Posted inଫୁରସତ

ମୃତ୍ୟୁକୁ ନୁହେଁ, ଗର୍ଲଫ୍ରେଣ୍ଡଙ୍କୁ ଭୟ: ଏସି ମେଶିନ ଉପରେ ବସି କରୁଥିଲେ ଚାଟ୍‌, ଆଉ ତା’ପରେ…

କୁହାଯାଏ ଯେ, ପ୍ରେମ ଅନ୍ଧ। ପ୍ରେମ ପାଇଁ ଜଣେ ସବୁକିଛି କରିବାକୁ ପଛାଇ ନ ଥାଏ। ନିକଟରେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରେ,ଜଣେ ଯୁବକ ଏକ ଉଚ୍ଚ କୋଠାର ବାହାର କାନ୍ଥରେ ଲାଗିଥିବା ଏସି ମେସିନ ଉପରେ ବସି ଆରାମରେ ତାଙ୍କ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ଏବଂ ତାହା ମଧ୍ୟ ଏକ ପାର୍କ ବେଞ୍ଚ ପରି। ବ୍ୟକ୍ତି ଜଣକ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିଲେ।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଜଣେ ଯୁବକ ଏକ ବହୁମହଲା କୋଠାର କାନ୍ଥ ବାହାରକୁ ବାହାରି ଏକ ଏସି ୟୁନିଟ ଉପରେ ବସିଛନ୍ତି। ତାଙ୍କ ପାଦ ଖାଲି ଅଛି, କୌଣସି ସୁରକ୍ଷା ବେଲ୍ଟ ନାହିଁ। ନିଜ ଜୀବନକୁ ବିପଦରେ ପକାଇ, ସେ ତାଙ୍କ ମୋବାଇଲରେ ହଜିଯାଇଛନ୍ତି, ଯେପରି ସମଗ୍ର ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କଥା ହେଉଛନ୍ତି। କୁହାଯାଉଛି ଯେ, ସେ ସେଠାରେ ବସି ତାଙ୍କ ପ୍ରେମିକାଙ୍କ ସହିତ ଗପସପ କରୁଥିଲେ। ଏକ ଏସି ୟୁନିଟ ଉପରେ ବସିବା ଯେକୌଣସି ପ୍ରକାରେ ବିପଦପୂର୍ଣ୍ଣ, କିନ୍ତୁ ଏହି ବ୍ୟକ୍ତି ମୃତ୍ୟୁକୁ ଭୟ କରି ନ ଥିଲେ। ସେ ଯେଉଁ ଉଚ୍ଚତାରେ ବସିଛନ୍ତି, ସେଠାରୁ ପଡ଼ିଗଲେ କିଛି ବି ହୋଇପାରେ। କିନ୍ତୁ ସେହି ବ୍ୟକ୍ତି ପ୍ରେମର ଆବେଗରେ ସମ୍ପୂର୍ଣ୍ଣ ହଜିଯାଇଛନ୍ତି। ନା ସେ ତଳକୁ ଦେଖୁଛନ୍ତି, ନା ସେ ପରିବେଶ ବିଷୟରେ ଚିନ୍ତା କରୁଛନ୍ତି।

ଏହି ଭିଡିଓଟି studentgyaan ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି।

 

View this post on Instagram

 

A post shared by Studentgyaan (@studentgyaan)


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri