Posted inଖେଳ

ଏଥର ଆଇପିଏଲ୍‌ରେ ଏହି ୫ ଖେଳାଳିଙ୍କୁ କିଣି ନ ପାରନ୍ତି କୌଣସି ଦଳ: ଲିଷ୍ଟ୍‌ରେ ସାମିଲ ଅଛନ୍ତି ପର୍ପଲ କ୍ୟାପ୍‌ ବିଜେତା

ନୂଆଦିଲ୍ଲୀ,୭।୧୨:ଆଇପିଏଲ୍‌ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଆସନ୍ତା ୧୯ରେ ଆୟୋଜିତ ହେବ। ଏଥର ଦୁବାଇରେ ନିଲାମ ଅନୁଷ୍ଠିତ ହେବ। ଐଥର ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ, କିନ୍ତୁ ସେଠାରେ କିଛି ଖେଳାଳି ରହିବେ ଯେଉଁମାନେ ସେମାନଙ୍କୁ ନିରାଶ ହେବାକୁ ପଡ଼ିବ। ଏପରି କିଛି ଭାରତୀୟ ଖେଳାଳି ଅଛନ୍ତି,ଯେଉଁମାନେ ଏହି ନିଲାମରେ ବିକ୍ରୟ ହୋଇ ନ ପାରନ୍ତି।
କେଦାର ଯାଦବ
ଗତ ବର୍ଷ ଆରସିବି ଏହି ଭାରତୀୟ ଖେଳାଳିଙ୍କୁ ନିଜ ଦଳରେ ରଖିଥିଲା, କିନ୍ତୁ ଚଳିତ ବର୍ଷ ଫାଫ ଡୁପ୍ଲେସିସ ଏବଂ ବିରାଟ କୋହଲିଙ୍କ ଦଳ ଏହି ଖେଳାଳିଙ୍କୁ ରିଲିଜ୍‌ କରିଛି। ମଧ୍ୟମ ଅର୍ଡର ବ୍ୟାଟିଂ ସହିତ କେଦାର ଯାଦବ ମଧ୍ୟ କିଛି ସ୍ପିନ ବୋଲିଂ କରନ୍ତି। ଗତ ଅନେକ ଆଇପିଏଲ ମ୍ୟାଚରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ଏବଂ ତାଙ୍କର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା, ତେଣୁ ଲାଗୁଛି ଯେ ଏହି ନିଲାମରେ ଯାଦବ ବିକ୍ରି ହୋଇ ନ ପାରନ୍ତି।
ସରଫରାଜ ଖାନ
ସରଫରାଜ ଖାନ ଆଇପିଏଲ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି ଥିଲେ, କିନ୍ତୁ ତାଙ୍କର ଆଇପିଏଲ କ୍ୟାରିୟର ଭଲ ନ ଥିଲା। ଘରୋଇ କ୍ରିକେଟରେ ସରଫରାଜ ଅନେକ ରନ ସଂଗ୍ରହ କରିଛନ୍ତି ଏବଂ ଅନେକ ଘରୋଇ ସିଜନରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସମାନ ପ୍ରଦର୍ଶନ ଆଧାରରେ ସରଫରାଜ ଗତ କିଛି ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ମଧ୍ୟ ରହିଥିଲେ, କିନ୍ତୁ ଆଇପିଏଲରେ ଗତ କିଛି ସିଜିନ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି। ଏଭଳି ପରିସ୍ଥିତିରେ ସରଫରାଜ ଖାନ ମଧ୍ୟ ଏହି ନିଲାମରେ ବିକ୍ରି ହେବେନି ବୋଲି ନିଶ୍ଚିତ ମନେହୁଏ।
ହର୍ଷଲ ପଟେଲ
ଆରସିବି ପାଇଁ ମଧ୍ୟମ ପେସ ବୋଲର ହର୍ଷଲ ଗୋଟିଏ ସିଜନରେ ସର୍ବାଧିକ ଉଇକେଟ ନେଇ ପର୍ପଲ କ୍ୟାପ ଜିତିଥିଲେ। ସେହି ପ୍ରଦର୍ଶନ ଆଧାରରେ, ଆରସିବି ଗତ କିଛି ବର୍ଷ ଧରି ହର୍ଷଲଙ୍କୁ ଦଳରେ ରଖିଥିଲା ଏବଂ ପ୍ରାୟ ପ୍ରତ୍ୟେକ ମ୍ୟାଚ୍‌ରେ ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲା, କିନ୍ତୁ ହର୍ଷଲ ପଟେଲ ଆରସିବିଙ୍କ ବିଶ୍ୱାସକୁ ବଞ୍ଚାଇ ପାରି ନ ଥିଲେ। ଏଭଳି ପରିସ୍ଥିତିରେ ହର୍ଷଲ ପଟେଲଙ୍କ ପାଇଁ ଚଳିତ ବର୍ଷ କ୍ରେତା ଖୋଜିବା ବହୁତ କଷ୍ଟକର।
ମନନ ବୋହରା
ଏହି ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନଙ୍କ ଅବସ୍ଥା ମଧ୍ୟ ସମାନ। ମନନଙ୍କୁ ଜଣେ ଦକ୍ଷ ପ୍ରତିଭା ଖେଳାଳି ଭାବରେ ବିବେଚନା କରାଯାଇଛି ଏବଂ ଅନେକ ଥର ଏହି ଖେଳାଳି ଭଲ ଇନିଂସ ଖେଳିଛନ୍ତି, କିନ୍ତୁ ତାଙ୍କ ଖେଳଙ୍କେୌଣସି ସ୍ଥିରତା ନାହିଁ, ଯେଉଁଥିପାଇଁ ତାଙ୍କୁ ରିଲିଜ୍‌ କରାଯାଇଛି। ତେଣୁ ଏଥର ସେ ମଧ୍ୟ ବିକ୍ରି ନ ହେବାର ସମ୍ଭାବନା ରହିଛି।

ଜୟଦେବ ଉନାଦକତ୍‌
ଏହି ବାମହାତୀ ଦ୍ରୁତ ବୋଲରଙ୍କ ଅବସ୍ଥା ସରଫରାଜ ଖାନଙ୍କ ଅବସ୍ଥା ସହିତ ସମାନ। ଘରୋଇ କ୍ରିକେଟରେ ସରଫରାଜ ଖାନ ବହୁ ରନ ସ୍କୋର କରିଥିବାବେଳେ ଜୟଦେବ ଉନାଦକତ୍‌ ଘରୋଇ କ୍ରିକେଟରେ ବହୁତ ଉଇକେଟ ନେଇଛନ୍ତି, କିନ୍ତୁ ଆଇପିଏଲରେ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନୁହେଁ। ଏକ ସମୟରେ ତାଙ୍କ ନାମରେ ସବୁଠୁ ବଡ ନିଲାମ କରାଯାଇଥିଲା, କିନ୍ତୁ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା। ଏଥର ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଲିଜ୍‌ କରିଛି ଏବଂ ବୋଧହୁଏ ସେ କୌଣସି ନୂତନ କ୍ରେତା ପାଇବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri