ନୋବେଲ ବିଜ୍ଞାନୀ ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌

ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ହାଇଡ୍ରୋଜେନ୍‌ ବବୁଲ୍‌ ଚାମ୍ବରର ବିକାଶ ପାଇଁ ତାଙ୍କୁ ଏପରି ସମ୍ମାନଜନକ ପୁରସ୍କାର ମିଳିଥିଲା। ୧୯୧୧ ଜୁନ୍‌ ୧୩ ତାରିଖରେ ଆମେରିକାର ସାନ୍‌ ଫ୍ରାନ୍ସିସ୍କୋ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ପଦାର୍ଥ ବିଜ୍ଞାନ ଏବଂ ତତ୍‌ ସମ୍ପର୍କିତ ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ୧୯୩୬ ମସିହାରେ ଶିକାଗୋ ୟୁନିଭର୍ସିଟିରୁ ସେ ପଦାର୍ଥ ବିଜ୍ଞାନରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ଆମେରିକାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଏର୍ନେଷ୍ଟ ଲରେନ୍ସଙ୍କ ସହ ମିଶି ଗବେଷଣା ଆରମ୍ଭ କରିଥିଲେ। ଏହି ସମୟରେ ଲୁଇସ୍‌ ସାଇକ୍ଳୋଟ୍ରୋନ୍‌ କଣିକା ବ୍ୟବହାର କରି ଟ୍ରିଟିୟମ୍‌ ପ୍ରସ୍ତୁତ କରିଥିଲେ, ଯାହାକୁ ଆଧାର କରି ସେ ସାଉଁଟିଥିଲେ ଅନେକ ପ୍ରଶଂସା। କେବଳ ସେତିକି ନୁହେଁ, ସେ ନ୍ୟୁଟ୍ରନ୍‌ର ଚୁମ୍ବକୀୟ ତତ୍ତ୍ୱକୁ ମଧ୍ୟ ମାପିଥିଲେ।
ଲୁଇସ୍‌ ଏମ୍‌ଆଇଟି ରେଡିଏଶନ ଲାବରେଟୋରିରେ ଯୋଗ ଦେଇଥିଲେ। ଏହି ଲାବରେଟୋରିରେ ମାଇକ୍ରୋଓ୍ବେଭ୍‌ ଓ ରାଡାର ବିଷୟରେ ଅନୁସନ୍ଧାନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ରାଡାର ପ୍ରୋଜେକ୍ଟରେ ସେ କାମ କରିଥିଲେ। ଶତ୍ରୁମାନଙ୍କର ବୁଡ଼ାଜାହାଜ ବିଷୟରେ ଜାଣିବାକୁ ‘ଭିକ୍ସେନ୍‌’ ନାମକ ବାୟୁବାହୀ ମାଇକ୍ରୋଓ୍ବେଭ ରାଡାର ପ୍ରସ୍ତୁତ କରି ଚର୍ଚ୍ଚିତ ହୋଇଥିଲେ ଏହି ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥ ବିଜ୍ଞାନୀ।
ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ସେ ବେଶ୍‌ କେତୋଟି ନୂଆ ତଥ୍ୟ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥିଲେ। ହେଲେ କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହେବା ଫଳରେ ତାଙ୍କର ଗବେଷଣା ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଜୀବନଯୁଦ୍ଧରେ ହାରିଯାଇ ଥିଲେ ଲୁଇସ୍‌। ୧୯୮୮ ସେପ୍ଟମ୍ବର ୧ରେ ସେ ପରଲୋକ ଗମନ କରିଥିଲେ। ହେଲେ ପଦାର୍ଥ ବିଜ୍ଞାନ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri