ଟ୍ରୋଲ ହେଲେ ନୋରା

ମୁମ୍ବାଇ: ନିଜର ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାକୁ ଆସନ୍ତି ନାହିଁ ସେ ତାଙ୍କ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରନ୍ତି । ସୁଦୂର କାନାଡାରୁ ଆସି ଏବେ ବଲିଉଡ୍‌ରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୋରା ଫତେହି ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଡ୍ୟାନ୍ସିଂ କୁଇନ୍ ତାଙ୍କର ଫଟୋ ଓ ଭିଡିଓକୁ ନେଇ ବି ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ସେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ ନେଇ ସେ ଏବେ ଟ୍ରୋଲ ହୋଇଛନ୍ତି । ଏକ ହ୍ୱାଇଟ କଷ୍ଟ୍ୟୁମରେ ମୁମ୍ବାଇ ସଡ଼କ ଉପରେ ପୋଜ୍ ଦେଉଛନ୍ତି ନୋରା । ଯେଉଁଥିରେ ତାଙ୍କର କ୍ଲିଭେଜ ସ୍ପଷ୍ଟ ଭାବେ ବାରିହୋଇ ପଡୁଛି । ଏହାକୁ ଦେଖିବା ପରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ନୋରା ଆବଶ୍ୟକତାଠାରୁ ଅଧିକ ଗ୍ଲାମରସ୍ ଲାଗୁଛନ୍ତି । ସେ ଆଉ ଆଗଭଳି ନାହାଁନ୍ତି । ତାଙ୍କର ବୋଳ୍‌ଡନେସ୍ ଏବେ ସବୁ ସୀମା ଅତିକ୍ରମ କଲାଣି । ଏମିତି ଭାବେ ଟ୍ରୋଲ୍ ହୋଇଛନ୍ତି ଏହି ଡ୍ୟାନ୍ସିଂ କୁଇନ୍ ନୋରା ଫତେହି ।

Share