୫ ଲକ୍ଷ ନୁହେଁ, ମାତ୍ର ୫୮ ହଜାର

ସୁନୀତ୍‌ ମିଶ୍ର

ଭୁବନେଶ୍ବର, ୨୦ା୫: ଓଡ଼ିଶାର ବେକାର ଯୁବତୀଯୁବକମାନଙ୍କ ଦକ୍ଷତା ବିକାଶ ଲାଗି ରାଜ୍ୟ ସରକାର ଅନେକ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଉଲ୍ଲେଖ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରାଜ୍ୟ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ମୋଟ୍‌ ୯୮୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ବିଭାଗ ଲାଗି ମୋଟ୍‌ ୮୧୧ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ସରକାର ଗତ ୧୦ ବର୍ଷରେ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ କିଛି ସଫଳତା ହାସଲ କରିଥିବା ଚିତ୍ର ମଧ୍ୟ ଲୋକଙ୍କ ଆଗରେ ରଖୁଛନ୍ତି। ସରକାର ତାଙ୍କ ବଜେଟ ବହିର ପୃଷ୍ଠା ୧୭ର ୪ର୍ଥ ପାରାରେ ଉଲ୍ଲେଖ କରିଛନ୍ତି, ଗତ ୩ ବର୍ଷ ଭିତରେ କୋଭିଡ୍‌ ମହାମାରୀ ସତ୍ତ୍ୱେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ୫ ଲକ୍ଷରୁ ଅଧିକ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ହେଲେ ସମାନ ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତ୍ତର ଏବଂ ସରକାରଙ୍କ ବଜେଟ ବହି ଭିତରେ ତାଳମେଳ ନାହିଁ। ଗୋଟିଏ ପଟେ ସରକାର ୩ ବର୍ଷରେ ୫ ଲକ୍ଷ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେଇଥିବା ନେଇ ଉତ୍ତର ରଖୁଥିବାବେଳେ ବିଧାନସଭାରେ ଉତ୍ତରରେ କିନ୍ତୁ ଗତ ୭ ବର୍ଷରେ ମୋଟ୍‌ ୫୮, ୯୦୨ ଜଣଙ୍କୁ ତାଲିମ ଦିଆଯାଇଥିବା କଥା କହୁଛନ୍ତି। ବାକି ୪ ଲକ୍ଷ ୪୧ ହଜାର ୦୯୮ ଜଣ କୁଆଡେ ଗଲେ ତାହାର ହିସାବ ନାହିଁ। ତେଣୁ ଏଥିରୁ କେଉଁଟା ଠିକ୍‌ ଏବଂ କେଉଁଟା ଭୁଲ୍‌ ତାହା ବୁଝାପଡୁନାହିଁ।
ରାଜ୍ୟ ସରକାର ପ୍ରାୟ ସବୁ ତାଲିମ କାର୍ଯ୍ୟକ୍ରମ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳନା କରୁଛନ୍ତି। ସୁବ୍ରତୋ ବାଗ୍‌ଚୀ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅଛନ୍ତି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ସହ ରାଜ୍ୟ ସରକାର ୭ ବର୍ଷ ହେଲା ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ମନ୍ତ୍ରୀମାନଙ୍କ ଭଳି ତାଙ୍କୁ ଅଦଳବଦଳ କରିବା କିମ୍ବା କ୍ୟାବିନେଟ୍‌ ପାହ୍ୟା ଉଠାଇନେବା ଭଳି କୌଣସି କଥା ଏହି ସମୟ ଭିତରେ ଦେଖାଯାଇ ନାହିଁ। ଏହି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ କିନ୍ତୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଆସୁଛି। ଏହି ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ତାଙ୍କୁ କିନ୍ତୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ବିଧାନସଭାରେ ବାଗ୍‌ଚୀଙ୍କ ସଫଳତା ବିଫଳତା କଥା ନୁହେଁ ମନ୍ତ୍ରୀଙ୍କୁ ବିଭାଗର ମାଲିକ ହିସାବରେ ଉତ୍ତର ରଖିବାକୁ ପଡୁଛି। କୌତୂହଳର ବିଷୟ ହେଲା ରାଜ୍ୟପାହ୍ୟା ମନ୍ତ୍ରୀ ତାଙ୍କଠାରୁ ଅଧିକ ବରିଷ୍ଠ ପଦବୀରେ ଥିବା ବାଗ୍‌ଚୀଙ୍କ କାର୍ଯ୍ୟକଳାପ ଉପରେ ଟିପ୍ପଣୀ ଦେଉଛନ୍ତି।
ସରକାର ତାଙ୍କ ବଜେଟ ବହିରେ ଆହୁରି ଉଲ୍ଲେଖ କରିଛନ୍ତି, ଯୁବତୀଯୁବକମାନଙ୍କୁ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତର ନିଯୁକ୍ତି ସକାଶେ ଏକ ପ୍ରମୁଖ ଅନୁଷ୍ଠାନ ଭାବେ ‘ଓ୍ବାଲର୍‌ଡ ସ୍କିଲ୍‌ ସେଣ୍ଟର’ ପ୍ରତିଷ୍ଠା କରାଯାଇଛି। ଏହା ଅଧୀନରେ ଆସୁଥିବା ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଲାଭ କରିଛି। ଏହିସବୁ ଅନୁଷ୍ଠାନର ସର୍ବେସର୍ବା ମଧ୍ୟ ବାଗ୍‌ଚୀ । ତାଙ୍କ ବିନା ନିର୍ଦ୍ଦେଶରେ ଏଠାରେ ପତ୍ର ଖଣ୍ଡେ ମଧ୍ୟ ହଲେ ନାହିଁ। ତେବେ ବିଧାନସଭାର ଗତ ବଜେଟ ଅଧିବେଶନରେ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ କେତେଜଣ ସଦସ୍ୟ ଏ ବାବଦରେ ଅନେକ ପ୍ରଶ୍ନ ପଚାରିଥିଲେ। ତାହାର ଉତ୍ତରରେ ତାଳମେଳ ରହୁ ନ ଥିବା ଦୃଷ୍ଟିକୁ ଆସିଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଗତ ୨୧ ମାର୍ଚ୍ଚ ୨୦୨୩ରେ ବିଧାନସଭାରେ ପ୍ରଶ୍ନ କରିଥିଲେ, ଗତ ୭ ବର୍ଷରେ ଓଡ଼ିଶାର କେତେଜଣ ଯୁବତୀଯୁବକ ଅତି କୁଶଳୀ ଓ କୁଶଳୀ ହୋଇପାରିଛନ୍ତି। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପ୍ଲେସ୍‌ମେଣ୍ଟ ଲିଙ୍କ୍‌ଡ ଟ୍ରେନିଂ ପ୍ରୋଗ୍ରାମ(ପିଟିଏଲ୍‌ପି) ୨୦୧୧-୧୨ରୁ ପ୍ରଚଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଗତ ୭ ବର୍ଷ ଅର୍ଥାତ୍‌ ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ମୋଟ୍‌ ୫୮, ୯୦୨ ଜଣ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି। ହେଲେ ୧୪ ମାର୍ଚ୍ଚ ୨୦୨୩ରେ ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସନ୍ଦେହ ସୃଷ୍ଟି କରିବା ଭଳି ତଥ୍ୟ ଦେଇଛନ୍ତି। ଗତ ୪ ବର୍ଷରେ କେତେଜଣ ତାଲିମ ପାଇଛନ୍ତି ବୋଲି ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ପିଟିଏଲ୍‌ପି ରେ ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୨-୨୩ ମଧ୍ୟରେ ୨୮,୬୩୨ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ତେବେ ୨୦୧୯-୨୦ରେ ୯୮୦୫, ୨୦୨୦-୨୧ରେ ୩୨୪୦, ୨୦୨୧-୨୨ରେ ୫୨୩୨ ଏବଂ ୨୦୨୨-୨୩ରେ ୧୦,୩୫୫ ଜଣଙ୍କୁ ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ବାକି ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୧୮-୧୯ ଏହି ୩ ବର୍ଷରେ କିପରି ୩୦,୨୭୦ ଜଣଙ୍କୁ ରାଜ୍ୟ ସରକାର ତାଲିମ ଦେଲେ ସେନେଇ ପ୍ରଶ୍ନ ଉଠୁଛି। ସେହିପରି ବିଧାୟକ ରମେଶ ଚନ୍ଦ୍ର ବେହେରା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ପିଟିଏଲ୍‌ପି ଜରିଆରେ ୨୦୧୮-୧୯ରୁ ୨୦୨୨-୨୩ ଏହି ୫ ବର୍ଷ ମଧ୍ୟରେ ମୋଟ ୩୭,୬୮୦ ଜଣ ଯୁବତୀଯୁବକ ପ୍ରଶିକ୍ଷଣ ନେଇଛନ୍ତି।
ଅନ୍ୟପଟେ ଏହିସବୁ ପ୍ରଶ୍ନରେ ମନ୍ତ୍ରୀ ଯାହା ସବୁ ଉତ୍ତର ରଖୁଛନ୍ତି ସେସବୁ ବଜେଟ ବହିରେ ଉଲ୍ଲେଖ ଥିବା ତଥ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଠି ବଜେଟ ବହିରେ ୩ ବର୍ଷରେ ୫ ଲକ୍ଷ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା କଥା ସରକାର ଉଲ୍ଲେଖ କରିଛନ୍ତି, ମନ୍ତ୍ରୀ ଗତ ୭ ବର୍ଷରେ ୫୮, ୯୦୨ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା କଥା କହୁଛନ୍ତି। ତେବେ ବିଧାନସଭା ପ୍ରଶ୍ନ, ଉତ୍ତରରେ ଗୋଟେ ଏବଂ ବଜେଟ ବହିରେ ଆଉ ଏକ ତଥ୍ୟ କିପରି ତାହା ମଧ୍ୟ ସନ୍ଦେହ ଜାତ କରୁଛି। ଅବଶ୍ୟ ମନ୍ତ୍ରୀ ଯେଉଁ ଉତ୍ତର ରଖୁଥିବେ ତାହା ବାଗ୍‌ଚୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବ। କାରଣ ଏସବୁ କାର୍ଯ୍ୟକ୍ରମ ତାଙ୍କ ଦ୍ୱାରା ପରିଚାଳିତ। ସେପଟେ ମୁକେଶ ମହାଲିଙ୍ଗ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଆହୁରି ବଡ଼ ବିଫଳତା ସାମ୍ନାକୁ ଆସିଛି। ମନ୍ତ୍ରୀ ମହାଲିଙ୍ଗ ଗତ ୧୪ ମାର୍ଚ୍ଚରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଘଡାଇ କହିଛନ୍ତି, ୨ ଫେବୃୟାରୀ ୨୦୨୩ ସୁଦ୍ଧା ରାଜ୍ୟର ୮,୯୮,୭୧୭ ଜଣ ବେକାର ଯୁବତୀଯୁବକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କର ସରକାରୀ ଚାକିରି ଦରଖାସ୍ତ କରିବାର ବୟସସୀମା ଅତିକ୍ରାନ୍ତ କରିସାରିଛି। ସେହିପରି ୨୫ ଲକ୍ଷ ୪୭ ହଜାର ୬୬୩ ଯୁବତୀଯୁବକ ଯଥା ସମୟରେ ନବୀକରଣ ନ କରିପାରିବା ଯୋଗୁ ୨୦୧୦ରୁ ଏ ପର୍ଯ୍ୟନ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଲାଇଭ ରେଜିଷ୍ଟାର୍‌ରୁ ବାଦ୍‌ ପଡ଼ିଛନ୍ତି। ଅର୍ଥାତ୍‌ ୧୩ ବର୍ଷ ଭିତରେ ଏହି ୨୫,୭୪,୬୬୩ ଜଣ ଯୁବତୀଯୁବକ ବାଦ୍‌ ପଡ଼ିଛନ୍ତି। ଏହି ତଥ୍ୟ ଅନୁଯାୟୀ ଦେଖିଲେ ବର୍ଷକୁ ୧,୯୮,୦୫୧ ଜଣ ନାମ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ତେବେ ଗତ ୩ ବର୍ଷ ମଧ୍ୟରେ ୫,୯୪,୧୫୩ ଜଣ ସେମାନଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଏଥିରୁ ବୁଝାପଡୁଛି ଯେ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପାଖରେ ଅନେକ ଶହ କୋଟିର ବଜେଟ ଥିବା ସତ୍ତ୍ୱେ କିଛି କାର୍ଯ୍ୟ ହେଉ ନାହିଁ। ଅର୍ଥାତ୍‌ ଏହି ବିପୁଳ ଅର୍ଥ ବ୍ୟକ୍ତିଗତ ପ୍ରଚାର କରାଇବା ସହିତ ସୁବ୍ରତୋ ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏତେ ଟଙ୍କାରେ କେଉଁ ପ୍ରକାର ବ୍ୟବସାୟ କରୁଛନ୍ତି ତାହା ସାଧାରଣରେ ବୁଝାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri