Posted inଜାତୀୟ

ଅପେକ୍ଷାର ହେଲା ଅନ୍ତ, ଶେଷରେ ମାଟିରେ ମିଶିଲା ଟ୍ୱିନ ଟାୱାର

ନୋଏଡା,୨୮ ।୮: ସମସ୍ତ ପ୍ରସ୍ତୁତି ପରେ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ମାଟିରେ ମିଶିଛି ଉତ୍ତର ପ୍ରଦେଶରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଟ୍ୱିନ ଟାୱାର । ଆଖି ପୁଛୁଳାକେ ମାତ୍ର ୮ ସେକେଣ୍ଡରେ ମାଟିରେ ମିଶିଗଲା ଏହି ଉଚ୍ଚ ଅଟ୍ଟାଳିକା । ନୋଏଡା ସେକ୍ଟର-୯୩ଏରେ ଥିବା ଏହି ଟ୍ୱିନ ଟାୱାରକୁ ଧ୍ୱଂସ କରିବାକୁ ୩୭୦୦ କିଲୋଗ୍ରାମର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଏଥିପାଇଁ ଉକ୍ତ କୋଠାରେ ୯,୬୪୦ଟି କଣା କରାଯାଇ ବିସ୍ଫୋରକୁ ଭର୍ତ୍ତି କରାଯାଇଥିଲା । ଏହି ଟ୍ୱିନ ଟାୱାରକୁ ଧ୍ୱଂସ କରିବାକୁ ପ୍ରାୟ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି ।

ଦୀର୍ଘ ପ୍ରାୟ ୧୩ ବର୍ଷ ଧରି ନିର୍ମାଣ କରାଯାଇଥିବା ଏହି ଅଟ୍ଟାଳିକା ଆଖି ପୁଛୁଳାକେ ମାତ୍ର ୮-୧୦ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି । ତେବେ ପୂର୍ବ ଯୋଜନା ଅନୁଯାୟୀ, ଟାୱାରଟିକୁ ଧ୍ୱଂସ କରାଯିବା ବେଳେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଟାୱାର ଭାଙ୍ଗିବା ସମୟରେ ଖୁବ ଯୋରରେ ଶବ୍ଦ ହେବା ସହ ଆଖପାଖର ଘର ଗୁଡିକ ଥରିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ କୋଠା ଭୁଷୁଡିବା ପରେ ଉକ୍ତ ଅଞ୍ଚଳଟି ଧୂଳି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । କିନ୍ତୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଏହାକୁ କମ୍ କରିବାକୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେଠାରେ ପୂର୍ବରୁ ରଖାଯାଇଥିବା ସ୍ମୋକ ଗ୍ୟାସର ସାହାଯ୍ୟ ନିଆଯିବା ସହ ପାଣି ସିଞ୍ଚନ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri