ଯାଞ୍ଚ ହେଉନି: ଗଡୁଛି ବହୁ ପୁରୁଣା ଗାଡ଼ି

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ରାଜ୍ୟରେ ଅନେକ ବସ୍‌, ଟ୍ରକ୍‌ ସମେତ ବିଭିନ୍ନ କିସମର ଗାଡ଼ି ବିନା ଫିଟନେସ୍‌, ପରମିଟ ଓ ବୀମାରେ ଗଡ଼ୁଛି। ଯାତ୍ରୀଙ୍କୁ ନେଉଥିବା ଘରୋଇ ବସ୍‌ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା, ଯାହାକି ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ହେଉଛି। ରାଜ୍ୟରେ ଏଭଳି ବେଆଇନ ଯାତ୍ରୀ ପରିବହନ ଜାରି ରହିଥିଲେ ମଧ୍ୟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଠିକ୍‌ ଭାବେ ହେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ସରକାରୀ ଏବଂ ପ୍ରାୟ ୧୪ ହଜାର ଘରୋଇ ବସ୍‌ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି। ଏଥିସହିତ ୧୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୮ ହଜାର ବସ୍‌ ଚଳାଚଳ କରୁଛି। ୧୫ ବର୍ଷ ପରେ ଗାଡ଼ିଗୁଡିକ ଦୁର୍ବଳ ହେବା ସହ ପ୍ରଦୂଷଣ ମାତ୍ରାକୁ ବଢ଼ାଇଥାଏ। ମାତ୍ର ସେହି ବସ୍‌ଗୁଡ଼ିକର ଫିଟ୍‌ନେସକୁ ଭଲଭାବେ ଯାଞ୍ଚ କରା ନ ଯାଇ ବର୍ଷକ ପାଇଁ ପରମିଟ୍‌ ଦିଆଯାଉଛି। ଯେଉଁ ଛୋଟ ଓ ବଡ଼ ବସ୍‌ଗୁଡିକ ପାଇଁ ବର୍ଷିକିଆ ଫିଟ୍‌ନେସ ସାର୍ଟିଫିକେଟ୍‌ ଦିଆଯାଉଛି ତାହା ନିୟମିତ ଯାଞ୍ଚ ହେଉନି। ଫଳରେ ବହୁ ପୁରୁଣା ବସ୍‌ ବିନା ଫିଟ୍‌ନେସ ଓ ପରିମିଟ୍‌ରେ ଅବାଧରେ ଚଳାଚଳ କରୁଛି।
ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ବସ୍‌ ଚଳାଚଳ କରିବା ପୂର୍ବରୁ ପ୍ରତ୍ୟେକ ବର୍ଷ ଫିଟ୍‌ନେସକୁ ଭଲ ଭାବେ ଯାଞ୍ଚ କରି ପରମିଟ୍‌ ଦିଆଯିବ। ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଜିଲା ଭିତରେ ଯାତାୟାତ କରିବାକୁ ଥିବା ବସ୍‌ଗୁଡ଼ିକୁ ପରମିଟ୍‌ ଦେଉଥିବାବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଯାତାୟାତ କରିବାକୁ ଅନୁମତି ଦେଇଥାଆନ୍ତି। ନୂଆ ବସ୍‌ ପାଇଁ ୫ ବର୍ଷ ସକାଶେ ପରମିଟ୍‌ ଦିଆଯଉଥିବାବେଳେ ୧୫ ବର୍ଷ ପର୍ଯ୍ୟନ୍ତ ତାହା ନବୀକରଣ କରାଯାଇଥାଏ। ୧୫ ବର୍ଷ ପରେ ଏସ୍‌ଟିଏ ଏବଂ ଆର୍‌ଟିଓ ବର୍ଷିକିଆ ପରମିଟ୍‌ ଦେଉଛନ୍ତି। ୧୫ ବର୍ଷର ଊର୍ଦ୍ଧ୍ୱ ଗାଡ଼ିକୁ ପ୍ରତ୍ୟେକ ବର୍ଷ ଆରଟିଓ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ହେବା କଥା। ମାତ୍ର ତାହା ନିୟମିତ ଭାବେ କରାଯାଉ ନ ଥିବାରୁ ପୁରୁଣା ବସ୍‌ଗୁଡିକ ଯାତ୍ରୀଙ୍କ ପାଇଁ ବିପଦର କାରଣ ହେଉଛି।
ସୋମବାର ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ ୨୫ ବର୍ଷର ପୁରୁଣା ବୋଲି ଜଣାପଡିଛି। ସେହି ବସ୍‌ର ପରମିଟ କିମ୍ବା ଇନ୍‌ସ୍ୟୁରାନ୍ସ ନ ଥିବା କୁହାଯାଉଛି। ବାହାଘର ପାଇଁ ଯାତ୍ରୀ ପରିବହନ ସକାଶେ କଣ୍ଟ୍ରାକ୍ଟ ପରମିଟ୍‌ ମଧ୍ୟ ନ ଥିଲା। ଏହି ପରମିଟ୍‌ ନ ଥିବାରୁ ମୃତାହତ ଯାତ୍ରୀମାନଙ୍କ ପରିବାର ସମ୍ପୃକ୍ତ ବସ୍‌ଠାରୁ ବୀମା ରାଶି ପାଇପାରିବେ ନାହିଁ। ବାହାଘର କିମ୍ବା ଅନ୍ୟ କୌଣସି କାରଣରୁ ରାତ୍ରିରେ ଯାତ୍ରୀ ପରିବହନ ସକାଶେ ସ୍ଥାନୀୟ ଆର୍‌ଟିଓଙ୍କଠାରୁ କଣ୍ଟ୍ରାକ୍ଟ ପରମିଟ୍‌ ନେବାକୁ ଆଇନରେ ବ୍ୟବସ୍ଥା ରହିଛି। ତେବେ ବଡ଼ ବସ୍‌କୁ ଛାଡ଼ିଦେଲେ ପ୍ରାୟ ଅନେକ ବସ୍‌ ଅନୁମତି ନେଉନାହାନ୍ତି। ସେସବୁକୁ ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯାଉନାହିଁ। ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟାତ କରୁଥିବା ଯାତ୍ରୀ ବିଶ୍ୱ ରଞ୍ଜନ ସାହୁ କହିଛନ୍ତି, ଅନେକ ଗାଡ଼ି ନିୟମ ପାଳନ କରୁ ନ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ପରିବହନ ବିଭାଗ ଅଧିକାରୀମାନେ ଗାଡ଼ିଗୁଡ଼ିକୁ ଭଲଭାବେ ଯାଞ୍ଚ କରିବା ଆବଶ୍ୟକ। ନଚେତ ଏଭଳି ଦୁର୍ଘଟଣା ବଢ଼ିଚାଲିବ।
ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ରାଜ୍ୟରେ ଅନେକ ପୁରୁଣା ଗାଡ଼ି ଚାଲୁଛି। ସେଥିରୁ କେତେକ ଆର୍‌ଟିଓ କିମ୍ବା ଏସ୍‌ଟିଏଙ୍କ ପାଖରୁ କୌଣସି ପରମିଟ୍‌ କିମ୍ବା ଫିଟନେସ୍‌ ସାର୍ଟିଫିକେଟ ନେଉନାହାନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ ମଧ୍ୟ ସେହି ଗାଡ଼ିଗୁଡ଼ିକୁ ଠିକ୍‌ ଭାବେ ଯାଞ୍ଚ କରୁନାହାନ୍ତି। ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କ ଜୀବନ ବିପନ୍ନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri