କାମ କରୁନି ପଲିଥିନ କଟକଣା ନିୟମ

ଖୋର୍ଦ୍ଧା ଅଫିସ,୨୧ା୪: ପଲିଥିନ ପରିବେଶ ପାଇଁ ଚିନ୍ତାର କାରଣ ସାଜିଛି। ଭବିଷ୍ୟତରେ ଏହା ମାନବ ସମାଜ ପାଇଁ ଘାତକ ସାଜିବାକୁ ଯାଉଥିବା ଜାଣି ମଧ୍ୟ କେହି ସଚେତନ ହେବାକୁ ରାଜି ନୁହନ୍ତି। ଯେପରି ପ୍ଲାଷ୍ଟିକ ଏବଂ ପଲିଥିନ ଲୋକଙ୍କ ଜୀବନରେ ଏକ ଅଂଶବିଶେଷ ପାଲଟିଗଲାଣି। ଏହା ଉପରେ ସରକାର କଟକଣା ଜାରି କରିଛନ୍ତି। ତଥାପି ଏହାର ବ୍ୟବହାର ଉପରେ ରୋକ୍‌ ଲାଗିପାରୁନି। ଖୋର୍ଦ୍ଧା ସହରରେ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର କଟକଣା ପ୍ରହସନ ପାଲଟିଛି।
ଦୈନନ୍ଦିନ ଜୀବନରେ ପଲିଥିନ ବ୍ୟବହାର ଅଭ୍ୟାଗଗତ ପାଲଟିଗଲାଣି। ରାଶନ ସାମଗ୍ରୀ, ଫଳ, ପନିପରିବା ଏପରିକି ଔଷଧ ଏବଂ ଖାଇବା ପଦାର୍ଥ ଲାଗି ପଲିଥିନ ବ୍ୟବହାର କରାଯାଉଛି। ପରିସ୍ଥିତି ଏପରି ହେଲାଣି ସବୁ କାମରେ ପ୍ଲାଷ୍ଟିକ, ପଲିଥିନ ଲୋଡୁଛନ୍ତି ଲୋକେ। ବ୍ୟବହାର ପରେ ଏଣେତେଣେ କିମ୍ବା ରାସ୍ତାକଡରେ ଫୋପାଡି ଦେଉଛନ୍ତି। ନାଳ ନର୍ଦ୍ଦମାରେ ପ୍ଲାଷ୍ଟିକ, ପଲିଥିନ ପଡି ପଚିଶଢି ନାଳପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି। ଖୋର୍ଦ୍ଧା ସହରର ଏକାଧିକ ଡ୍ରେନରେ ପ୍ଲାଷ୍ଟିକ, ପଲିଥିନ ପଡି ଭର୍ତ୍ତି ହୋଇଥିବା ବେଳେ ରାସ୍ତାକଡ଼ରେ ପଡି ରହୁଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହି, ସାମନ୍ତରାପୁର ଛକ, ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭବନ ପଛପଟ ଆଦି ସାହିର ନାଳରେ ବର୍ଷ ବର୍ଷ ଧରି ପ୍ଲାଷ୍ଟିକ, ପଲିଥିନ ଜମି ରହିଛି। ଫଳରେ ବର୍ଷା ହେଲେ ଖୋର୍ଦ୍ଧା ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପଟେ ଗୋରୁ, କୁକୁର ଖାଦ୍ୟ ଲାଳସାରେ ଏହାକୁ ଏଣେତେଣେ ପକାଉଛନ୍ତି। ପରିବେଶ ପ୍ରଦୂଷଣ ହେବା ସହ ଜୈବ ବିବିଧତାକୁ ନଷ୍ଟ କରୁଛି। ସରକାରୀ କଟକଣା ସତ୍ତ୍ୱେ ଲୋକେ ଏହାକୁ ଜାବୁଡି ଧରିଥିବାରୁ ଆଗକୁ ବଡ଼ ବିପଦକୁ ଟାଣିଆଣିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦିନକୁ ଦିନ ସହରାଞ୍ଚଳରେ ପ୍ରଦୂଷଣ ବଢି ଚାଲିଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ।
ପ୍ରକାଶ ଯେ, ରାଜ୍ୟ ସରକାର ପ୍ରଥମେ ୫ଟି ମହାନଗର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପୁରୀ ସହରରେ ଏହାର ବ୍ୟବହାର ଉପରେ କଟକଣା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲାରେ ମଧ୍ୟ ଲାଗୁ କରାଯାଇଥିଲା। ତେବେ ପ୍ରଥମେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଧରପଗଡ ହୋଇଥିବା ବେଳେ ଏଥିରେ ଶିଥିଳ ପଡିଯାଇଛି। ରାସ୍ତାକଡ ଉଠାଦୋକାନୀ, ଫୁଟପାଥ ବ୍ୟବସାୟୀଙ୍କଠାରୁ ସମସ୍ତ ହୋଟେଲ, ପାନ ଦୋକାନ, ବଡ଼ ବ୍ୟବସାୟିକ ପ୍ରତିଷ୍ଠାନରେ ବହୁଳ ବ୍ୟବହାର କରାଯାଉଛି। ସହରରେ ପଲିଥିନ ବ୍ୟବହାର ହେଉଥିବା ସତ୍ତ୍ୱେ ବିଭାଗୀୟ ଉଦାସୀନତା ଯୋଗୁ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏନେଇ ପୌର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି କୁହନ୍ତି, ପ୍ରଶାସନ ପକ୍ଷରୁ ରୀତିମତ ବ୍ୟବଧାନରେ ଚଢ଼ାଉ କରାଯାଉଛି। କରୋନା ଯୋଗୁ ଗତ ଦୁଇ ବର୍ଷ ହେବ ପ୍ରାୟ ଦୋକାନ ବଜାର ବନ୍ଦ ରହିଥିଲା। ଆଗାମୀ ଦିନରେ ଚଢ଼ାଉ କରାଯିବ। ବର୍ଷାଦିନ ପୂର୍ବରୁ ନାଳରେ ଜମି ରହିଥିବା ପ୍ଲାଷ୍ଟିକ, ପଲିଥିନ ବାହାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri