ନୂତନ ନିର୍ମାଣ ହେଉନି, ବିପଦସଙ୍କୁଳ ଗୃହ ମରାମତି ଚାଲିଛି

ନାଉଗଁା,୧୩ା୯(ସ୍ବ.ପ୍ର.):ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ୫ ହଜାର ଜନସଂଖ୍ୟା ଥିବା ସ୍ଥାନରେ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର କିଛି ସ୍ଥାନରେ ଏନେଇ ଆସୁଥିବା ସରକାରୀ ଟଙ୍କାର ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି। ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ଅନ୍ତର୍ଗତ କଂଟୁଣିଆହାଟରେ ଥିବା ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବିପଦପୂର୍ଣ୍ଣ ବୋଲି ଦର୍ଶାଯାଇ ନୂତନ ନିର୍ମାଣ କରିବାକୁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କାର୍ଯ୍ୟ ଶେଷ ହୋଇଛି। ମାତ୍ର ଏହି ବିପଦପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ରକୁ ବାରମ୍ବାର ମରାମତି କରାଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନବଳରେ ନାଉଗଁା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ଚିଠି (ନଂ. ୧୦୪୭/୨୯-୭-୨୨) ଅନୁସାରେ ଜାମୁଗଁା ଉପସ୍ବାସ୍ଥ୍ୟ କେନ୍ଦ୍ରଟି ବିପଦସଙ୍କୁଳ ହୋଇଯାଇଛି। କେନ୍ଦ୍ରଟି ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ଚଲାଇବା ପାଇଁ ଏକ ଭଡା ଗୃହ ନିଆଯାଇଛି। ମାତ୍ର କାହା ଇଙ୍ଗିତରେ ଉକ୍ତ ବିପଦପୂର୍ଣ୍ଣ ଗୃହକୁ ବାରମ୍ବାର ମରାମତି କରାଯାଉଛି,ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉପସ୍ବାସ୍ଥ୍ୟ କେନ୍ଦ୍ରର ଏହି ବିପଦପୂର୍ଣ୍ଣ ଗୃହ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇ ମରାମତି କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତ ତରଫରୁ ୨ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମରାମତି କରାଯାଇଛି। ମରାମତି ଆଳରେ କେନ୍ଦ୍ର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାହା ତାଲା ପଡି ରହିଛି। ଅପରପକ୍ଷେ ଭଡା ଗୃହରେ ଉପସ୍ବାସ୍ଥ୍ୟକେନ୍ଦ୍ର ଚଲାଇବା ନିମନ୍ତେ ଅର୍ଥ ବ୍ୟୟ ହେଉଥିବା ଜଣାଯାଇଛି। ଗୃହ ମରାମତି ସମ୍ପର୍କରେ ଜାମୁଗଁା ପଞ୍ଚାୟତର ତତ୍କାଳୀନ କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ବାଇଁ କୁହନ୍ତି, ପଞ୍ଚାୟତର ରିଜୋଲ୍ୟୁଶନକୁ ଭିତ୍ତି କରି ଉପକେନ୍ଦ୍ରର ମରାମତି କାର୍ଯ୍ୟ କରାଯାଇଛି। ତେବେ କେନ୍ଦ୍ରଟି ଡ୍ୟାମେଜ ଅବସ୍ଥାରେ ଥିବା ବିଷୟରେ କିଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri