Posted inଜାତୀୟ

ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ-ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ଅଣାଯିବ ବିଧେୟକ…

ନୂଆଦିଲ୍ଲୀ,୧।୧୨ : ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନ ଯିବାକୁ ଏବଂ ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ସଂସଦର ଶୀତକାଳୀନ ଅଧିବେଶନରେ ଏହି ପରିପ୍ରେକ୍ଷୀରେ ଏକ ଘରୋଇ ବିଲ ଅଣାଯିବାର ଯୋଜନା ରହିଛି।

ଏହି ଦୁଇଟି ଘରୋଇ ବିଲ ବ୍ୟତୀତ ଅନ୍ୟ କେତେକ ସମାନ ବିଲ ଶୀତ ଅଧିବେଶନରେ ଅଣାଯିବାର ସମ୍ଭାବନା ଅଛି। ଲୋକସଭାର ବିଚାର ପାଇଁ ସଦସ୍ୟମାନେ ମୋଟ ୨୦ ଟି ଘରୋଇ ବିଲ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏଗୁଡିକ ଲୋକସଭାର କାର୍ଯ୍ୟସୂଚୀରେ ତାଲିକାଭୁକ୍ତ କରାଯାଇଛି। ତେବେ, ସଂକ୍ଷିପ୍ତ ଆଲୋଚନା ପରେ ଅଧିକାଂଶ ଘରୋଇ ବିଲକୁ ପ୍ରାୟତଃ ଖାରଜ କରି ଦିଆଯାଇଥାଏ। ସ୍ବାଧୀନତା ପରଠାରୁ ଏପର୍ଯ୍ୟନ୍ତ କେବଳ ୧୪ ଟି ଏଭଳି ବିଲ ପାରିତ ହୋଇଛି। ଶେଷ ଘରୋଇ ବିଲ ୧୯୭୦ ରେ ପାରିତ ହୋଇଥିଲା।

ପଶ୍ଚିମ ଦିଲ୍ଲୀର ସଂସଦୀୟ ନିର୍ବାଚନମଣ୍ଡଳୀରୁ ଭାଜପା ଏମ୍‌ପି ପ୍ରଭେଶ ସାହେବ ସିଂ ବର୍ମା ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନଯିବାଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଘରୋଇ ସଦସ୍ୟ ବିଲ ନେଇ ପ୍ରସ୍ତାବ ଦେଇଛନ୍ତି। ଏହା ତାଲିକାଭୁକ୍ତ ହୋଇଛି। ସେ କହିଛନ୍ତି ଯେ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ଉପରେ ନିଷେଧାଦେଶ ପାଇଁ ଜର୍ମାନୀର ପରିବେଶ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି କାରଣ ଏହାର ଜଳବାୟୁ ଏବଂ ବିଶ୍ୱ ତାପମାତ୍ରା ଉପରେ ବହୁତ ପ୍ରଭାବ ପଡୁଛି। ଭାରତରେ ମଧ୍ୟ ଆମେ ଆମିଷ ଭୋଜନ ଛାଡିବାକୁ ପଦକ୍ଷେପ ନେଇପାରିବା ବୋଲି ସେ କହିଛନ୍ତି।

ସେହିଭଳି ଭାଜପା ଏମ୍‌ପି ରମା ଦେବୀ ଘରୋଇ କ୍ଷେତ୍ରରେ ଲାଞ୍ଚ କାରବାର ବନ୍ଦ କରିବାକୁ ଏକ ବିଲ ଆଣିବାକୁ ଯାଉଛନ୍ତି। ଏଥି ସହ ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଏମ୍‌ପି ତିରଥ ସିଂ ରାୱତ ଦେଶର ସମସ୍ତ ବିଦ୍ୟାଳୟରେ ଯୋଗ ଆରମ୍ଭ କରିବା ପାଇଁ ଏକ ବିଲ ଆଣିବାକୁ ଯୋଜନା କରିଛନ୍ତି।

ଅନ୍ୟପକ୍ଷରେ କେରଳର ଦୁଇ ବିରୋଧୀ ଏମ୍‌ପି ଏନ.ପ୍ରେମଚନ୍ଦ୍ରନ ଏବଂ ଭି. କେ.ଶ୍ରୀକେନ୍ଦନ ମନେରଗା ଆକ୍ଟର ଧାରା ୩ରେ ସଂଶୋଧନ ପାଇଁ ଏକ ବିଲ ଆଣିବେ। ଏଥିରେ ଏକ ବ୍ୟବସ୍ଥା ଅଛି ଯେ ସରକାର ପ୍ରତ୍ୟେକ ଶ୍ରମିକଙ୍କୁ ଗୋଟିଏ ବର୍ଷରେ ସର୍ବାଧିକ ୧୦୦ ଦିନ ରୋଜଗାର ଦେବେ। ବିରୋଧୀ ୧୫୦ ଦିନ ପାଇଁ ଏହା କରିବାକୁ ଚାହୁଁଛନ୍ତି। ତେବେ ସରକାର ଏହି ଦାବିକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri