ପାଣି ନାହିଁ: କ୍ଷେତ ଚରାଭୂଇଁରେ ପରିଣତ

ରାଜନଗର,୨୭।୭(ଭାସ୍କର ରାଉତରାୟ)ଶ୍ରାବଣରେ ଯେଉଁ ଚାଷଜମିରେ ଧାନଗଛ ଲହରି ମାରିବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଶ୍ରାବଣ ମାସରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଶୁଖିଲା ପଡିଥିବା କ୍ଷେତରେ ଗୋରୁମାନେ ଚରୁଛନ୍ତି। ଚାଷୀକୂଳ ଏବେ ହା ହୁତାଶରେ ଦିନ ଗୁଣଛନ୍ତି। ଚଳିତବର୍ଷ ରାଜନଗର ବ୍ଲକରେ ୧୮ ହଜାର ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଚାଷୀମାନେ ଏକ ହଜାର ୩୫ ହେକ୍ଟର ଜମିରେ ବତୁରି ତଳା ରଜ ପରେ ପରେ ବୁଣିଥିଲେ। ସେ ସବୁ ତଳି ଗୁଡ଼ିକ ଏବେ ହଳଦିଆ ପଡ଼ି ପତ୍ର ଗୁଡିକ ମୋଡ଼ି ହୋଇ ପଡ଼ିଛି। ଶ୍ରାବଣରେ ଆଶା ଜନକ ବର୍ଷା ହୋଇଥିଲେ ଚାଷୀ ଆଛରା ତଳି ପକାଇ ତତ୍‌କାଳ ଜମି ଗୁଡିକରେ ରୁଆ ବେଉଷଣ କରିଥାନ୍ତେ। କିନ୍ତୁ ନିଅଁଟିଆ ବର୍ଷା ଯୋଗୁଁ ଚାଷୀମାନେ ଆକାଶକୁ ଚାହିଁ ବସିଛନ୍ତି। ଏହା ଭିତରେ କେବଳ ଶ୍ରାବଣରେ ୨ ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲେ ବି ମେଘୁଆ ଆକାଶରେ ବର୍ଷା ଉଭାନ ହେଉଥିବାରୁ ଚାଷୀମାନେ ନାନାଦି ଆଶଙ୍କା ଭିତରେ ଦିନ ଗଣୁଛନ୍ତି। ଜୁନ୍‌ ୧୦ ତାରିଖରେ ମୌସୁମୀ ଆଗମନ ଖବର ଏବଂ ଏ ବର୍ଷ ପାଞ୍ଜିକାରମାନଙ୍କ ଗଣନାରେ ୧୦୦ଦିନ ପାଳକ ଲେଖାଥିବା ବେଳେ ପ୍ରକୃତି କୃର ହେବାରେ ଲାଗିଛି।
ଅବିଭକ୍ତ କଟକ ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ଏକଦା ଭାତହାଣ୍ଡି ଭାବରେ ସୁଖ୍ୟାତି ଅର୍ଜନ କରିଥିଲା। ବ୍ରିଟିସ ଅମଳରୁ ଏଠିକାର ୮୦ ଭାଗ ଲୋକ ଚାଷ ଉପରେ ହିଁ ଆତ୍ମନିର୍ଭଶୀଳ। ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ ବର୍ଷକରେ ମାତ୍ର ଖରିଫ ଧାନ ଚାଷ ଏଠିକାର ଜୀବନର ମାନଦଣ୍ଡ। ଦୀର୍ଘ ୨ ଦଶନ୍ଧି ଧରି ବଙ୍ଗୋପସାଗରରୁ ସୃଷ୍ଟି ଛୋଟ ବଡ଼ ବାତ୍ୟା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି। ତଥାପି ପ୍ରକୃତିର ତାଡନାକୁ ସହ୍ୟ କରି ଅଣ୍ଟା ସଳଖି ଚାଷୀ ଚାଷ ପାଇଁ ଧାର କରଜ, କୃଷି ଋଣ ଆଦିକୁ ପାଥେୟ କରି ଚାଷ କରୁଛନ୍ତି। କିନ୍ତୁ ଜଳବାୟୁର ପରିବର୍ତ୍ତନ ଚାଷ ଉପରେ ଗୁରୁତର ପ୍ରଭାବ ପକାଇଛି। ଚାଷ ବିଳମ୍ବ ହେଉଥିବାରୁ ଏଠାକାର ବହୁ ଚାଷୀ ପରିବାର ପ୍ରତି ପୋଷଣ ପାଇଁ ଗୁପ୍ତି, ସାତଭାୟା, ତାଳଚୁଆ, ରାଜନଗରଠାରୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ମାଳ ମାଳ ବସ୍‌ ଯୋଗେ ବାଧ୍ୟ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ୩ ଦଶନ୍ଧି ତଳେ ଭୂତଳ ଜଳ ଜଳାଭାବ ସମୟରେ ଚାଷ କାର୍ଯ୍ୟରେ ଲାଗୁଥିଲା। ତାହା ଏହି ବ୍ଲକରେ ସାତସପନ ହୋଇଯାଇଛି। ନଈ କୂଳିଆ ଲୋକେ ଶେଣା, ଯନ୍ତ ଓ କିମ୍ବା ପମ୍ପସେଟ ସାହାଯ୍ୟରେ ପାଣି ମଡାଇ ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତେ, ମାତ୍ର ନଈ ପାଣି ମିଠା ବଦଳରେ ଲୁଣା ଯୋଗୁ ତାହା ଚାଷ ପାଇଁ ଅନୁପଯୁକ୍ତ। ଯେଉଁଆଡ଼େ ଚାହିଁବ ଚାଷୀ ଶ୍ରାବଣରେ ଧାନ ରୁଆ ବେଉଷଣରେ ନିମଗ୍ନ ରହିବା ବଦଳରେ ହାତ ଜାକି ଘରେ ବସିଛନ୍ତି। ଏବେ ଗୋରୁ, ମଇଁଷି ଚାଷ ଜମିରେ ରାଜ କରୁଛନ୍ତି। ଅପରପକ୍ଷରେ ସରକାର କାଳିଆ, ବଳିଆ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସ୍ଲୋଗାନରେ ଚାଷୀଙ୍କ ଉକତ୍ଣ୍ଠାକୁ ବଢ଼ାଇ ଦେଇଥିବା ବେଳେ ପ୍ରକୃତି ଚାଷୀଙ୍କ ଆଶା ଓ ଭରସାକୁ ନିଅଁଟିଆ ବର୍ଷା ଦ୍ୱାରା କୁଠାରଘାତ କରି ଚାଲିଛି। ଏ ବର୍ଷ ଚାଷ ହେବ ନଁା ମରୁଡିର ପଦଧ୍ୱନୀ ଦେଖିବାକୁ ମିଳିବ, ଏହା କେବଳ ସମୟ ହିଁ କହିବ। ରାଜନଗରର ବଡ଼ ଚାଷୀ ରବୀନ୍ଦ୍ର ନାୟକ, ବେଲପାଳର ଧ୍ରୁବ ସ୍ବାଇଁ ପ୍ରମୁଖ କହିଛନ୍ତି, ଦୀର୍ଘ କେତେବର୍ଷ ହେବ, ବିଳମ୍ବରେ ବର୍ଷା ହେଲେ ବି ଭଲ ମନ୍ଦରେ ଚାଷୀ ବିଲରେ ବୁଦା ମାରେ। ଠିକ୍‌ ଧାନ ଅମଳ ସମୟରେ ଅଦିନିଆ ବର୍ଷା ତାଣ୍ଡବ ସାଜେ, ତଥାପି ଦୁଃଖ କଷ୍ଟେ ଧାନ ଗଣ୍ଡା ଅମଳ କରୁ। ଆଉ କେଇଟା ଦିନ ପରେ ଶ୍ରାବଣ ସରିବ, ତଳି ବି ପଡ଼ି ପାରୁନି। ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ଆଉ ଉପାୟ କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri