍ୟ ଅଫିସର ଥିଲେ। ଖାଲି କ’ଣ ଥାନାରେ କିମ୍ବା ଖାକିରେ ରହିଲେ ଜଣକୁ ଆଗଧାଡ଼ିର ବୋଲି କୁହାଯିବ? ଯେଉଁମାନେ ଗୋଇନ୍ଦା ତଥ୍ୟ ଯୋଗାଡ଼ କରୁଛନ୍ତି, ଭିଜିଲାନ୍ସ ଗୋଇନ୍ଦା ତଥ୍ୟ ସଂଗ୍ରହ ଓ ମାମଲାର ତଦନ୍ତ କରୁଛନ୍ତି, ସେମାନେ କ’ଣ ଆଗଧାଡ଼ିରେ ନାହାନ୍ତି ବୋଲି କୁହାଯିବ! ମୋ ମତରେ ତାଙ୍କୁ ସଲାମୀ ଦେଇଥିଲେ କିଛି ଭୁଲ୍‌ ହୋଇ ନ ଥାନ୍ତା।
– ସୂର୍ଯ୍ୟମଣି ତ୍ରିପାଠୀ, ସଭାପତି, ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏଶନ
ଗାର୍ଡ ଅଫ୍‌ ଅନର ଦିଆଯାଇଥିଲେ ଭଲ ହୋଇଥା’ନ୍ତା
ଦେବାଶିଷ ଜଣେ ଅତ୍ୟନ୍ତ କର୍ମଠ, କର୍ତ୍ତବ୍ୟ ପରାୟଣ ଓ ଭଲ ଅଫିସର ଥିଲେ। ଏଥିସହିତ ସେ ଜଣେ ସୁସାହିତ୍ୟକ ଓ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ। ସେ ମୋ ପାଖରେ ବହୁତ ଦିନ କାର୍ଯ୍ୟ କରିଛନ୍ତି। ତାଙ୍କର ଯାହା ପ୍ରତିଷ୍ଠା ଥିଲା, ମୋ ମତରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲେ ଭଲ ହୋଇଥା’ନ୍ତା।
– ମନମୋହନ ପ୍ରହରାଜ, ଅବସରପ୍ରାପ୍ତ ଡିଜି


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri