ଶବ୍ଦ ପ୍ରଦୂଷଣ: ସଚେତନତା ଅଭାବରୁ ବଢ଼ୁଛି ବିପଦ

ଭୁବନେଶ୍ୱର,୨୮।୯(ସତ୍ୟଜିତ୍‌ ରାଉତ)ରାଜ୍ୟରେ ଶବ୍ଦ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ବିଭିନ୍ନ ସ୍ଥାନରେ ବିବାହ ରୋଷଣୀ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ମନଇଚ୍ଛା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ବ୍ୟବହାର ଫଳରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେଉଛି। ଏଥିଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଅତ୍ୟଧିକ ଶବ୍ଦ ବୟସ୍କ ବ୍ୟକ୍ତି, ରୋଗୀ ଓ ଶିଶୁଙ୍କ ଉପରେ କୁପ୍ରଭାବ ପକାଉଛି। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ଉପରେ କଟକଣା ଲଗାଇବାକୁ ସ୍ବତନ୍ତ୍ର ଆଇନ ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବିଶେଷକରି ଯୁବଗୋଷ୍ଠୀମାନେ ଏବେ ଗ୍ରାମାଞ୍ଚଳରେ ଶବ୍ଦ ପ୍ରଦୂଷଣ ଅଧିକ କରୁଥିବା ଦେଖିବାକୁ ମିଳୁଛି। ଏକାଧିକ ପୂଜା ଭସାଣିରେ ବିଭିନ୍ନ କମିଟି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡିଜେ ଆଣିବା ଉପରେ ଜୋର୍‌ ଦେଉଛନ୍ତି। କିଏ କେତେ ଉଚ୍ଚ ଧ୍ୱନି ସୃଷ୍ଟି କରିପାରୁଛି, ଏଥିପାଇଁ ସେମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲୁଛି। ସଚେତନ ନାଗରିକମାନେ ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଭୟ କରୁଛନ୍ତି। ୨୦୨୧ ମାର୍ଚ୍ଚରେ ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପରିବେଶ ତଦାରଖ ସେଲ୍‌ ବୈଠକରେ ଶବ୍ଦ ପ୍ରଦୂଷଣକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲାପାଳ ଓ ଏସ୍‌ପିମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀ କେ. ମୁରୁଗେସେନ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶ ଠିକ ଭାବେ ପାଳନ କରାଯାଉ ନାହିଁ, ଫଳରେ ଲୋକଙ୍କ ପାଇଁ ବିପଦ ବଢ଼ୁଛି ବୋଲି ପରିବେଶବିତ୍‌ ମତ ଦେଉଛନ୍ତି।

ଆଇନ କ’ଣ କହୁଛି

‘ଏନ୍‌ଭାଇରନ୍‌ମେଣ୍ଟ ପ୍ରୋଟେକ୍ସନ୍‌ ଆକ୍ଟ ୧୯୮୬’ ଅନ୍ତର୍ଗତ ‘ନଏଜ୍‌ ପୋଲ୍ୟୁସନ୍‌ (କଣ୍ଟ୍ରୋଲ ଏଣ୍ଡ୍‌ ରେଗୁଲେଶନ୍‌) ରୁଲ୍‌ସ ୨୦୦୦’ ଅନୁଯାୟୀ ଶବ୍ଦ ପ୍ରଦୂଷଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହି ନିୟମ ଅନୁଯାୟୀ, ବିଭିନ୍ନ ଅଞ୍ଚଳକୁ ୪ଟି ଜୋନ୍‌ ଯଥା ଇଣ୍ଡଷ୍ଟ୍ରିଆଲ ଏରିଆ, କମର୍ସିଆଲ୍‌ ଏରିଆ, ରେସିଡେନ୍ସିଆଲ ଏରିଆ ଓ ସାଇଲେନ୍ସ ଜୋନ୍‌ରେ ବିଭକ୍ତ କରାଯାଇଛି। ଦିନ ଓ ରାତି ପାଇଁ ଏହି ଅଞ୍ଚଳଗୁଡ଼ିକରେ କେତେ ଡେସିବଲ୍‌ ଯାଏ ଶବ୍ଦ ସୃଷ୍ଟି କରିହେବ ସେନେଇ ସମୟ ଧାର୍ଯ୍ୟ ରହିଛି। ସକାଳ ୬ରୁ ରାତି ୧୦ ଦିନ ଏବଂ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ରାତି ସମୟ ବୋଲି ସମୟସୀମା ଧରାଯାଉଛି। ଇଣ୍ଡଷ୍ଟ୍ରିଆଲ ଏରିଆରେ ଦିନ ବେଳା ୭୫ ଡେସିବଲ୍‌ ଓ ରାତିରେ ୭୦ ଡେସିବଲ୍‌ ଯାଏ ସର୍ବାଧିକ ଶବ୍ଦ ସୃଷ୍ଟି କରିହେବ। ସେହିଭଳି କମର୍ସିଆଲ୍‌ ଏରିଆ ପାଇଁ ଦିନ ୬୫ ଓ ରାତି ୫୫, ରେସିଡେନ୍ସିଆଲ୍‌ ଏରିଆ ପାଇଁ ଦିନ ୫୫ ଓ ରାତି ୪୫ ଏବଂ ସାଇଲେନ୍ସ ଜୋନ୍‌ ପାଇଁ ଦିନ ୫୦ ଓ ରାତି ବେଳା ୪୦ ଡେସିବଲ୍‌ ଯାଏ ଶବ୍ଦ ସୃଷ୍ଟି କରିହେବ। ଏଥିସହ ରାଜ୍ୟ ସରକାର କୌଣସି ସାଂସ୍କୃତିକ ଏବଂ ଧାର୍ମିକ ଉତ୍ସବ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକ୍‌ ସିଷ୍ଟମ ପାଇଁ ଅନୁମତି ଦେଇପାରିବେ। ହେଲେ ଏହା ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ୧୫ ଦିନ ପାଇଁ ଏହି ଅନୁମତି ଦେଇପାରିବାକୁ ନିୟମ ରହିଛି। ଏହି ଆକ୍ଟ ଅନୁଯାୟୀ ଉଲ୍ଲଘଂନକାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଯାଏ ଜରିମାନାରେ ଦଣ୍ଡିତ କରାଯିବ। ଏଥିସହ ଆଇପିସି ଦଫା ୨୬୮, ୨୯୦, ୨୯୧ ଅନୁସାରେ ମଧ୍ୟ ଜରିମାନା ଏବଂ ଜେଲଦଣ୍ଡର ବ୍ୟବସ୍ଥା ରହିଛି।

ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର
ଶବ୍ଦ ପ୍ରଦୂଷଣ ରୋକିବାକୁ ସବୁପ୍ରକାର ଆଇନକାନୁନ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ହେଲେ ବାହାଘର, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଡିଜେ ନ ବାଜିଲେ ଉକ୍ତ କାମ ଅସମ୍ପୂର୍ଣ୍ଣ ରହିଗଲା ବୋଲି ଲୋକଙ୍କ ଭାବନା ରହୁଛି। ଯାହା ପାଇଁ ଆମର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ସେସବୁକୁ ଦୂରେଇ ଦେବା ପାଇଁ ଆମ ଭିତରେ ଯଥେଷ୍ଟ ସଚେତନତା ସୃଷ୍ଟି ହେବା ଦରକାର। ଏଥିପାଇଁ ଯେଉଁ ଆଇନ ବ୍ୟବସ୍ଥା ରହିଛି, ଆମେ ତାହାକୁ ସମ୍ମାନ ଦେବା ଦରକାର। ଜାଣିଶୁଣି ଆଇନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ପରିବେଶ ପ୍ରଦୂଷିତର ପ୍ରଭାବ ଗୋଟିଏ ଦିନରେ ହୁଏନାହିଁ। ଏହା ଲମ୍ବା ସମୟ ଅବଧି ମଧ୍ୟରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଆରମ୍ଭ କରି କ୍ୟାନ୍‌ସର ପର୍ଯ୍ୟନ୍ତ ରୋଗ ଆଦି ବୃଦ୍ଧି ପାଇ ଚାଲିଛି। ଶବ୍ଦ ପ୍ରଦୂଷଣରୁ ସାଧାରଣ ଲୋକଙ୍କ କାର୍ଯ୍ୟଦକ୍ଷତା ହ୍ରାସ ପାଏ। ପଶୁପକ୍ଷୀମାନେ ମଧ୍ୟ ସମଭାବରେ ପ୍ରଭାବିତ ହୁଅନ୍ତି। ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ପ୍ରଦୂଷଣ ସୃଷ୍ଟି କରୁଥିବା ଜିନିଷକୁ ଆମେ ବର୍ଜ୍ୟ କରିବା ଉଚିଚ୍‌।
– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌

ପୋଲିସ, ପ୍ରଶାସନ ଜାଣିଶୁଣି ଚୁପ୍‌ ବସୁଛି
ଆମ ଅଞ୍ଚଳରେ ଅଧିକାଂଶ ସମୟରେ ଅତ୍ୟଧିକ ଶବ୍ଦ କରୁଥିବା ଡିଜେ ବଜାଯାଉଛି। ଅଧିକାଂଶ ଅନୁମତି ନ ଆଣି ଡିଜେ ବଜାଉଥିବାବେଳେ ଆଉ କିଛି ଆୟୋଜକ ନିର୍ଦ୍ଧାରିତ ସୀମା ମଧ୍ୟରେ ଡିଜେ ବଜାଇବାକୁ ଅନୁମତି ଆଣୁଥିଲେ ମଧ୍ୟ ତାହାକୁ ପାଳନ କରୁନାହାନ୍ତି। ସାଧାରଣ ଲୋକେ ପ୍ରତିବାଦ କଲେ ଅନେକ ସମୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥାନୀୟ ପୋଲିସ ଓ ପ୍ରଶାସନ ଅନୁମତି ଦେଇ ଚୁପ୍‌ ବସୁଥିବାରୁ ଶବ୍ଦ ପ୍ରଦୂଷଣ ଲୋକଙ୍କ ପାଇଁ କାଳ ହେଉଛି।
– ବିଶ୍ୱମ୍ବର ବିଶ୍ୱଜିତ୍‌ ସାହୁ, ସଚେତନ ନାଗରିକ

ଅଭିଯୋଗ ଆସିଲେ ହେଉଛି କାର୍ଯ୍ୟାନୁଷ୍ଠାନ
ଶବ୍ଦ ପ୍ରଦୂଷଣ ରୋକିବାକୁ ଆମ ପକ୍ଷରୁ ସବୁ ପ୍ରକାର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଶୋଭାଯାତ୍ରା ଆଦିରେ ୬୫ ଡେସିବଲ୍‌ ମଧ୍ୟରେ ଡିଜେ ବଜାଇବାକୁ ଅନୁମତି ଦିଆଯାଉଛି। ଏହାକୁ ଉଲ୍ଲଙ୍ଘନ କରାଯିବାର ଅଭିଯୋଗ ଆସିଲେ ଜରିମାନା ନିଆଯିବା ସହ ଡିଜେ ଗାଡ଼ି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨ଦିନ ତଳେ ଧଉଳିରେ ଏକ ଡିଜେ ସିଷ୍ଟମ୍‌ ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଉଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ବ୍ୟବହାର ନ କରିବାକୁ ଆମ ପକ୍ଷରୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି।
– ପ୍ରତୀକ ସିଂ, ଡିସିପି ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri