Posted inଖେଳ

ହୋଇଗଲା ଫାଇନାଲ! କୋହଲି ନୁହେଁ ଏହି ହେବେ ଆରସିବିର ଅଧିନାୟକ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ ର ୧୮ ତମ ସିଜନ୍‌ ପାଇଁ ବିଗୁଲ ବାଜିଛି। ସମସ୍ତ ଦଳ ଆଗାମୀ ସିଜନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ତଥାପି, ଏପରି କିଛି ଦଳ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଆଇପିଏଲ ୨୦୨୫ ପାଇଁ ଅଧିନାୟକ ଘୋଷଣା କରିନାହାଁନ୍ତି । ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ, ଆରସିବି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ବିରାଟ କୋହଲି ପୁଣି ଥରେ ଆଇପିଏଲ ୨୦୨୫ରେ ଅଧିନାୟକତ୍ୱ ଗ୍ରହଣ କରିବେ। ଏହା ମଧ୍ୟ କୁହାଯାଉଥିଲା ଯେ ରଜତ ପାଟିଦାର ଆରସିବିର କମାଣ୍ଡ ପାଇବେ, କିନ୍ତୁ ବର୍ତ୍ତମାନ ଅଧିନାୟକଙ୍କ ବିଷୟରେ ଏକ ନୂଆ ଅପଡେଟ ଆସିଛି।

ଆରସିବି ଅଧିନାୟକଙ୍କ ବିଷୟରେ ଅନେକ ଦାବି କରାଯାଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ବିରାଟ କୋହଲି ପୁଣି ଥରେ ଦଳର ଦାୟିତ୍ୱ ତୁଲାଇବେ। ସେ ଆଇପିଏଲ ୨୦୨୫ରେ ଦଳର ଅଧିନାୟକ ହେବେ, କିନ୍ତୁ ଫ୍ରାଞ୍ଚାଇଜ କିମ୍ବା ବିରାଟ କୋହଲି ଏ ବିଷୟରେ କିଛି କହି ନାହାଁନ୍ତି। ତା’ପରେ କିଛି ଦିନ ପରେ ନୂଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ଯୁବ ବ୍ୟାଟ୍ସମ୍ୟାନ ରାଜତ ପାଟିଦାର ଆଇପିଏଲ ୨୦୨୫ରେ ଆରସିବିର ଅଧିନାୟକ ହେବେ । ରଜତ ପାଟିଦାର ମଧ୍ୟପ୍ରଦେଶର ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ଅଧିନାୟକ ଥିଲେ। ତାଙ୍କ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଛି।

ବର୍ତ୍ତମାନ ଆରସିବି ଅଧିନାୟକଙ୍କ ବିଷୟରେ ଏକ ନୂଆ ଅପଡେଟ୍‌ ଆସିଛି। ସର୍ବଶେଷ ରିପୋର୍ଟରେ କୁହାଯାଇଛି ଯେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଆରସିବିର ନୂତନ ଅଧିନାୟକ ହେବେ। ତେବେ ଏଥର ମଧ୍ୟ ଫ୍ରାଞ୍ଚାଇଜ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ। ଏହି ରିପୋର୍ଟ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଅଧିନାୟକ ଦୌଡରେ ଅଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେଉଁ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜ ବିଶ୍ୱାସ କରୁଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri