ନାଁକୁ ସୁପରସ୍ପେଶାଲିଟି ବିଭାଗ, ରୋଗୀ ସେବା…

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ରୋଗୀସେବା ପ୍ରଦାନ ସହ ହସ୍ପିଟାଲକୁ ଜାତୀୟ ମାନ୍ୟତା ଦେବାକୁ ପ୍ରୟାସ ଚାଲିଛି। ଇତିମଧ୍ୟରେ ଏଠାରେ ମେଡିକାଲ କଲେଜ ଖୋଲାଯିବା ସହ ରୂପ ବଦଳିବାରେ ଲାଗିଛି। ସେହିପରି ରୋଗୀଙ୍କ ପାଇଁ ସୁପରସ୍ପେଶାଲିଟି ବିଭାଗ ଖୋଲାଯାଇଛି। କିନ୍ତୁ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ରୋଗୀଙ୍କୁ ସେପରି ସେବା ମିଳିପାରୁନାହିଁ। ସପ୍ତାହକୁ ମାତ୍ର ୩ଦିନ ଖୋଲା ରହୁଥିବାବେଳେ ରୋଗୀମାନେ ବହୁ ସମୟ ଧରି ଡାକ୍ତରଙ୍କୁ ଅପେକ୍ଷା କରି ଅସନ୍ତୋଷରେ ଫେରୁଥିବା ଦେଖିବାକୁ ମିଳୁଛି।
ହସ୍ପିଟାଲ ପରିସରରେ ଥିବା ଉପଔଷଧ ଭଣ୍ଡାର ନିକଟରେ ନିର୍ମିତ ସ୍ବତନ୍ତ୍ର କୋଠାରେ ଏହି ସୁପର ସ୍ପେଶାଲିଟି ବିଭାଗ ଖୋଲାଯାଇଛି। ଏଠାରେ ବର୍ତ୍ତମାନ ୬ଟି ବିଭାଗ ଏଣ୍ଡୋକ୍ରାଇନୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ଓ ପ୍ଲାଷ୍ଟିକ ସର୍ଜରିରେ ସୁପର ସ୍ପେଶାଲିଟି ଚିକିତ୍ସା ଯୋଗାଇ ଦିଆଯାଉଛି। ପୂର୍ବରୁ ୮ଜଣ ଡାକ୍ତର ଥିବାବେଳେ ଏବେ ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯାଇଛି। ହେଲେ ଏହି ସେବା ଲାଗି କଟକ ଡାକ୍ତରଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ପୁଣି ସପ୍ତାହରେ ୩ଦିନ ସେବା ମିଳୁଥିବାରୁ ରୋଗୀଙ୍କ ପ୍ରବଳ ଭିଡ଼ ହେଉଛି। ଟିକେଟ କାଟିବାଠାରୁ ଡାକ୍ତରଙ୍କ ପରାମର୍ଶ ନେବା ପର୍ଯ୍ୟନ୍ତ ସବୁ ସ୍ଥାନରେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ପୁଣି ଡାକ୍ତର ଅଭାବ ଥିବାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ମିଳୁଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି, ସୁପର ସ୍ପେଶାଲିଟି ବିଭାଗରେ ଏବେ ୧୨ଜଣ ଡାକ୍ତର ରହିଛନ୍ତି। ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଡାକ୍ତରମାନେ ରୋଗୀ ଦେଖୁଛନ୍ତି। ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ମେଡିକାଲ କଲେଜରେ ମଧ୍ୟ ଛାତ୍ରୀଛାତ୍ର ପାଠ ପଢ଼ିବା ସହ ରୋଗୀଙ୍କ ଚିକିତ୍ସା ଉପରେ ଦୃଷ୍ଟି ରଖୁଛନ୍ତି। ଖୁବ୍‌ଶୀଘ୍ର କିଛି ସ୍ବତନ୍ତ୍ର ବିଭାଗରେ ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି କରାଯିବାର ପ୍ରସ୍ତାବ ଦିଆଯାଇଥିବା ଡ. ସାହୁ କହିଛନ୍ତି।

ରୋଗ ଯନ୍ତ୍ରଣାଠୁ ବଳିପଡୁଛି ଅପେକ୍ଷା କଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଥିବା ଆଶାରେ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ ତଥା ବାହାରୁ ମଧ୍ୟ ରୋଗୀ ଆସୁଛନ୍ତି। ରୋଗୀ ସଂଖ୍ୟା ଅନୁସାରେ ସେପରି ବ୍ୟବସ୍ଥା ରହି ନ ଥିବାରୁ ଆଶାନୁରୂପ ଚିକିତ୍ସା ସେବା ମିଳିପାରୁନାହିଁ। ବିଶେଷକରି ଟିକେଟ କାଉଣ୍ଟର, ମେଡିସିନ ଷ୍ଟୋର୍‌, ଡାକ୍ତର ପରାମର୍ଶ ଓ ପରୀକ୍ଷା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏଥିପାଇଁ ଟିକେଟ କାଉଣ୍ଟରରେ ରାତିରୁ ଲୋକେ ଧାଡ଼ି ଲଗାଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ହସ୍ପିଟାଲର ସମ୍ମୁଖ ପାର୍ଶ୍ୱରେ ୫ଟି ମେଡିସିନ କାଉଣ୍ଟର ଥିବାବେଳେ ପଛ ପାର୍ଶ୍ୱରେ ମଧ୍ୟ ୫ଟି କାଉଣ୍ଟର ରହିଛି। ତଥାପି ରୋଗୀମାନେ ଡାକ୍ତରଙ୍କ ସହ ପରାମର୍ଶ ପରେ ଅନେକ ସମୟ ଧରି ମେଡିସିନ ଲାଗି ଅପେକ୍ଷା କରୁଛନ୍ତି। ତେବେ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲକୁ ହଜାର ହଜାର ସଂଖ୍ୟକ ରୋଗୀ ଆସୁଥିବା ବେଳେ କିଛି ମାସ ପୂର୍ବରୁ ଆଉ ଏକ ମେଡିସିନ କାଉଣ୍ଟର ଖୋଲିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ମେଡିସିନ କାଉଣ୍ଟର ନିର୍ମାଣ କାମ ସରିବାକୁ ବସିଲାଣି। ଖୁବ୍‌ଶୀଘ୍ର ନୂଆ କାଉଣ୍ଟର ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri