ଫେଜ୍‌ ଡାଉନ୍‌ ନୁହେଁ, ଫେଜ୍‌ ଆଉଟ୍‌

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ କୋପ୍‌୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨ ସପ୍ତାହର ମାନସମନ୍ଥନ ପରେ ସର୍ବାଧିକ ତାପମାତ୍ରା ସୃଷ୍ଟିକାରୀ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ୧୨୦ ବିଶ୍ୱନେତାଙ୍କ ସମେତ ଅନେକ ହଜାର ପ୍ରତିନିଧି ଏକପ୍ରକାର ସହମତି ପ୍ରକାଶ କରିଥିଲେ। କିନ୍ତୁ ଶେଷ ମୂହୂର୍ତ୍ତରେ ଭାରତ କୋଇଲା ବ୍ୟବହାର କ୍ଷେତ୍ରରେ ‘ଫେଜ୍‌ ଆଉଟ୍‌’ ବଦଳରେ ‘ଫେଜ୍‌ ଡାଉନ୍‌’ ଶବ୍ଦ ଯୋଡ଼ି ସଂକଳ୍ପନାମାରେ ବୈଷୟିକ ପରିବର୍ତ୍ତନ ଆଣିଥିଲା। ସେତେବେଳେ ଭାରତର ଏହି ପଦକ୍ଷେପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସାଲିସପୂର୍ଣ୍ଣ କହି ନିନ୍ଦା କରିଥିଲେ। ଏହାର ବର୍ଷକ ପରେ ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘର ୨୭ତମ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସମ୍ମିଳନୀ ଉଦ୍‌ଯାପନ ପରେ ଜାତିସଂଘ ପକ୍ଷରୁ କୋପ୍‌୨୭ର ୨୦ ପୃଷ୍ଠା ସମ୍ବଳିତ ଏକ ଅଣାନୁଷ୍ଠାନିକ ଚିଠା ପ୍ରକାଶ କରାଯାଇଛି। ଏଥିରେ ଭାରତ ଦ୍ୱାରା ପ୍ରସ୍ତାବିତ ତଥା ୟୁରୋପୀୟ ସଂଘ (ଇୟୁ) ସମର୍ଥତ୍ତ ଜୀବାଶ୍ମ ଇନ୍ଧନର ‘ଫେଜ୍‌ ଡାଉନ୍‌’କୁ ବାଦ୍‌ ଦିଆଯାଇଛି। ଅର୍ଥାତ୍‌ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ (୨.୭ ଡିଗ୍ରୀ ଫାରେନ୍‌ହିଟ୍‌)ରେ ସୀମିତ ରଖିବା ପାଇଁ କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ।
ନେସନ୍ସ ଫ୍ରେମ୍‌ଓ୍ବାର୍କ କନ୍‌ଭେନ୍ସନ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ (ୟୁଏନ୍‌ଏଫ୍‌ସିସିସି)ର ‘ନନ୍‌-ପେପର’ କୁହାଯାଉଥିବା ଉକ୍ତ ଅଣାନୁଷ୍ଠାନିକ ଚିଠାରେ ବିକଶିତ ରାଷ୍ଟ୍ରଗୁଡ଼ିକର ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିଜ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସର ନେତୃତ୍ୱ ନେବାରେ ଆର୍ଥିକ ଓ ବୈଷୟିକ ଦୃଷ୍ଟିରୁ ସର୍ବାଧିକ ସାମର୍ଥ୍ୟ ରଖିଥିବା ଧନୀ ଦେଶଗୁଡ଼ିକ ଏପରି ନ କରିବା ଦୁର୍ଭାଗ୍ୟଜନକ। କୋଇଲା ଶକ୍ତିର ନିରନ୍ତର ବ୍ୟବହାରକୁ ହ୍ରାସ ଓ ବନ୍ଦ କରାଯିବା ସହ ଜୀବାଶ୍ମ ଇନ୍ଧନର ଉପଯୋଗ କ୍ଷେତ୍ରରେ ମିଳୁଥିବା ସରକାରୀ ରିହାତିକୁ ସୀମିତ କରାଯିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଏଥିରେ ପ୍ରୋତ୍ସାହିତ କରାଯାଇଛି। କେବଳ କୋଇଲା ନୁହେଁ, ବରଂ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ‘ଫେଜ୍‌ ଡାଉନ୍‌’ କରିବା ଉପରେ ନିଷ୍ପତ୍ତି ସହ ଆଲୋଚନା ସମାପ୍ତ କରାଯାଉ ବୋଲି ଗତ ଶନିବାର ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଇୟୁ ଏବଂ ଆମେରିକା ସମେତ ଆଉ କେତେକ ଦେଶ ସମର୍ଥନ କରିଥିଲେ।
ଆଲୋଚନା ଜାରି ରହିଥିବାରୁ ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ତେବେ ପ୍ରଶମନ, କ୍ଲାଇମେଟ୍‌ ଫାଇନାନ୍ସ, କ୍ଷୟକ୍ଷତି ଭଳି ମୁଖ୍ୟ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ଅନ୍ୟ ଜଣେ ଭାରତୀୟ ପ୍ରତିନିଧି ନିଜ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି। ଆଲୋଚନା ଶନିବାର ଏପରି କି ରବିବାର ପର୍ଯ୍ୟନ୍ତ ଚାଲିପାରେ। ବିକଶିତ ରାଷ୍ଟ୍ରଗୁଡ଼ିକ ଆଗକୁ ବଢ଼ିବାକୁ ଚାହୁଁ ନ ଥିବା ମନେହେଉଛି ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘର କ୍ଲାଇମେଟ୍‌ ମୁଖ୍ୟ ଫ୍ରାନ୍ସ ଟିମ୍ମେରମାନ୍ସ ଗଣମାଧ୍ୟମକୁ କହିଛନ୍ତି, ଏହି ଦସ୍ତାବିଜ ହେଉଛି ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ଏକ ସଙ୍କଳନ। ଏହା ଚୂଡ଼ାନ୍ତ ଚିଠା ନୁହେଁ। ଏହି ୨୦ ପୃଷ୍ଠାର ଏହି ଦସ୍ତାବିଜରେ ୮,୪୦୦ ଶବ୍ଦ ରହିଛି, ଯାହାକି ଗ୍ଲାସ୍‌ଗୋ ସମ୍ମିଳନୀ(୪,୬୦୦) ଠାରୁ ଅଧିକ। ଏହାକୁ ଜାତିସଂଘ ଜଳବାୟୁ ସମ୍ମିଳନୀ ଇତିହାସରେ ଦୀର୍ଘତମ ଚିଠା ବୋଲି କୁହାଯାଉଛି। ଏଥିରେ ୨୦୩୦ ସୁଦ୍ଧା ନବୀକରଣୀୟ ଶକ୍ତି କ୍ଷେତ୍ରରେ ବାର୍ଷିକ ୪ ଟ୍ରିଲିୟନ୍‌ ଡଲାର ନିବେଶ କରାଯବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୫୦ ସୁଦ୍ଧା ନେଟ୍‌-ଜିରୋ ଏମିଶନ୍ସ ହାସଲ ପାଇଁ କାରିଗରି ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ନିବେଶ ବିଶେଷ ଫଳପ୍ରଦ ହେବ ବୋଲି ଉକ୍ତ ଚିଠାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?