ଗୋଟିଏ ଭିଡିଓ ବଦଳାଇଥିଲା ପ୍ରଦୀପଙ୍କ ଭାଗ୍ୟ

ନୋଏଡା, ୨୩।୩: କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ ଷ୍ଟୋରରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ପ୍ରଦୀପଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲା ପ୍ରଶାସନ। ପ୍ରଦୀପଙ୍କ ମାଆଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ ନୋଏଡା ଜିଲା ମାଜିଷ୍ଟ୍ରେଟ। ଏହାସହ ସେନାରେ ଭର୍ତ୍ତି ପାଇଁ ପ୍ରଶାସନ ପ୍ରଦୀପଙ୍କୁ ସମସ୍ତ ସହାୟତା ବି ଦେବ ବୋଲି ପ୍ରତିଶ୍ରୁତି ମିଳିଛି।
ନିକଟରେ ପ୍ରଦୀପଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉତ୍ତରାଖଣ୍ଡର ଆଲମୋରା ନିବାସୀ ପ୍ରଦୀପ ମେହେରା ନୋଏଡା ସେକ୍ଟର -୧୬ରେ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ସେ ତାଙ୍କ ଭାଇଙ୍କ ସହ ବରୋଲାରେ ରୁହନ୍ତି। ପ୍ରଦୀପ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଦୌଡ଼ିବାକୁ ସମୟ ପାଆନ୍ତି ନାହିଁ। ତେଣୁ ରାତି ୧୧ଟାରେ ଶିଫ୍ଟ ଶେଷ କରିବା ପରେ ସେ ସେକ୍ଟର -୧୬ରୁ ବରୋଲା ପର୍ଯ୍ୟନ୍ତ ଦୌଡନ୍ତି। ଶନିବାର ରାତିରେ ଯେତେବେଳେ ସେ ସବୁଥର ପରି ଦୌଡୁଥିଲେ। ଏହି ସମୟରେ ପୂର୍ବତନ ଖବରଦାତା ତଥା ଫିଲ୍ମ ନିର୍ମାତା ବିନୋଦ କାପ୍‌ଡି କାର୍‌ରେ ଯାଉଥିବାବେଳେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ସେ ତାଙ୍କ ସହ କିଛି ସମୟ କଥା ହୋଇଥିଲେ। ପ୍ରାୟ ଦୁଇ ମିନିଟର ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଦେଶର ଅନେକ ବଡ ବଡ଼ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଶଂସା କରିଛନ୍ତି।
ଭିଡିଓରେ ପ୍ରଦୀପ କହିଛନ୍ତି ଯେ, ତାଙ୍କ ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାପା ତାଙ୍କ ସହିତ ଅଛନ୍ତି। ସେ ତାଙ୍କ ଭାଇଙ୍କ ସହିତ ଏଠାରେ ରୁହନ୍ତି। ବିନୋଦ ତାଙ୍କୁ କାରରେ ବସି ଏକାଠି ଡିନର୍‌ କରିବାକୁ ଡାକନ୍ତି। କିନ୍ତୁ ପ୍ରଦୀପ ମନା କରି କୁହନ୍ତି,ଭାଇଙ୍କର ନାଇଟ ଶିଫ୍ଟ ଅଛି। ଯଦି ମୁଁ ତୁମ ସହିତ ଖାଏ, ଭାଇ ଭୋକରେ ରହିବ। ବିନୋଦ ଏହି ଭିଡିଓକୁ ନିଜ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରି କହିଛନ୍ତି,ଏହା ପ୍ରକୃତ ସୁନା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri