ଥରେ ନୁହେଁ, ଛଅ ଥର ଭାଙ୍ଗିଛି ‘ମୋହବତେ’ ଅଭିନେତ୍ରୀଙ୍କ ହୃଦୟ; ଏବେ ପଡ଼ିଛନ୍ତି ଟେନିସ ତାରକାଙ୍କ ପ୍ରେମରେ…

ବମ୍ବେ: ଆଉ ଦିନକ ପରେ ନିଜର ୪୩ ତମ ଜନ୍ମଦିନ ପାଳନ କରିବେ ଅଭିନେତ୍ରୀ କିମ ଶର୍ମା । ବ୍ଲକବଷ୍ଟର ଚଳଚ୍ଚିତ୍ର ‘ମୋହବତେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସେ। ଏହାର ସଫଳତାକୁ ନେଇ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣନା କରାଯାଉଥିଲା। ଆଗାମୀ ଦିନରେ ସେ ସଫଳତାର ନୂତନ ଉପଲବ୍ଧି ହାସଲ କରିବେ ବୋଲି ବିଶ୍ୱାସ କରାଯାଉଥିଲା। ହେଲେ ତାହା ଘଟି ନ ଥିଲା।

୨୧ ଜାନୁୟାରୀ ୧୯୮୦ରେ ମହାରାଷ୍ଟ୍ରର ଅହମ୍ମଦନଗରରେ କିମ୍‌ଙ୍କ ଜନ୍ମ। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି କିମ ମିସେଲ ଶର୍ମା। ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ ସେ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ। କିମ୍‌ ପ୍ରଥମ ଟେଲିଭିଜନ ବିଜ୍ଞାପନ ‘କ୍ଲୋଜ ଅପ’ ଟୁଥପେଷ୍ଟ’ ପାଇଁ କରିଥିଲେ। ୨୦୦୦ ମସିହାରେ ସେ ଫିଲ୍ମ ‘ମୋହବତେ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଅନେକ ଚଳଚ୍ଚିତ୍ର କରିଥିଲେ ହେଁ ତାଙ୍କୁ ସଫଳତା ମିଳି ନ ଥିଲା। ଏପରିକି ସେ ଅଭିନୟ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ।

ଫିଲ୍ମ ‘ମୋହବତେ’ ସମୟରେ କିମ୍‌ ଭିଜେ ୟୁଡି ଓରଫ ଯୁଧିଷ୍ଠିରଙ୍କୁ ଡେଟ କରୁଥିଲେ। କିନ୍ତୁ ଏହି ସମ୍ପର୍କ ବେଶି ଦିନ ଚାଲି ନ ଥିଲା। ୨୦୦୩ରେ ଦୁହେଁ ଅଲଗା ହୋଇଥିଲେ।

୨୦୦୪ରେ କିମ୍‌ଙ୍କ ନାମ କ୍ରିକେଟର ଯୁବରାଜ ସିଂଙ୍କ ସହ ଯୋଡ଼ା ଯାଇଥିଲା। ଉଭୟ ୨୦୦୭ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ। ପରେ ସେମାନଙ୍କର ରାସ୍ତା ଅଲଗା ହୋଇଯାଇଥିଲା।

୨୦୦୮ରେ କିମ ସ୍ପେନ୍‌ କଳାକାର କାର୍ଲୋସଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ୨୦୧୦ ରେ ସେମାନଙ୍କର ବ୍ରେକଅପ୍‌ ହୋଇଥିଲା। ସେ ଅଲି ପଞ୍ଜାନୀଙ୍କୁ ବିବାହ କରିଥିଲେ। ୨୦୧୬ ମସିହାରେ ଉଭୟ ଛାଡପତ୍ର ନେଇଥିଲେ।

ଜାନୁୟାରୀ ୨୦୧୭ରେ, କିମଙ୍କ ନାମ ଡିଜାଇନର୍‌ ଅର୍ଜୁନ ଖାନ୍ନାଙ୍କ ସହ ଯୋଡ଼ାଯାଇ ଥିଲା। କିନ୍ତୁ ଏହି ସମ୍ପର୍କ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ରହିପାରି ନ ଥିଲା। ଏହାପରେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ତାଙ୍କ ଜୀବନରେ ଆସିଥିଲେ। କିନ୍ତୁ ସେମାନେ ବହୁତ କମ୍‌ ସମୟ ମଧ୍ୟରେ ବ୍ରେକଅପ କରିଥିଲେ।

ବର୍ତ୍ତମାନ କିମ ଟେନିସ ତାରକା ଲିଆଣ୍ଡର ପେସଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri