ଗନ୍ଧରେ ଫାଟିପଡ଼ୁୁଛି ନାକ: ଯାତ୍ରୀ ବିଶ୍ରମଗାର ବାହାରେ ସୁନ୍ଦର ଭିତରେ ଫମ୍ପା

ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରିଛକ ଉପରେ ରହିଥିବା ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଶୋଚନୀୟ ହୋଇପଡିଛି ଉଦଘାଟନ ହେବାର ମାତ୍ର ୨୦ ମାସ ବିତିଥିବା ବେଳେ ଏବେ ଉକ୍ତ ବିଶ୍ରାମାଗାର ଟି ବ୍ୟବହାର ଉପଯୋଗୀ ହୋଇପାରୁନ। ପ୍ରକାଶ ଯେ, ଗତ ୨୦୨୩ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ତତ୍କାଳ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ଯାତ୍ରୀ ବିଶ୍ରାମାଗାର ଲୋକାର୍ପଣ କରାଯାଇଥିଲା। କିଛି ଦିନ ଠିକ ଠାକ ସଫେଇ କରାଯାଉଥିବା ବେଳେ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି ବାହାରେ ଚକାଚକ ଦିଶୁଥିବା ବେଳେ ଭିତରେ ପ୍ଲାଷ୍ଟିକ, ଅଇଁଠା ଖଲିପତ୍ର, ପାନ ଛେପ, ଗୁଟକାର ଖାଲି ପ୍ଲାଷ୍ଟିକ ଆଦି ପଡ଼ି ପୁତ୍ତିମୟ ଗନ୍ଧ ସୃଷ୍ଟି ହେଉଛି । ପୂର୍ବ ଭଳି ଯେତେବେଳେ ବିଶ୍ରାମାଗାର ନ ଥିଲା ଯାତ୍ରୀଙ୍କ ଯେଉଁ ଅବସ୍ଥା ହୋଇଥିଲା ଏବେ ପୁଣି ସେହି ଅବସ୍ଥା ସୃଷ୍ଟି ହୋଇଛି । ଯାତ୍ରୀମାନେ ବାରଦ୍ୱାର ବିଶ୍ରାମ ନେବାକୁ ବୁଲୁଛନ୍ତି ଖରା, ବର୍ଷା ଯାତ୍ରୀମାନେ ହଟହଟା ଭୋଗୁଛନ୍ତି ବିଶ୍ରାମ ନେବା ପାଇଁ ଆଉ କୌଣସି ବିକଳ୍ପ ନ ଥିବାରୁ ବହୁତ ହଇରାଣ ହେଉଛନ୍ତି ଯାତ୍ରୀ । ଏହାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଘରିିବୁଲୁଛି ଏହାକୁ ରକ୍ଷଣବେକ୍ଷଣ କରିବା ସହ ଦୈନିକ ସଫେଇ କରିବା ବ୍ୟବସ୍ଥା କରିବାକୁ ଦାବି ହେଉଛି ।
ସୂଚନା ଯୋଗ୍ୟ, ଉକ୍ତ ଜମିରେ ଯାତ୍ରୀ ବିଶ୍ରାମାଗାର ସ୍ଥାପନ କରାଯିବା ପାଇଁ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଦାବି କରିବା ସହ ଜମି ବିବାଦ ଉପୁଜିଥିଲା ଏଥିରେ ପ୍ରଶାସନ ଓ ଦୁଇ ଅସନ୍ତୋଷ ଗୋଷ୍ଠୀକୁ ନେଇ ଶେଷରେ ସମାଧାନର ବାଟ ବାହାର କରି ସେଠାରେ ବିଶ୍ରାମାଗାର ସ୍ଥାପନ କରାଯାଇଥିଲା କିନ୍ତୁ ଏବେ ଯେଉଁ ଯାତ୍ରୀଙ୍କ ଉଦ୍ଧେଶ୍ୟରେ ଏହା କରାଯାଇଥିଲା ସେମାନଙ୍କକୌଣସି କାର୍ଯ୍ୟରେ ଆସୁ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ: ଯୋଗଦେଲେ ଏନ୍‌ଏସି ଅଧ୍ୟକ୍ଷ

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ସ୍ବାମୀ ଚେତନାନନ୍ଦ ସାରସ୍ବତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri