ଯାଞ୍ଚ ହେଉନି: ଗଡୁଛି ବହୁ ପୁରୁଣା ଗାଡ଼ି

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ରାଜ୍ୟରେ ଅନେକ ବସ୍‌, ଟ୍ରକ୍‌ ସମେତ ବିଭିନ୍ନ କିସମର ଗାଡ଼ି ବିନା ଫିଟନେସ୍‌, ପରମିଟ ଓ ବୀମାରେ ଗଡ଼ୁଛି। ଯାତ୍ରୀଙ୍କୁ ନେଉଥିବା ଘରୋଇ ବସ୍‌ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା, ଯାହାକି ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ହେଉଛି। ରାଜ୍ୟରେ ଏଭଳି ବେଆଇନ ଯାତ୍ରୀ ପରିବହନ ଜାରି ରହିଥିଲେ ମଧ୍ୟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଠିକ୍‌ ଭାବେ ହେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ସରକାରୀ ଏବଂ ପ୍ରାୟ ୧୪ ହଜାର ଘରୋଇ ବସ୍‌ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି। ଏଥିସହିତ ୧୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୮ ହଜାର ବସ୍‌ ଚଳାଚଳ କରୁଛି। ୧୫ ବର୍ଷ ପରେ ଗାଡ଼ିଗୁଡିକ ଦୁର୍ବଳ ହେବା ସହ ପ୍ରଦୂଷଣ ମାତ୍ରାକୁ ବଢ଼ାଇଥାଏ। ମାତ୍ର ସେହି ବସ୍‌ଗୁଡ଼ିକର ଫିଟ୍‌ନେସକୁ ଭଲଭାବେ ଯାଞ୍ଚ କରା ନ ଯାଇ ବର୍ଷକ ପାଇଁ ପରମିଟ୍‌ ଦିଆଯାଉଛି। ଯେଉଁ ଛୋଟ ଓ ବଡ଼ ବସ୍‌ଗୁଡିକ ପାଇଁ ବର୍ଷିକିଆ ଫିଟ୍‌ନେସ ସାର୍ଟିଫିକେଟ୍‌ ଦିଆଯାଉଛି ତାହା ନିୟମିତ ଯାଞ୍ଚ ହେଉନି। ଫଳରେ ବହୁ ପୁରୁଣା ବସ୍‌ ବିନା ଫିଟ୍‌ନେସ ଓ ପରିମିଟ୍‌ରେ ଅବାଧରେ ଚଳାଚଳ କରୁଛି।
ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ବସ୍‌ ଚଳାଚଳ କରିବା ପୂର୍ବରୁ ପ୍ରତ୍ୟେକ ବର୍ଷ ଫିଟ୍‌ନେସକୁ ଭଲ ଭାବେ ଯାଞ୍ଚ କରି ପରମିଟ୍‌ ଦିଆଯିବ। ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଜିଲା ଭିତରେ ଯାତାୟାତ କରିବାକୁ ଥିବା ବସ୍‌ଗୁଡ଼ିକୁ ପରମିଟ୍‌ ଦେଉଥିବାବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଯାତାୟାତ କରିବାକୁ ଅନୁମତି ଦେଇଥାଆନ୍ତି। ନୂଆ ବସ୍‌ ପାଇଁ ୫ ବର୍ଷ ସକାଶେ ପରମିଟ୍‌ ଦିଆଯଉଥିବାବେଳେ ୧୫ ବର୍ଷ ପର୍ଯ୍ୟନ୍ତ ତାହା ନବୀକରଣ କରାଯାଇଥାଏ। ୧୫ ବର୍ଷ ପରେ ଏସ୍‌ଟିଏ ଏବଂ ଆର୍‌ଟିଓ ବର୍ଷିକିଆ ପରମିଟ୍‌ ଦେଉଛନ୍ତି। ୧୫ ବର୍ଷର ଊର୍ଦ୍ଧ୍ୱ ଗାଡ଼ିକୁ ପ୍ରତ୍ୟେକ ବର୍ଷ ଆରଟିଓ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ହେବା କଥା। ମାତ୍ର ତାହା ନିୟମିତ ଭାବେ କରାଯାଉ ନ ଥିବାରୁ ପୁରୁଣା ବସ୍‌ଗୁଡିକ ଯାତ୍ରୀଙ୍କ ପାଇଁ ବିପଦର କାରଣ ହେଉଛି।
ସୋମବାର ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ ୨୫ ବର୍ଷର ପୁରୁଣା ବୋଲି ଜଣାପଡିଛି। ସେହି ବସ୍‌ର ପରମିଟ କିମ୍ବା ଇନ୍‌ସ୍ୟୁରାନ୍ସ ନ ଥିବା କୁହାଯାଉଛି। ବାହାଘର ପାଇଁ ଯାତ୍ରୀ ପରିବହନ ସକାଶେ କଣ୍ଟ୍ରାକ୍ଟ ପରମିଟ୍‌ ମଧ୍ୟ ନ ଥିଲା। ଏହି ପରମିଟ୍‌ ନ ଥିବାରୁ ମୃତାହତ ଯାତ୍ରୀମାନଙ୍କ ପରିବାର ସମ୍ପୃକ୍ତ ବସ୍‌ଠାରୁ ବୀମା ରାଶି ପାଇପାରିବେ ନାହିଁ। ବାହାଘର କିମ୍ବା ଅନ୍ୟ କୌଣସି କାରଣରୁ ରାତ୍ରିରେ ଯାତ୍ରୀ ପରିବହନ ସକାଶେ ସ୍ଥାନୀୟ ଆର୍‌ଟିଓଙ୍କଠାରୁ କଣ୍ଟ୍ରାକ୍ଟ ପରମିଟ୍‌ ନେବାକୁ ଆଇନରେ ବ୍ୟବସ୍ଥା ରହିଛି। ତେବେ ବଡ଼ ବସ୍‌କୁ ଛାଡ଼ିଦେଲେ ପ୍ରାୟ ଅନେକ ବସ୍‌ ଅନୁମତି ନେଉନାହାନ୍ତି। ସେସବୁକୁ ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯାଉନାହିଁ। ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟାତ କରୁଥିବା ଯାତ୍ରୀ ବିଶ୍ୱ ରଞ୍ଜନ ସାହୁ କହିଛନ୍ତି, ଅନେକ ଗାଡ଼ି ନିୟମ ପାଳନ କରୁ ନ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ପରିବହନ ବିଭାଗ ଅଧିକାରୀମାନେ ଗାଡ଼ିଗୁଡ଼ିକୁ ଭଲଭାବେ ଯାଞ୍ଚ କରିବା ଆବଶ୍ୟକ। ନଚେତ ଏଭଳି ଦୁର୍ଘଟଣା ବଢ଼ିଚାଲିବ।
ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ରାଜ୍ୟରେ ଅନେକ ପୁରୁଣା ଗାଡ଼ି ଚାଲୁଛି। ସେଥିରୁ କେତେକ ଆର୍‌ଟିଓ କିମ୍ବା ଏସ୍‌ଟିଏଙ୍କ ପାଖରୁ କୌଣସି ପରମିଟ୍‌ କିମ୍ବା ଫିଟନେସ୍‌ ସାର୍ଟିଫିକେଟ ନେଉନାହାନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ ମଧ୍ୟ ସେହି ଗାଡ଼ିଗୁଡ଼ିକୁ ଠିକ୍‌ ଭାବେ ଯାଞ୍ଚ କରୁନାହାନ୍ତି। ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କ ଜୀବନ ବିପନ୍ନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri