ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର, ୧୮।୪(ସୁନିତ୍‌ ମିଶ୍ର) ଦେଶରେ ୭ଟି ପର୍ଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ଆସନ୍ତା ମେ ୧୩, ୨୦ ଏବଂ ୨୫ ଓ ଜୁନ୍‌ ୧ରେ ମତଦାନ କରାଯିିବ। ଗତ ମାର୍ଚ୍ଚ ୧୬ ରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ସେହି କ୍ରମରେ ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକ ସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟରେ ଭୋଟ ଗ୍ରହଣ ହେବ। ଏହା ସହ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ। ତେଣୁ ଗୁରୁବାରଠାରୁ ଏହି ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ଗୁରୁବାରଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏପ୍ରିଲ ୨୪ରେ ପ୍ରାର୍ଥତ୍ପତ୍ର ଦାଖଲ ପାଇଁ ଶେଷ ତାରିଖ ନିର୍ଘଣ୍ଟ ହୋଇଛି। ଏପ୍ରିଲ ୨୬ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ହେବା ସହ ୨୯ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ଏହାପରେ ମେ ୧୩ରେ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଏଥର ୩,୩୪,୭୩,୫୬୧ ଜଣ ମତଦାତା ଥିବାବେଳେ ଏଥିପାଇଁ ୩୦,୬୫୩ ମତଦାନ ସ୍ଥାନରେ ୩୭,୮୦୯ ପୋଲିଂ ବୁଥ୍‌ ରହିବ। ସହରାଞ୍ଚଳରେ ୪୩୮୦ ଏବଂ ଗ୍ରାମାଞ୍ଚଳରେ ୩୩,୪୨୯ କେନ୍ଦ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପାଇଁ ବିରାଟ କୋହଲିଙ୍କ ଆଗରେ ରଖିଲା ବଡ଼ ସର୍ତ୍ତ ରଖିଲା BCCI

ମୁମ୍ବାଇ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ପ୍ରଥମ ପର୍ଯ୍ୟାୟ ପାଇଁ BCCI କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ…

ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ମାମଲା, ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା

ପଦ୍ମପୁର,୧୧ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁରରେ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିଭିନ୍ନ ସ୍କୁଲର ୮ଜଣ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିଲା।…

ଡ୍ୟୁଟି ପାଇଁ ଯାଉଥିଲେ, ସାମ୍ନାରୁ ଆସି ପିଟିଲା ବାଇକ୍‌; ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ, ଜଣେ ଯବାନ…

କୋକସରା,୧୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଦାସ କଲୋନୀ…

IPL ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା: ମାତ୍ର ୧୫ ଦିନରେ ଖେଳାଯିବ ୨୦ ମ୍ୟାଚ୍‌, ମାର୍ଚ୍ଚ ୨୮ରୁ…

ନୂଆଦିଲ୍ଲୀ,୧୧।୩: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ…

ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌…

ଲୋକସଭାରେ ବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍; ଗୃହରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୧୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ବାଚନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri