Posted inଜାତୀୟ

ଅନୁରାଗ ଠାକୁର ଗୁଳି ଚାଳନା କରିବାକୁ କହିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ: ଚିଦାମ୍ବରମ…

ନୂଆଦିଲ୍ଲୀ,୨୪।୧୨ : କରୋନା ସଂକ୍ରମଣର ଆଶଙ୍କା ମଧ୍ୟରେ ଭାରତ ଯୋଡୋ ଯାତ୍ର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମନ୍ତବ୍ୟ ନେଇ କଂଗ୍ରେସ ନେତା ପି ଚିଦାମ୍ବରମ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ରମନ୍ତ୍ରୀ ଗୁଳି ଚାଳନା କରିବାକୁ ବି ନିର୍ଦ୍ଦେଶ ଦେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର କାରଣ ମଧ୍ୟ ରହିବ ନାହିଁ। ସେ ଜଣେ ବଡ ମନ୍ତ୍ରୀ ଏବଂ ଆମେ ଛୋଟ ଲୋକ ବୋଲି କହି ଚିଦାମ୍ବରମ କଟାକ୍ଷ କରିଛନ୍ତି।

ଚିଦାମ୍ବରମ କହିଛନ୍ତି, ଆପଣ ଭାରତ ଯୋଡୋ ଯାତ୍ରାକୁ ଲୋକମାନଙ୍କର ମିଳୁଥିବା ବିପୁଳ ସମର୍ଥନ ଦେଖୁଛନ୍ତି। ଆମର ଯାତ୍ରା ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି ଏବଂ ଲୋକମାନେ ଏକତ୍ରିତ ହେଉଛନ୍ତି। ବହୁଲୋକ ନିଜ ନିଜ ବ୍ୟବସାୟ ଏବଂ ଅନ୍ୟ ଜୀବିକା ଉପାର୍ଜନ କାମ ଛାଡ଼ି ଯାତ୍ରାରେ ସାମିଲ ହେବାରେ ଲାଗିଛନ୍ତି। ଏହା କେନ୍ଦ୍ରର ଭାଜପା ସରକାରଙ୍କୁ ପସନ୍ଦ ଆସୁ ନାହିଁ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କହିଛନ୍ତି ଯେ ଚାଇନା, କୋରିଆ ଏବଂ ଜାପାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ କଂଗ୍ରେସକୁ କେବଳ ପରିବାରର ଚିନ୍ତା ଘାରିଛି। କୋଭିଡ ପ୍ରୋଟୋକଲ ଅନୁସରଣ କରିବାର ସମୟ ଆସିଛି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି କି ସେ କିମ୍ବା ଅନ୍ୟ କଂଗ୍ରେସ ନେତା ଯେଉଁମାନେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ, ସେମାନଙ୍କ ମଧ୍ୟରୁ କାହାର ରିପୋର୍ଟ ପଜିଟିଭ ଆସିଛି କି? ଠାକୁର ଆହୁରି କହିଛନ୍ତି, କଂଗ୍ରେସର ଏହି ଯାତ୍ରା ଦୁର୍ନୀତିଗ୍ରସ୍ତଙ୍କୁ ଯୋଡିବା ପାଇଁ ଉର୍ଦ୍ଦିଷ୍ଟ। ରାହୁଲ ନିଜ ପରିବାରର କଲ୍ୟାଣ ପୂର୍ବରୁ ଦେଶର କଲ୍ୟାଣ ବିଷୟରେ ଚିନ୍ତା କରିବା ଉଚିତ।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଦିଲ୍ଲୀରେ ଅଛି। ଶନିବାର ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ କିଛି ଲୋକ ଘୃଣାଭାବ ବିସ୍ତାର କରୁଛନ୍ତି କିନ୍ତୁ ଦେଶର ସାଧାରଣ ଲୋକ ଏବେ ପ୍ରେମ ବିଷୟରେ କହୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଏହି ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଭାଗ ନେଇଛନ୍ତି। ମୁଁ ଆରଏସଏସ-ଭାଜପାର ଲୋକଙ୍କୁ କହିଛି ଯେ ତୁମର ଘୃଣାର ବଜାରରେ ଆମେ ପ୍ରେମ ଦୋକାନ ଖୋଲିବାକୁ ଏଠାକୁ ଆସିଛୁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ନୀତିନ ଗଡକରୀ ଜୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଜୀ କିମ୍ବା ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଜୀ ହୁଅନ୍ତୂ ସେମାନଙ୍କୁ, ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ଆମେ ସ୍ବାଗତ କରୁଛୁ। ଭାରତକୁ ଏକଜୁଟ କରିବା ଏବଂ ଘୃଣା ଦୂର କରିବାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଏହି ଯାତ୍ରାରେ ଯୋଗଦେବାକୁ ଆମେ ସ୍ବାଗତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri