ଓଡ଼ିଆ ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି

ରାୟଗଡା ଅଫିସ,୨୦ା୩: ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ। ବ୍ଲକଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟସ୍ତରରେ ଏହି ଦିବସ ପାଳନ କରାଯିବ। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଇତିମଧ୍ୟରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଥିଲେ ମଧ୍ୟ ନାମକୁ ମାତ୍ର ପାଳନ ହେଉଛି ଓଡ଼ିଶା ଦିବସ। ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି। ଏପରିକି ଓଡିଆରେ ଭୁଲ ଲେଖାଥିଲେ ବି ତାହାକୁ ସଂଶୋଧନ କରିବାକୁ ତତ୍ପରତା ପ୍ରକାଶ ପାଉ ନ ଥିବା ଦେଖିବାକୁ ମିଳୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ରାୟଗଡ଼ା ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି। ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯାଳୟ ପ୍ରବେଶ ପଥରେ ସମନ୍ବିତ ବଦଳରେ ‘ସମନ୍ନିତ’ ଲେଖା ଯାଇଛି।
ଓଡିଆ ଭାଷାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଓ ନିୟମ ପ୍ରଣୟନ କରୁଛନ୍ତି। ରାଜ୍ୟ ସରକାର ଓଡ଼ିଆ ଭାଷାର ଉନ୍ନତିି ପାଇଁ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଷଷ୍ଠ ତମ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ବିକାଶ ତଥା ସମୃଦ୍ଧି ଉଦେଶ୍ୟରେ ଏହି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଉଛି। ଏପଟେ କିନ୍ତୁ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ରାୟଗଡା ଜିଲାରେ ଓଡିଆ ଭାଷା ଓ ଲେଖାର ସ୍ଥିତି ଉଦବେଗଜନକ ରହିଛି। ଜିଲା ସଦର ମହକୁମା ଠାରେ ଅଧିକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ରାୟଗଡା ସହରରେ ଥିବା ସରକାରୀ ପ୍ରତିଷ୍ଠାନଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକଗୁଡିକରେ କ୍ୱଚିତ୍‌ ଓଡ଼ିଆ ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି । କେତେକ ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ଫଳକ ବି ଓଡ଼ିଆରେ ଲେଖା ଯାଉନାହିଁ । ଜିଲା ଶ୍ରମ ବିଭାଗ ପାଖରେ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଥିବା ନାମଫଳରେ ଓଡିଆରେ ଲେଖାଯାଉଥିବା ବେଳେ ବର୍ତ୍ତମାନ ସହରରେ ଗଢିଉଠୁଥିବା ଅନେକ ଆପାର୍ଟମେଣ୍ଟ, ରେଷ୍ଟରାଣ୍ଟ, ସୋ’ରୁମ,ହୋଟେଲ ଆଦିଗୁଡିକରେ ନାମଫଳକରେ ଓଡିଆ ଲେଖାନାହିଁ। ଯଦି ବି କାଁ ଭାଁ କେଉଁଠି ଲେଖାହୋଇଥାଏ ତାହା ଅତି କଦର୍ଯ୍ୟ ଭାବେ ଓଡିଆ ଶଦ୍ଦ ଲେଖାଯାଇଥାଏ। ଅନେକ ଠାରେ ଓଡିଆ ବନାନ ଠାରୁ ଆରମ୍ଭ କରି ଅକ୍ଷରଗୁଡିକୁ ଭୁଲ ଲେଖାଯାଉଛି । ଏସବୁ ପ୍ରତି କାର୍ଯ୍ୟାନୁଷ୍ଠାନ ମଧ୍ୟ ଶୂନ। ଜିଲାପାଳଙ୍କ ଗାଡି ଠାରୁ ଆରମ୍ଭ କରି ଅତିରିକ୍ତ ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ଗାଡିରେ ଆଜି ବି ଇଂଲିଶରେ ବୋର୍ଡ ଲଗାଯାଇଛି। ଆନ୍ତଃରାଜ୍ୟ ବସରେ ମଧ୍ୟ ଓଡ଼ିଆରେ ଲେଖିବାର ନିୟମ ରହିଛି। ହେଲେ ତାହାକୁ କେହି ମାନୁନାହାନ୍ତି। ରାୟଗଡ ବୋଲି ସରକାରୀ ଭାବେ ଡିଆରଏ କାର୍ଯ୍ୟାଳୟରେ ଲେଖାଯାଉଛି, ଏପଟେ ରେଳ ଷ୍ଟେଶନରେ ରାୟଗଡା ଲେଖା ଯାଉଛି। ଭାଷାର ସୁରକ୍ଷା ପାଇଁ ସରକାରୀ ସ୍ତରରେ ଚେଷ୍ଟା ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଆନ୍ଧ୍ର ସୀମାନ୍ତ ରାୟଗଡାରେ ତେଲୁଗୁ ଭାଷା ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଜିଲାସ୍ତରୀୟ ଓଡିଶା ଦିବସ ପ୍ରସ୍ତୁତି ବୈଠକ ସମୟରେ ଅତିରିକ୍ତ ଜିଲାପାଳଙ୍କୁ ବୁଦ୍ଧିଜୀବୀମାନେ ଅବଗତ କରିଛନ୍ତି। ଓଡିଆ ଭାଷାକୁ ଲେଖିବା ଏବଂ ଭୁଲ ଲେଖୁଥିବା ଲୋକଙ୍କୁ ତାଗିଦ କରିବାର ଆବଶ୍ୟକ ରହିଛି। ନଚେତ ଆଗାମୀ ଦିନରେ ଏହି ଭାଷା ଲୋପ ପାଇବାର ସମ୍ଭାବନା ରହିଛି। ଏନେଇ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁଶାନ୍ତ ନାୟକ କହିଛନ୍ତି ଓଡ଼ିଆ ଭାଷାର ବ୍ୟବହାର କମି ଯାଉଛି। ସରକାରୀ ସ୍ତରରେ ସାଇନ ବୋର୍ଡ ଓଡ଼ିଆରେ ଲେଖା ଯାଉନାହିଁ । ଏହା ଦ୍ୱାରା ସାହିତ୍ୟ ପାଇଁ ଆଦର କମୁଛି। ତେଣୁ ସରକାରୀ ସ୍ତରରେ ଏବଂ ଜନ ସଚେତନତା ଆବଶ୍ୟକତା ରହିଛି। ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଆ ଭାଷା ବଞ୍ଚିରହିବ ଓ ଏହାର ବିକାଶ ହେବ। ଓଡ଼ିଆ ଭାଷା ବିକାଶ ହେଲେ ଓଡିଶା ଦିବସର ଉଦେଶ୍ୟ ସାଧିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri