ଦିନ ଗଡୁଛି, ବାଟ ଫିଟୁନି

ଢେଙ୍କାନାଳ ଅଫିସ, ୩୧।୧୦: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଓ କୁରୁଣ୍ଟିସ୍ଥିତ ଲାନ୍‌କୋ-ବାବନ୍ଧ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ତେବେ କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବି ପୂରଣ କିମ୍ବା କ୍ଷତିପୂରଣ ପ୍ରଦାନ ନେଇ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନାହିଁ। ଏହାକୁ ନେଇ କମ୍ପାନୀ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ଆସନ୍ତା ୯ ତାରିଖରେ ଅନ୍ତିମ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶନିବାର ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ କମ୍ପାନୀର ଲିକ୍ୟୁଡେଟର ପ୍ରତିନିଧିଙ୍କୁ ତାଗିଦ୍‌ କରାଯାଇଛି। ଅନ୍ୟପଟେ ଜମିଜମା ନେଇ କମ୍ପାନୀ ଉପରେ ସରକାରଙ୍କ ୨.୮୬ କୋଟି ଟଙ୍କା ବକେୟା ପଡ଼ିଥିବା ରାଜସ୍ବ ବିଭାଗ ସମୀକ୍ଷାରୁ ଜଣାପଡ଼ିଛି। ତହସିଲ କର୍ତ୍ତୃପକ୍ଷ ଏତେଦିନ ହେଲା କାହିଁକି କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବୋଲି ଏମ୍‌ପି ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି। ଜିଲାପାଳ ସରୋଜ କୁମାର ସେଠୀ ତୁରନ୍ତ ଉକ୍ତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ କମ୍ପାନୀ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଲାନ୍‌କୋ କମ୍ପାନୀର ଲିକ୍ୟୁଡେଟର ପ୍ରତିନିଧିମାନେ ଚୂଡାନ୍ତ ନିଷ୍ପତ୍ତି ନେଉନାହାନ୍ତି। ଅଯଥାରେ ସମୟ ଗଡ଼ାଇ ଚାଲିଛନ୍ତି। ଏହାକୁ ନେଇ ଏମ୍‌ପି ସାହୁ, ବିଧାୟକ ସୁଧୀର କୁମାର ସାମଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ନ ମିଳିବା ଯାଏ କମ୍ପାନୀ ପରିସରରେ ପଡ଼ିଥିବା ସ୍କ୍ରାପ୍‌ ନେବାକୁ ଦିଆଯିବ ନାହିଁ ବୋଲି ପ୍ରଜାସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ଶନିବାର ବୈଠକରେ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅନ୍ୟପଟେ କ୍ଷତିଗ୍ରସ୍ତ ପ୍ରଜାସଂଘର ୬ଜଣିଆ ପ୍ରତିନିଧି ଦଳ ଏବଂ କମ୍ପାନୀ ଲିକ୍ୟୁଡେଟର ପ୍ରତିନିଧି ଏକ ବୈଠକ କରି କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ଆଲୋଚନା କରିବାକୁ ଏମ୍‌ପି ଏବଂ ବିଧାୟକ ପ୍ରସ୍ତାବ ଦେଇଛନ୍ତି। ତଦନୁଯାୟୀ ଲିକ୍ୟୁଡେଟରଙ୍କୁ ନଭେମ୍ବର ୮ ଯାଏ ସମୟ ଦିଆଯାଇଛି। ୯ ତାରିଖରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପାକ୍ଷିକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ଜଣାଇବାକୁ କମ୍ପାନୀ ନିକଟରେ ଦାବି କରିଥିଲେ।
ବୈଠକରେ ଏସ୍‌ପି କେ. ଶିବା ସୁବ୍ରମଣି, ଭାରପ୍ରାପ୍ତ ଢେଙ୍କାନାଳ ଉପଜିଲାପାଳ ରବିନାରାୟଣ ତ୍ରିପାଠୀ, ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ଜମି ଅଧିଗ୍ରହଣ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ର, ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, କ୍ଷତିଗ୍ରସ୍ତ ପ୍ରଜାସଂଘ ଉପସଭାପତି ନରେନ୍ଦ୍ର ସାହୁ, ସମ୍ପାଦକ ବିଜୟ ଧଳ, କୋଷାଧ୍ୟକ୍ଷ ଅଖିଳ ମହାପାତ୍ର, ଆଇନ ପରାମର୍ଶଦାତା ପଙ୍କଜଲୋଚନ ସାହୁ, ସଞ୍ଜୟ ସାହୁ, ସରପଞ୍ଚ ନରୋତ୍ତମ ରାଉତ, ରବିନାରାୟଣ ସାହୁ, ନିବାରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ତଥ୍ୟ ଦେଇପାରିଲେନି କମ୍ପାନୀ ଲିକ୍ୟୁଡେଟର

ଲାନ୍‌କୋ ପକ୍ଷରୁ ଚାକିରି ହରାଇଥିବା ୮୦ଜଣଙ୍କୁ କ୍ଷତିପୂରଣ ଦିଆଯାଇଛି ବୋଲି କମ୍ପାନୀର ଲିକ୍ୟୁଡେଟର ସଞ୍ଜୟ ଗୁପ୍ତା ବୈଠକରେ ସୂଚନା ଦେଇଥିଲେ। ହେଲେ ବିଧାୟକ ସୁଧୀର କୁମାର ସାମଲ ତାଲିକା ମାଗିବାରୁ ଠିକ୍‌ ତଥ୍ୟ ଦେଇପାରି ନ ଥିଲେ। ଏହାକୁ ନେଇ ଲିକ୍ୟୁଡେଟରଙ୍କ ଉପରେ ବର୍ଷିଥିଲେ ବିଧାୟକ। ସେହିପରି କମ୍ପାନୀ ପ୍ରତିନିଧି ସ୍କ୍ରାପ୍‌ ପରିବହନ ପାଇଁ ଅନୁମତି ଦେବା ଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କ୍ଷତିପୂରଣ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ କୌଣସି କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ପ୍ରଜାସଂଘ ଜିଦ୍‌ରେ ଅଟଳ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri