Posted inଫୁରସତ

ବିଶୁ ମହାରଣା ନୁହନ୍ତି, ଶିବେଇ ସାନ୍ତରା ଧର୍ମପଦଙ୍କ ବାପା

ପୂର୍ବ ଆଲୋଚନାଗୁଡ଼ିକରେ ଆମେ ଦୁଇଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଆସିଛୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଓଡ଼ିଶା ସାମ୍ରାଜ୍ୟର କେଉଁ କେଉଁ ପାହାଡ଼ରୁ କେଉଁ କିସମର ପଥର କେଉଁ କେଉଁ ଜଳପଥ ଦେଇ କୋଣାର୍କରେ ପହଞ୍ଚିଥିଲା। ଦ୍ୱିତୀୟ ପ୍ରସଙ୍ଗ-ପଥର ଆଣିବାକୁ ଓ କୋଣାର୍କରେ ରହି ଗଢ଼ିବାକୁ କେଉଁ କେଉଁ ଶିଳ୍ପୀ ନିଯୁକ୍ତ ହୋଇଥିଲେ। ଆଭିମୁଖ୍ୟ ଆମର ସ୍ପଷ୍ଟ ଥିଲା। ବାହାର ସାମ୍ରାଜ୍ୟରୁ ପଥର କେବେ ବି ଆସି ନାହିଁ। ସମସ୍ତ ନିର୍ମାଣକାର୍ଯ୍ୟ ଓଡ଼ିଆ ଶିଳ୍ପୀ ମଧ୍ୟ କରିଛନ୍ତି। ଗଜପତିଙ୍କ ଶ୍ୱଶୁର ମଦୁରାଇଠାରୁ ଯେଉଁ କେତେଜଣ ଶିଳ୍ପୀ ପଠାଇଥିଲେ, ଶିବେଇ ସାନ୍ତରା ତାଙ୍କୁ କାମ କରିବାକୁ ବାରଣ କରିଦେଇଥିଲେ। ଗଜପତିଙ୍କ ହସ୍ତକ୍ଷେପ ପରେ ପଥରରେ ଲତା/ଫୁଲ/ ଡାଳ କରିବା ପାଇଁ ଶିବେଇ ସାନ୍ତରା ଅନୁମତି ଦେଇଥିଲେ। ସମ୍ମାନର ସହିତ ସେମାନଙ୍କୁ ବିଦାୟ ଦିଆଯିବାର ଘଟଣା ଆମେ ପୂର୍ବରୁ ଆଲୋଚନା କରିଥିଲୁ।
ତୃତୀୟ ପ୍ରସଙ୍ଗଟି ଧର୍ମପଦ ମହାପାତ୍ର। ସେ ବିଶୁ ମହାରଣାଙ୍କ ପୁଅ ନୁହନ୍ତି, ତାଙ୍କ ସାଙ୍ଗିଆ ମହାରଣା ନୁହେଁ, ସେ ମୁଖ୍ୟ ସ୍ଥପତି ସଦାଶିବ ସାମନ୍ତରାୟ ମହାପାତ୍ର(ଶିବେଇ ସାନ୍ତରା)ଙ୍କ ପୁଅ, ସମ୍ପୂର୍ଣ୍ଣ ନାମ ତାଙ୍କର ଧର୍ମପଦ ମହାପାତ୍ର। ‘ସାମନ୍ତରାୟ’ ଏକ ରାଜ ପ୍ରଦତ୍ତ ଉପାଧି। ଧର୍ମପଦ ସେ ଉପାଧି ବୋଧହୁଏ ପାଇ ନ ଥିଲେ। ତେଣୁ ପୋଥିରେ ତାଙ୍କ ନାମ ସହିତ ‘ସାମନ୍ତରାୟ’ ଉପାଧି ବ୍ୟବହାର ହୋଇ ନାହିଁ। ବାର ବରଷର ବାଳୁତ ପିଲା… ଜନଶ୍ରୁତି ଏକ କୁହେଳିକା। ସେ ମୁଣ୍ଡି ମାରିବା ଘଟଣାର ଟିକିନିଖି ବର୍ଣ୍ଣନା ଆମେ ପୂର୍ବରୁ ଆଲୋଚନା କରିଥିଲୁ। ସେଥିପାଇଁ ଅନେକ ପ୍ରମାଣ ମଧ୍ୟ ‘ବାୟାଚକଡ଼ା’ ପୋଥି ଆଧାରରେ ଉପସ୍ଥାପନ କରିଥିଲୁ। ଧର୍ମପଦଙ୍କ ‘ବୋଉ’ ମନ୍ଦିର ଉପରେ ନାକଚଣା କଳସ ବସିବା ବେଳେ କୋଣାର୍କକୁ ଆସିଥିଲେ ଓ ସମ୍ମାନର ସହିତ ହାତୀରେ ବସି ଗଁାକୁ ଫେରିଯାଇଥିଲେ। ପୋଥି ଆଧାରରେ ଏକଥା ଉପସ୍ଥାପନ କରିବାର ଅର୍ଥ- ଧର୍ମପଦଙ୍କର ହରିପ୍ରାପ୍ତି ହୋଇଥିଲେ ବୋଉ ତାଙ୍କର ମୁଣ୍ଡିମରା ପରେ କଳସ ବସିବା ବେଳକୁ ଦେଖିବାକୁ ଆସିଥାନ୍ତେ କି?
ଗତ ସଂଖ୍ୟାରେ ଲେଖିଥିଲୁ- ମହା ଭାସ୍କରଙ୍କର ଏକ ବସିବା ବିଗ୍ରହ ଶିବେଇ ସାନ୍ତରାଙ୍କ ଶିବିରରେ ନିର୍ମାଣ ଚାଲିଥିଲା। ନିଜେ ଶିବେଇ ତାହାର ଦାୟିତ୍ୱରେ ଥିଲେ। ଗଜପତି ସାରଙ୍ଗଗଡ଼ରୁ ସିଧା ଆସି କୋଣାର୍କରେ ପହଞ୍ଚତ୍ ମହାଭାସ୍କରଙ୍କ ବିଗ୍ରହ ଦେଖିବାକୁ ଯାଇ ଶ୍ରୀଫଳଟିଏ ଭାଙ୍ଗିଥିଲେ ମଙ୍ଗଳ କାମନା କରି। ସେତେବେଳେ ଶିବେଇ ସାନ୍ତରାଙ୍କ ଶିବିରରେ ଧର୍ମପଦ ଥିଲେ। ଏହି ବର୍ଣ୍ଣନା ପୋଥିରେ ଅଛି। ପୋଥିର ବିବରଣୀ ଲେଖା ଚାଲିଥିବାବେଳେ କ୍ରମାଗତ ଭାବରେ ତାହାର ଏକ ନକଲ ହୋଇଥିଲା। ସେ ନକଲକୁ ଗୋଟିଏ ଗୋଟିଏ ପରିଚ୍ଛେଦ ଭଳି କରି ଗଜପତିଙ୍କ ନିକଟକୁ କ୍ରମାଗତ ଭାବରେ ପଠାଯାଉଥିଲା। ଗଜପତି ବିଡ଼ାନାସୀ ନଅରରେ ଥିବାବେଳେ ଅଧିକଥର ନକଲ ଯାଇଛି। ସେ ପଢ଼ିଛନ୍ତି। ପୁଣି ପରାମର୍ଶ ଦେଇଛନ୍ତି। ଧର୍ମପଦଙ୍କୁ ସମ୍ମାନ ଦିଆଗଲା, ହାତୀରେ ବସାଇ ସୁବର୍ଣ୍ଣମାଢ଼ ଦେଇ ନିଜଗଁା ଡିହପାଟଣାକୁ ପଠାଗଲା…। ତାହା କ’ଣ ଗଜପତି ପଢ଼ି ନ ଥିବେ ନା ଜାଣି ନ ଥିବେ! କେମିତି ସଜମାଛରେ ପୋକ ପକାଇବା ପରି ଉଡ଼ାକଥା କାନରୁ କାନକୁ ବ୍ୟାପି ଲେଖାରେ ସ୍ଥାନ ପାଇଲା… ତାହାର ମୂଳ ରହସ୍ୟ ଅନୁସନ୍ଧାନ କରୁଛୁ। ସେହି ଉଡ଼ାକଥାକୁ ବାହାର ଇତିହାସକାର ତାଙ୍କ ବହିରେ ଲେଖିଲେ। ନିଜସ୍ବ ମତ ବି ଦେଇଛନ୍ତି… ଗୁଣୀ, ଜ୍ଞାନୀ… କର୍ମକୁଶଳ ବ୍ୟକ୍ତିଙ୍କୁ ଏ ଜାତି ହତାଦର କରିବାର କରୁଣ କାହାଣୀ।
ପୂର୍ବ ସଂଖ୍ୟାରେ ଆମେ ପଢ଼ିଥିଲେ ଓହଳ ପଦ୍ମ ନିର୍ମାଣ କଥା। ଏହି ପଦ୍ମ ପଥରରେ ନିର୍ମିତ ହୋଇଥିଲା। ଉପର ଛାତରୁ ତଳକୁ ସ୍ପଷ୍ଟ ଭାବରେ ପଥରପଦ୍ମ ଓହଳି ରହିଥିଲା। ଦକ୍ଷିଣ ଭାରତର ଅନେକ ମନ୍ଦିରରେ ପଦ୍ମ ରହିଛି। ତାହା ପଥରର ନୁହେଁ, ଚୂନପଥର ଏବଂ ଅଠା ମିଶା। ତା’ ପରେ ସେ ପଦ୍ମ ଓହଳିକରି ନାହିଁ। ଗଜପତିଙ୍କ ନିର୍ଦ୍ଦେଶ ଥିଲା- ପଥର ପଦ୍ମ ହେବ ଏବଂ ସ୍ପଷ୍ଟ ଭାବରେ ତଳକୁ ଓହଳି କରି ରହିବ। ଏଇ କାମ ଦେଖିବାକୁ ଜଣେ ‘ବଳଶ୍ରୀ’ ଆସିଥିଲେ। ବଳଶ୍ରୀ ହେଉଛି ଏକ ପଦବୀ। କ୍ଷତ୍ରିୟ ବୀରଙ୍କୁ ଦିଆଯାଉଥିଲା। ସୈନ୍ୟ ବିଭାଗର ବହୁ ମନ୍ତ୍ରୀ ରହୁଥିଲେ। ସେଇ ମନ୍ତ୍ରୀମାନେ ‘ବଳଶ୍ରୀ’ ଭାବରେ ପରିଚିତ ଥିଲେ।
ଶ୍ରୀପଦ୍ମକେଶର ମନ୍ଦିରରେ ଏକ ‘ବାଜଣା ମଣ୍ଡପ’ ନିର୍ମିତ ହୋଇଥିଲା। ମୁଖ୍ୟ ମନ୍ଦିରର ପୂର୍ବ ପଟେ ଚତୁର୍ଭୁଜ ଆକାର ମଣ୍ଡପ। ଏବେ ତା’ର ମୂଳ ସ୍ମାରକୀ ଅଛି। ଅନ୍ୟ ମନ୍ଦିରଗୁଡ଼ିକରେ ‘ମାଜଣାମଣ୍ଡପ’ ରହିଥିବାର ଜଣାଯାଏ। ବାଜଣା-ମଣ୍ଡପ କଳ୍ପନା ସମ୍ପୂର୍ଣ୍ଣ ନୂତନ ପରି ଲାଗୁଛି। ଶ୍ରୀମନ୍ଦିରରେ ମାଜଣାମଣ୍ଡପ ରହିଛି। ଏହା ବିବାହ ମଣ୍ଡପ ନାମରେ ମଧ୍ୟ ପରିଚିତ।
ଶ୍ରୀପଦ୍ମକେଶର ମନ୍ଦିର ପରିସରରେ ଏକ ‘ବନ୍ଦାପନା ମଣ୍ଡପ’ ନିର୍ମିତ ହୋଇଥିଲା। ଏହି ମଣ୍ଡପରେ ୨୪୦ଟି ନୃତ୍ୟ କରୁଥିବା ନାରୀମୂର୍ତ୍ତି ସ୍ଥାନ ପାଇଥିଲେ। ଏହି ମଣ୍ଡପରେ ଚାରି ଧାଡ଼ି ଖମ୍ବ ରହିଥିଲା। ମୁଖ୍ୟଶିଳ୍ପୀ ୪ଜଣ ୪୦ ଜଣ ପଥୁରିଆଙ୍କ ସହଯୋଗରେ ତିନିମାସରେ ଏହି କାର୍ଯ୍ୟ ସମାପ୍ତ କରିଥିଲେ। ବନ୍ଦାପନା ମଣ୍ଡପର ପଶ୍ଚିମପଟକୁ ଦୁଇ ଦିଗକୁ ମୁହଁଥିବା ‘ବରତ’ ପ୍ରସ୍ତୁତ ହୋଇଥିଲା। ଅଠର ଦିନରେ ଏହା ସମାପ୍ତ ହେବାପରେ ମଣ୍ଡପର ପୀଢ଼ରେ ପଥର ଖଞ୍ଜା ଯାଇଥିଲା।
ଗୋଟିଏ ଗୋଟିଏ କାର୍ଯ୍ୟ ସାରିବାକୁ ଦିନ ଦିନ ଧରି ଏକାଧିକ ଶିଳ୍ପୀ ନିୟୋଜିତ ରହିଥିଲେ। ଆମେ ଏଠାରେ ଏଥିପାଇଁ ବନ୍ଦାପନା ମଣ୍ଡପର ଉଦାହରଣ ସ୍ବରୂପ ଆଲୋଚନା କରୁଛେ। ମଣ୍ଡପର ଉପରଭାଗ ପାଇଁ ୫ଟି ଆଡ଼ସିଂହ, ମୂଳାଧାର ଭାଗ ପାଇଁ ଦୁଇଟି ଆଡ଼ସିଂହ, ଅନ୍ୟ ଭାଗ ପାଇଁ ସାତୋଟି ଆଡ଼ସିଂହ… ଏହିପରି ୧୪ଟି ଆଡ଼ସିଂହ ନିର୍ମାଣ କରିଥିଲେ ବିଶ୍ୱନାଥ ମହାପାତ୍ର।

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri