ପୋଙ୍ଗଓ୍ବାଙ୍ଗ,୧୦।୨: ଉତ୍ତର କୋରିଆରେ ପପ୍ ସଙ୍ଗୀତ ଏବଂ ସ୍କ୍ବିଡ୍ ଗେମ୍ ଭଳି ଦକ୍ଷିଣ କୋରିଆର ଟିଭି ଡ୍ରାମା ଦେଖିଲେ କଠୋର ଦଣ୍ଡ ମିଳୁଛି । ବର୍ଷ ବର୍ଷ ଧରି ଅଭିଯୁକ୍ତଙ୍କୁ ଲେବର କ୍ୟାମ୍ପରେ ବନ୍ଧକ ରଖାଯିବା ସହିତ ଫାଶୀ ମଧ୍ୟ ଦିଆଯାଉଛି ବୋଲି ଦେଶ ଛାଡ଼ି ଅନ୍ୟତ୍ର ପଳାଇଥିବା ବହୁ ନାଗରିକ ପ୍ରକାଶ କରିଛନ୍ତି ।
ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ଦେଶାନ୍ତର ହୋଇଥିବା ୧୦୦ରୁ ଅଧିକ ଉତ୍ତର କୋରିଆ ଲୋକଙ୍କ ସାକ୍ଷାତ୍କାର ନିଆଯାଇଥିଲା ବେଳେ ସେମାନେ ଏ ସମ୍ପର୍କରେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଉତ୍ତର କୋରିଆର ବିଭିନ୍ନ ପ୍ରଦେଶରେ କେ-ପପ୍ ମ୍ୟୁଜିକ୍ ଶୁଣିବା ଅଭିଯୋଗରେ ବହୁ ସ୍କୁଲ ଛାତ୍ରଙ୍କୁ ଫାଶୀ ଦିଆଯାଇଛି । ସେହିପରି ଦକ୍ଷିଣ କୋରିଆର ଟିଭି ଡ୍ରାମା ସ୍କ୍ବିଡ୍ ଗେମ୍ ଦେଖିବା ଅଭିଯୋଗରେ ମଧ୍ୟ ବହୁ ଲୋକଙ୍କୁ ଫାଶୀ ଦିଆଯାଇଛି ବୋଲି ସେମାନେ କହିଛନ୍ତି ।

