‘ନଳକୂପ ନ ହେଲେ ଭୋଟ ନାହିଁ’

ପାପଡ଼ାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ): ସାହିରେ ନାହିଁ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଭୋଗୁଛନ୍ତି ସମସ୍ୟା। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନଧିଙ୍କୁ ଅବଗତ କଲେ ବି କିଛି ସୁଫଳ ମିଳୁନି। ତେଣୁ ନଳକୂପ ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ପ୍ରଧାନୀଗୁଡା ଗ୍ରାମର ମାଝି ସାହି ବାସିନ୍ଦା। ପାଣି ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ପ୍ରାୟ ୧୬ ପରିବାର ଏହି ସାହିରେ ବସବାସ କରନ୍ତି। ଦୀର୍ଘ ଦିନ ଧରି ସାହିରେ ପାନୀୟ ଜଳ ସମସ୍ୟା ରହିଛି। ଏଠାରେ ପାନୀୟ ଜଳ ଯୋଗାଣ ପାଇଁ ଗୋଟିଏ ଟ୍ୟାପ ରହିଛି। ସେଥିରେ ପୁଣି ଦିନକୁ ୨ ରୁ ୩ ଘଣ୍ଟା ପାଣି ଆସେ। ଉକ୍ତ ସମୟକୁ ସାହି ଲୋକ ସବୁ କାମ ଧନ୍ଦା ଛାଡି ଚାହିଁ ରହିଥାନ୍ତି। ହାଣ୍ଡିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼େ। ଅନ୍ୟ କୌଣସି ସୁବିଧା ନ ଥିବାରୁ ଲୋକେ ପାଣି ଲାଗି ଅସୁବିଧା ଭୋଗୁଛନ୍ତି। ବିଜୁଳି ଗଲେ ପାଣି ଯୋଗାଣ ବି ବନ୍ଦ ରହୁଥିବା ସାହି ଲୋକ କହିଛନ୍ତି। ପାଣି ସମସ୍ୟା ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ବିଡିଓ, ବିଧାୟକ ସମସ୍ତଙ୍କୁ ଜଣାଇଥିବା ଲୋକେ କହିଛନ୍ତି। ସାହିରେ ନଳକୂପଟିଏ ଖୋଳିବା ଲାଗି ଦାବି କରି ଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି ବି ଏହାକୁ ଗୁରୁତ୍ୱ ଦେଉ ନ ଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ସାହିରେ ନଳକୂପ ଖନନ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ଦେବେନାହିଁ ବୋଲି ୱାର୍ଡ ସଭ୍ୟ ସୁବାସ ଗୌଡ଼, କର୍ଣ୍ଣବତୀ ଗୌଡ଼, ଲଖମୀ ମାଝି, ସୁକନ ମାଝି, ଡାଳିମ୍ବ ଗୌଡ଼, ଜ୍ୟୋସଦା ଗୌଡ଼, ପାର ଗୌଡ଼, ଦାଶରଥି ଗୌଡ଼, ନିଗମ ମାଝି, ଡମୁ ଗୌଡ଼, ବୁଦୁ ଗୌଡ଼, ଚନ୍ଦ୍ର ମାଝି, ଲଳିନ୍ଦ୍ର ଗୌଡ଼, ରମା ଗୌଡ଼, ଲଛମା ଗୌଡ଼, ଯମୁନା ଗୌଡ଼, ନନ୍ଦା ଗୌଡ଼, ଜ୍ୟୋତି ଗୌଡ଼, କନକ ଗୌଡ଼, ଘନ ଗୌଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ଗାଁରେ ସ୍ଥିତି ଅନୁଧ୍ୟାନ କରାଯିବ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ମାନଦଣ୍ଡ ପୂରଣ ହେଉଥିଲେ ସେଠାରେ ନଳକୂପ ଖନନ ପାଇଁ ଜିଲା ପ୍ରଶାସନକୁ ଜଣାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri