Posted inଜାତୀୟ

ଅନୁରାଗ ଠାକୁର ଗୁଳି ଚାଳନା କରିବାକୁ କହିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ: ଚିଦାମ୍ବରମ…

ନୂଆଦିଲ୍ଲୀ,୨୪।୧୨ : କରୋନା ସଂକ୍ରମଣର ଆଶଙ୍କା ମଧ୍ୟରେ ଭାରତ ଯୋଡୋ ଯାତ୍ର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମନ୍ତବ୍ୟ ନେଇ କଂଗ୍ରେସ ନେତା ପି ଚିଦାମ୍ବରମ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ରମନ୍ତ୍ରୀ ଗୁଳି ଚାଳନା କରିବାକୁ ବି ନିର୍ଦ୍ଦେଶ ଦେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର କାରଣ ମଧ୍ୟ ରହିବ ନାହିଁ। ସେ ଜଣେ ବଡ ମନ୍ତ୍ରୀ ଏବଂ ଆମେ ଛୋଟ ଲୋକ ବୋଲି କହି ଚିଦାମ୍ବରମ କଟାକ୍ଷ କରିଛନ୍ତି।

ଚିଦାମ୍ବରମ କହିଛନ୍ତି, ଆପଣ ଭାରତ ଯୋଡୋ ଯାତ୍ରାକୁ ଲୋକମାନଙ୍କର ମିଳୁଥିବା ବିପୁଳ ସମର୍ଥନ ଦେଖୁଛନ୍ତି। ଆମର ଯାତ୍ରା ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି ଏବଂ ଲୋକମାନେ ଏକତ୍ରିତ ହେଉଛନ୍ତି। ବହୁଲୋକ ନିଜ ନିଜ ବ୍ୟବସାୟ ଏବଂ ଅନ୍ୟ ଜୀବିକା ଉପାର୍ଜନ କାମ ଛାଡ଼ି ଯାତ୍ରାରେ ସାମିଲ ହେବାରେ ଲାଗିଛନ୍ତି। ଏହା କେନ୍ଦ୍ରର ଭାଜପା ସରକାରଙ୍କୁ ପସନ୍ଦ ଆସୁ ନାହିଁ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କହିଛନ୍ତି ଯେ ଚାଇନା, କୋରିଆ ଏବଂ ଜାପାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ କଂଗ୍ରେସକୁ କେବଳ ପରିବାରର ଚିନ୍ତା ଘାରିଛି। କୋଭିଡ ପ୍ରୋଟୋକଲ ଅନୁସରଣ କରିବାର ସମୟ ଆସିଛି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି କି ସେ କିମ୍ବା ଅନ୍ୟ କଂଗ୍ରେସ ନେତା ଯେଉଁମାନେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ, ସେମାନଙ୍କ ମଧ୍ୟରୁ କାହାର ରିପୋର୍ଟ ପଜିଟିଭ ଆସିଛି କି? ଠାକୁର ଆହୁରି କହିଛନ୍ତି, କଂଗ୍ରେସର ଏହି ଯାତ୍ରା ଦୁର୍ନୀତିଗ୍ରସ୍ତଙ୍କୁ ଯୋଡିବା ପାଇଁ ଉର୍ଦ୍ଦିଷ୍ଟ। ରାହୁଲ ନିଜ ପରିବାରର କଲ୍ୟାଣ ପୂର୍ବରୁ ଦେଶର କଲ୍ୟାଣ ବିଷୟରେ ଚିନ୍ତା କରିବା ଉଚିତ।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଦିଲ୍ଲୀରେ ଅଛି। ଶନିବାର ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ କିଛି ଲୋକ ଘୃଣାଭାବ ବିସ୍ତାର କରୁଛନ୍ତି କିନ୍ତୁ ଦେଶର ସାଧାରଣ ଲୋକ ଏବେ ପ୍ରେମ ବିଷୟରେ କହୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଏହି ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଭାଗ ନେଇଛନ୍ତି। ମୁଁ ଆରଏସଏସ-ଭାଜପାର ଲୋକଙ୍କୁ କହିଛି ଯେ ତୁମର ଘୃଣାର ବଜାରରେ ଆମେ ପ୍ରେମ ଦୋକାନ ଖୋଲିବାକୁ ଏଠାକୁ ଆସିଛୁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ନୀତିନ ଗଡକରୀ ଜୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଜୀ କିମ୍ବା ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଜୀ ହୁଅନ୍ତୂ ସେମାନଙ୍କୁ, ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ଆମେ ସ୍ବାଗତ କରୁଛୁ। ଭାରତକୁ ଏକଜୁଟ କରିବା ଏବଂ ଘୃଣା ଦୂର କରିବାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଏହି ଯାତ୍ରାରେ ଯୋଗଦେବାକୁ ଆମେ ସ୍ବାଗତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri