Posted inଖେଳ

ଚଳିତ ଆଇପିଏଲରେ ରହିବ ନାହିଁ ସଫ୍ଟ ସିଗନାଲ ନିୟମ

ମୁମ୍ବାଇ, ୩୦।୩ : କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ୨୦୨୧ ଆଇପିଏଲରେ ଲାଗୁ କରିବାକୁ ଯାଉଛି କିଛି ନୂଆ ନିୟମ। ନୂଆ ନିୟମ ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜକୁ ଅବଗତ କରାଇ ଦିଆଯାଇଛି। ଆଇପିଏଲରୁ ସଫ୍ଟ ସିଗନାଲ ନିୟମକୁ ବାଦ୍‌ ଦେଇଛି ବିସିସିଆଇ। ନୂଆ ନିୟମ ଅନୁସାରେ, ଫିଲ୍ଡ ଅମ୍ପାୟରଙ୍କ ସଫ୍ଟ ସିଗନାଲ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ ନାହିଁ।

କୌଣସି ନିଷ୍ପତ୍ତି ନେବା ପାଇଁ ଅନ୍‌ ଫିଲ୍ଡ ଅମ୍ପାୟରଙ୍କୁ ତୃତୀୟ ଅମ୍ପାୟରଙ୍କ ସହାୟତା ଦରକାର ପଡ଼ିଲେ, ବୋଲର ଏଣ୍ଡର ଅମ୍ପାୟର ଲେଗ୍‌ ଅମ୍ପାୟରଙ୍କ ସହ ପରାମର୍ଶ କରିବା ପରେ ନିଷ୍ପତ୍ତି ନେବେ। ଏହାପରେ ତୃତୀୟ ଅମ୍ପାୟରଙ୍କ ସହ ଯୋଗାଯୋଗ କରିବେ। ତୃତୀୟ ଅମ୍ପାୟର ଉପଲବ୍ଧ ଥିବା ସମସ୍ତ ଟେକନୋଲୋଜିର ବ୍ୟବହାର କରି ସଠିକ୍‌ ନିଷ୍ପତ୍ତି ନେବେ। ଏହାପରେ ଅନ୍‌ ଫିଲ୍ଡ ଅମ୍ପାୟରଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇବେ।

ଉଲ୍ଲେଖଯୋଗ୍ୟ, ଭାରତୀୟ ଅଧିନାୟକ ବିରାଟ କୋହଲି ସଫ୍ଟ ସିଗନାଲ ନିୟମକୁ କଡ଼ା ବିରୋଧ କରିଆସୁଛନ୍ତି। ଆଉ ଏଲ୍‌ବିଡବ୍ଲ୍ୟୁ ନିଷ୍ପତ୍ତିରେ ଅମ୍ପାୟରଙ୍କ ସିଗନାଲକୁ ମଧ୍ୟ ସେ ନାପସନ୍ଦ କରନ୍ତି। ହେଲେ ଏହାକୁ ଚଳିତ ଆଇପିଏଲରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri