‘ଦେବାଦେବୀଙ୍କ ଆରାଧନା ବିନା କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ’

କୋକସରା,୨୦ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲିଚଳଣିରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥାଏ। ଦେବାଦେବୀଙ୍କ ଆରାଧନା ବିନା ଗ୍ରାମରେ କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ। ଆଧୁନିକତାର ଚାକଚକ୍ୟ ମଧ୍ୟରେ ଜନଜାତିଙ୍କ ବିଶ୍ବାସରେ ଆଜି ବି ଉଜ୍ଜୀବିତ ହୋଇ ରହିଛନ୍ତି ସେମାନଙ୍କ ଆରାଧ୍ୟ ଦେବାଦେବୀ। ଗ୍ରାମର ମଙ୍ଗଳକାମନା କରି ଆଦିବାସୀ ବହୁଳ ଅଞ୍ଚଳରେ ବାଲିଯାତ୍ରା ଉତ୍ସବ ପାଳନ ହୋଇ ଆସୁଥିବାବେଳେ ବାଲିଯାତ୍ରା ପୂଜାବିଧି ଅନୁଷ୍ଠିତ ହେଲେ ଗ୍ରାମରେ ସମସ୍ତେ ସୁଖ ଶାନ୍ତିରେ କାଳାତିପାତ କରନ୍ତି ବୋଲି ବିଶ୍ବାସ ରହି ଆସିଛି।

ଏହି କ୍ରମରେ କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଭୁର୍ଷାଗୁଡ଼ା, ମାଲପଡ଼ା ତିନୋଟି ଗ୍ରାମବାସୀ ଏକତ୍ରିତ ହୋଇ ବାଲିଯାତ୍ରା ଉତ୍ସବ ପାଳନ ପାଇଁ ବୁଧବାର ଶୁଭଖମ୍ବ ସ୍ଥାପନ ସହ ବାଲିଯାତ୍ରାର ମୁଖ୍ୟ ପୁରୋଧା ଗୁରୁମେ ଥୁଆପୁର ରାମପୁର ବ୍ଲକ ତୁଜେର ଗ୍ରାମର ଲକିଧର ମାଝୀଙ୍କୁ ଆମନ୍ତ୍ରଣ କରାଯାଇଛି। ତିନି ଖଣ୍ଡ ଗ୍ରାମର ଦେବୀ ମା’ ଦଣ୍ଡପଟିଆଣି, ମା’ ଠାକୁରାଣୀ, ମା ସୱର୍ଗମାଉଲି, ମା ପେଣ୍ଡ୍ରାଣୀ, ମା ବସ୍ତେରେନ ମାଉଲି, ବାର ଭାଇ ଭୀମାଙ୍କୁ ଆବାହନ କରାଯାଇଛି। ଏହି ଉତ୍ସବରେ ଗ୍ରାମର, ଶୁଭଖମ୍ଭ ସ୍ଥାପନ ଓ ଗ୍ରାମର ମାଟି ସିଦ୍ଧି କରିବା ପାଇଁ ଗ୍ରାମବାସୀ ଏକାଠି ହୋଇ ଠାକୁରାଣୀ ମନ୍ଦିରରୁ ସ୍ବାଗତ କରି ପାହାଡ଼ାରେ ପୂଜାରୀଙ୍କ ଘରକୁ ଯାଇଥିଲେ। ଗ୍ରାମର ପୂଜାରୀ ରତନ ପୁଜାରୀ, ଦୁର୍ଗା ପୂଜାରୀ, ଗୌନ୍ତିଆ ଦିନକୃଷ୍ଣ ଚନ୍ଦ୍ର ପାତ୍ର, ନରିଆ ସୋମନାଥ ଧ.ମାଝୀ, ଗଣା ମକରନ୍ଦ ନାଏକ, ପିଅନ ରାଇଧର ନାଏକ, ଘନଶ୍ୟାମ ନାଏକ, ଭଦ୍ରେଶ୍ୱର ପାତ୍ର, ଉମାଶଙ୍କର ନାଏକ, ତୁମ୍ଭେଶ୍ୱର ପାତ୍ର, ଭୁବନେଶ୍ୱର ନାଏକ, ଡମ୍ବରୁଧର ଠାକୁର, ଗୋବିନ୍ଦ ଭଇଁସାଲ, ପୁରୁନ ଧ. ମାଝୀ, ଶୋଭା ମାଝୀ, ସୁଜନ ନାଏକ, ହରିହର ସାହୁ, ଭୋଜରାଜ କୋଚିଆ, ଦୁର୍ଯ୍ୟୋଧନ ମାଝୀ, ଆତ୍ମା ଧ.ମାଝୀ, ଉମା ଧ. ମାଝୀ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ପୁରୁଣା ସୁନାକୁ ନୂଆ ଭଳି କରିବା ବାହାନାରେ ସୁନା ଚୋରି, ୬ ମହିଳାଙ୍କୁ କୋର୍ଟ ଚାଲାଣ କଲା…

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ସୁନା ଚୋରି ମାମଲାରେ ବୁଧବାର ବିଶ୍ୱନାଥପୁର ଥାନା ପୋଲିସ ୬ ମହିଳାଙ୍କୁ ଗିରଫ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri