ଫେଜ୍‌ ଡାଉନ୍‌ ନୁହେଁ, ଫେଜ୍‌ ଆଉଟ୍‌

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ କୋପ୍‌୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨ ସପ୍ତାହର ମାନସମନ୍ଥନ ପରେ ସର୍ବାଧିକ ତାପମାତ୍ରା ସୃଷ୍ଟିକାରୀ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ୧୨୦ ବିଶ୍ୱନେତାଙ୍କ ସମେତ ଅନେକ ହଜାର ପ୍ରତିନିଧି ଏକପ୍ରକାର ସହମତି ପ୍ରକାଶ କରିଥିଲେ। କିନ୍ତୁ ଶେଷ ମୂହୂର୍ତ୍ତରେ ଭାରତ କୋଇଲା ବ୍ୟବହାର କ୍ଷେତ୍ରରେ ‘ଫେଜ୍‌ ଆଉଟ୍‌’ ବଦଳରେ ‘ଫେଜ୍‌ ଡାଉନ୍‌’ ଶବ୍ଦ ଯୋଡ଼ି ସଂକଳ୍ପନାମାରେ ବୈଷୟିକ ପରିବର୍ତ୍ତନ ଆଣିଥିଲା। ସେତେବେଳେ ଭାରତର ଏହି ପଦକ୍ଷେପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସାଲିସପୂର୍ଣ୍ଣ କହି ନିନ୍ଦା କରିଥିଲେ। ଏହାର ବର୍ଷକ ପରେ ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘର ୨୭ତମ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସମ୍ମିଳନୀ ଉଦ୍‌ଯାପନ ପରେ ଜାତିସଂଘ ପକ୍ଷରୁ କୋପ୍‌୨୭ର ୨୦ ପୃଷ୍ଠା ସମ୍ବଳିତ ଏକ ଅଣାନୁଷ୍ଠାନିକ ଚିଠା ପ୍ରକାଶ କରାଯାଇଛି। ଏଥିରେ ଭାରତ ଦ୍ୱାରା ପ୍ରସ୍ତାବିତ ତଥା ୟୁରୋପୀୟ ସଂଘ (ଇୟୁ) ସମର୍ଥତ୍ତ ଜୀବାଶ୍ମ ଇନ୍ଧନର ‘ଫେଜ୍‌ ଡାଉନ୍‌’କୁ ବାଦ୍‌ ଦିଆଯାଇଛି। ଅର୍ଥାତ୍‌ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ (୨.୭ ଡିଗ୍ରୀ ଫାରେନ୍‌ହିଟ୍‌)ରେ ସୀମିତ ରଖିବା ପାଇଁ କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ।
ନେସନ୍ସ ଫ୍ରେମ୍‌ଓ୍ବାର୍କ କନ୍‌ଭେନ୍ସନ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ (ୟୁଏନ୍‌ଏଫ୍‌ସିସିସି)ର ‘ନନ୍‌-ପେପର’ କୁହାଯାଉଥିବା ଉକ୍ତ ଅଣାନୁଷ୍ଠାନିକ ଚିଠାରେ ବିକଶିତ ରାଷ୍ଟ୍ରଗୁଡ଼ିକର ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିଜ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସର ନେତୃତ୍ୱ ନେବାରେ ଆର୍ଥିକ ଓ ବୈଷୟିକ ଦୃଷ୍ଟିରୁ ସର୍ବାଧିକ ସାମର୍ଥ୍ୟ ରଖିଥିବା ଧନୀ ଦେଶଗୁଡ଼ିକ ଏପରି ନ କରିବା ଦୁର୍ଭାଗ୍ୟଜନକ। କୋଇଲା ଶକ୍ତିର ନିରନ୍ତର ବ୍ୟବହାରକୁ ହ୍ରାସ ଓ ବନ୍ଦ କରାଯିବା ସହ ଜୀବାଶ୍ମ ଇନ୍ଧନର ଉପଯୋଗ କ୍ଷେତ୍ରରେ ମିଳୁଥିବା ସରକାରୀ ରିହାତିକୁ ସୀମିତ କରାଯିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଏଥିରେ ପ୍ରୋତ୍ସାହିତ କରାଯାଇଛି। କେବଳ କୋଇଲା ନୁହେଁ, ବରଂ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ‘ଫେଜ୍‌ ଡାଉନ୍‌’ କରିବା ଉପରେ ନିଷ୍ପତ୍ତି ସହ ଆଲୋଚନା ସମାପ୍ତ କରାଯାଉ ବୋଲି ଗତ ଶନିବାର ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଇୟୁ ଏବଂ ଆମେରିକା ସମେତ ଆଉ କେତେକ ଦେଶ ସମର୍ଥନ କରିଥିଲେ।
ଆଲୋଚନା ଜାରି ରହିଥିବାରୁ ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ତେବେ ପ୍ରଶମନ, କ୍ଲାଇମେଟ୍‌ ଫାଇନାନ୍ସ, କ୍ଷୟକ୍ଷତି ଭଳି ମୁଖ୍ୟ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ଅନ୍ୟ ଜଣେ ଭାରତୀୟ ପ୍ରତିନିଧି ନିଜ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି। ଆଲୋଚନା ଶନିବାର ଏପରି କି ରବିବାର ପର୍ଯ୍ୟନ୍ତ ଚାଲିପାରେ। ବିକଶିତ ରାଷ୍ଟ୍ରଗୁଡ଼ିକ ଆଗକୁ ବଢ଼ିବାକୁ ଚାହୁଁ ନ ଥିବା ମନେହେଉଛି ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘର କ୍ଲାଇମେଟ୍‌ ମୁଖ୍ୟ ଫ୍ରାନ୍ସ ଟିମ୍ମେରମାନ୍ସ ଗଣମାଧ୍ୟମକୁ କହିଛନ୍ତି, ଏହି ଦସ୍ତାବିଜ ହେଉଛି ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ଏକ ସଙ୍କଳନ। ଏହା ଚୂଡ଼ାନ୍ତ ଚିଠା ନୁହେଁ। ଏହି ୨୦ ପୃଷ୍ଠାର ଏହି ଦସ୍ତାବିଜରେ ୮,୪୦୦ ଶବ୍ଦ ରହିଛି, ଯାହାକି ଗ୍ଲାସ୍‌ଗୋ ସମ୍ମିଳନୀ(୪,୬୦୦) ଠାରୁ ଅଧିକ। ଏହାକୁ ଜାତିସଂଘ ଜଳବାୟୁ ସମ୍ମିଳନୀ ଇତିହାସରେ ଦୀର୍ଘତମ ଚିଠା ବୋଲି କୁହାଯାଉଛି। ଏଥିରେ ୨୦୩୦ ସୁଦ୍ଧା ନବୀକରଣୀୟ ଶକ୍ତି କ୍ଷେତ୍ରରେ ବାର୍ଷିକ ୪ ଟ୍ରିଲିୟନ୍‌ ଡଲାର ନିବେଶ କରାଯବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୫୦ ସୁଦ୍ଧା ନେଟ୍‌-ଜିରୋ ଏମିଶନ୍ସ ହାସଲ ପାଇଁ କାରିଗରି ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ନିବେଶ ବିଶେଷ ଫଳପ୍ରଦ ହେବ ବୋଲି ଉକ୍ତ ଚିଠାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri