ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି ବ୍ଲକରେ ଭାଜପା ଆନ୍ଦୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେଡି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ଦେଇ ଦଳୀୟ ଆଧାରରେ ଆବାସ ବଣ୍ଟନ କରୁଥିବା ଭାଜପା ଅଭିଯୋଗ କରୁଛି। ଏହାସହ ଲକ୍ଷାଧିକ ଅଭିଯୋଗ ଆସି ପହଞ୍ଚିଥିବା ମଧ୍ୟ ସେମାନେ କହିଛନ୍ତି। ତେବେ ମଙ୍ଗଳବାର ଆବାସ ଘର ଦୁର୍ନୀତି ନେଇ ଅଭିଯୋଗ ଦାଖଲର ସମୟସୀମା ଶେଷ ହୋଇଛି। ଆସନ୍ତା ୨୬ ଏବଂ ୩୦ ତାରିଖରେ ଗ୍ରାମସଭା ହେବ। ଏହାପରେ ଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ତେବେ ଭାଜପା ବୁଧବାର ରାଜ୍ୟର ସବୁ ବ୍ଲକରେ ଆନ୍ଦୋଳନ କରିବାକୁ ଥିବାବେଳେ ଆସନ୍ତା ୭ ଦିନ ମଧ୍ୟରେ ଅଭିଯୋଗର ତର୍ଜମାକରି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଦାବି କରିଛି। ଯଦି ୭ ଦିନରେ ସରକାର ଏହି କାମ ନ ସାରନ୍ତି ଭାଜପା ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ଆଗକୁ ବିଧାନସଭା ଘେରାଉ କରିବ ବୋଲି ଚେତାବନୀ ଦେଇଛି। କିନ୍ତୁ ଭାଜପା ପାଖରେ ଦୁର୍ନୀତି ନେଇ କି ପ୍ରକାର ଅଭିଯୋଗ ରହିଛି ତାହା ଦେଖାଉ ବୋଲି ବିଜେଡି କହିଛି।
ଏମ୍ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆବାସ ଯୋଜନାରେ ଯେଉଁମାନେ ଯୋଗ୍ୟ କେବଳ ସେମାନଙ୍କୁ ଘର ଦିଆଯାଉ। ସମସ୍ତେ ଏହା ଉପରେ ନଜର ରଖିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭଲ ଭାବେ ରାଜ୍ୟ ସରକାର ସମୀକ୍ଷା କରନ୍ତୁ। ଯେଉଁ ତାଲିକା ପ୍ରକାଶ ପାଇବ ତାହା ଅଣ୍ଡର ଟେବୁଲ ନ ହେଉ ବୋଲି ଅପରାଜିତା କହିଛନ୍ତି।
ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଯେତିକି ଘର ଦେବା ଲାଗି ମନ୍ତ୍ରଣାଳୟ ରାଜି ହୋଇଥିଲା ଆସିବା ବେଳକୁ ସେଥିରୁ ୨୦ ପ୍ରତିଶତ କମିଗଲାଣି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ତଥ୍ୟ ଓ ପ୍ରମାଣ ରଖି କଥା କୁହନ୍ତୁ। ସେଥିଲାଗି ଅଭିଯୋଗ କରିବା ପାଇଁ ସମୟ ଦିଆଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ଏକ ତାଲିକା ଜାରି କରୁ ବୋଲି ଦେବୀ କହିଛନ୍ତି।
ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଅଭିଯୋଗ କରିବା ଲାଗି ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଗଲା। ଏଥିଲାଗି ବାକ୍ସରେ ଚିଠି ପକାଇବାଠାରୁ ଆରମ୍ଭକରି ଇ-ମେଲ୍, ଫୋନ୍ ଏବଂ ମେସେଜ ମାଧ୍ୟମରେ ଅଭିଯୋଗ କରିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଆଉ ଏଥିପାଇଁ ଅନେକ ସମୟ ମଧ୍ୟ ଦିଆଯାଇଛି। ତେଣୁ ଆଗକୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି।
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
Archives


