କେବଳ ସିଦ୍ଧୁ ନୁହେଁ, ସଲମାନ ବି ଥିଲେ ଲରେନ୍ସଙ୍କ ଟାର୍ଗେଟରେ

ମୁମ୍ବାଇ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମେସେ ୱାଲାଙ୍କ ହତ୍ୟା ମାମଲା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଓ ଗୋଲଡି ବରାଡ ନିଜକୁ ଦାୟୀ କରିଛନ୍ତି । ୨୯ ମେ’ରେ ଏହି ଗ୍ୟାଙ୍ଗଷ୍ଟର ସିଦ୍ଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଫଳରେ ମ୍ୟୁଜିକ ଦୁନିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ଏବେ ଆଉ ଏକ ଘଟଣାକ୍ରମ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଏକଦା ବଲିଉଡ ଦବଙ୍ଗ ଖାଁ ସଲମାନଙ୍କୁ ବି ହତ୍ୟା କରିବାକୁ ଯୋଜନା କରିଥିଲେ । ୨୦୧୮ରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଜେଲରେ ଥାଇ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ । ଏହାର କାରଣ ଥିଲା କୃଷ୍ଣସାର ମୃଗ ଶିକାର ମାମଲା । ମୁଭି ‘ରେଡି’ର ଶୁଟିଂ ସମୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବଶ୍ନୋଇ ଗୁପ ସଲମାନଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ହେଲେ ଲରେନ୍ସଙ୍କୁ ତାଙ୍କ ମନ ପସନ୍ଦର ମାରଣାସ୍ତ୍ର ନ ମଳିବାରୁ ଏହି ଯୋଜନା ପଣ୍ଡ ହୋଇଥିଲା ।

Share