କାର୍ଯ୍ୟକ୍ଷମ ହେଉନି ଜେଏମ୍‌ଏଫ୍‌ସି କୋର୍ଟ

ବଇଣ୍ଡା,୧୧।୯(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ରେ ବିଭିନ୍ନ ବ୍ଲକରେ ଜେଏମ୍‌ଏଫ୍‌ସି (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏପରିକି ତତ୍କାଳୀନ ପ୍ରମୁଖ ସଚିବଙ୍କ ଚିଠି ସଂଖ୍ୟା ୮୨୦୪/୧୮ରେ ଓଡ଼ିଶା ସିଭିଲ କୋର୍ଟ ଆକ୍ଟ ୧୯୮୪ ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଦର ମହକୁମାଠାରେ ମଧ୍ୟ ଏକ ନୂତନ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ନେଇ ରାଜ୍ୟ ସରକାର ପ୍ରସ୍ତାବ ରଖି ଗେଜେଟ ନୋଟିଫିକେଶନ ଜାରି କରିଥିଲେ। ଏହି ଘୋଷଣାକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି ଅଦାଲତ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, କିଶୋରନଗରଠାରେ ଥିବା ବିଜୁ ସ୍ମୃତିଭବନଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ଏଯାଏ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇପାରୁନାହଁି। କିଭଳି ଖୁବ୍‌ଶୀଘ୍ର ଏଠାରେ କୋର୍ଟ ଆରମ୍ଭ କରାଯିବ ସେ ନେଇ ୨୭ ମାର୍ଚ୍ଚ ୨୦୨୩ରେ ଜିଲାଜଜ୍‌ ପ୍ରଣବ କୁମାର ପାତ୍ର କିଶୋରନଗର ବିଜୁ ସ୍ମୃତିଭବନ ପରିଦର୍ଶନ କରିବା ସହ ନୂତନ କୋର୍ଟ ସ୍ଥାପନ ପାଇଁ ଦିଆଯାଇଥିବା ୩ ଏକର ଜମିର ଅନୁଧ୍ୟାନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଉକ୍ତ ଭବନର ମରାମତି କାର୍ଯ୍ୟ ଶେଷ ହୋଇ ନ ଥିବାରୁ କୋର୍ଟ ଆରମ୍ଭ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଶୀଘ୍ର ଏହି କୋର୍ଟ ଆରମ୍ଭ କରିବା ପାଇଁ କିଶୋରନଗର ଜନସାଧାରଣ, ଓକିଲ ସଂଘ, ବିଭିନ୍ନ ଅନୁଷ୍ଠାନ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଆରେ ବହୁବାର ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କଠାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି। ଉକ୍ତ ସ୍ମୃତିଭବନ ଗୃହ ବାହାରେ ଓ ଭିତରେ ଶୌଚାଳୟ, ସାକ୍ଷୀ ଜେରା ସ୍ଥାନ, ଆସାମୀ କକ୍ଷ, ବାହାର ପାର୍ଶ୍ୱର ମୁଖ୍ୟ ଫାଟକ, ପାଚେରି, ଓକିଲଙ୍କ ବସିବା ସ୍ଥାନ ଆଦି ନିର୍ମାଣ ପାଇଁ ବିଧାୟକ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ କାର୍ଯ୍ୟ ସମାପ୍ତ ହୋଇ ପାରୁନାହିଁ। ସମସ୍ୟା ସମ୍ପର୍କରେ ଆଠମଲ୍ଲିକ ବିଧାୟକ ଗତ ଜୁଲାଇ ୧୧ରେ ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଉକ୍ତ କୋର୍ଟ କାର୍ଯ୍ୟକ୍ଷମ କରିବା ପାଇଁ ଆଇନଜୀବୀ ମାଧବ ସାହୁ, ଉଗ୍ରେସନ ସେଠୀ, ପ୍ରାଣବନ୍ଧୁ ବେହେରା ପ୍ରମୁଖ ଦାବି କରିଛନ୍ତି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ପୂର୍ବରୁ ଏହି ଭବନର କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କରୁଥିଲା। ବର୍ତ୍ତମାନ ଆସିଥିବା ଅର୍ଥ ବ୍ଲକକୁ ପଠାଯାଇଛି। ବ୍ଲକ ପ୍ରଶାସନ ଏହି କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri