ନୟାଗଡ଼ ମ୍ୟୁନିସିପାଲିଟିରେ ନାହିଁ ସ୍ମାର୍ଟ ଶ୍ମଶାନ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ ମ୍ୟୁନିସିପାଲିଟିରେ ସ୍ମାର୍ଟ ଶ୍ମଶାନ ନାହିଁ। ପୂର୍ବରୁ ଯେଉଁ ଦୁଇ ଶ୍ମଶାନ ରହିଛି ସେଠାରେ ଶବଦାହ କରିବା ସମ୍ଭବ ନୁହେଁ। ତେଣୁ ସହରବାସୀ ହଇରାଣ ହେଉଛନ୍ତି। କେହି ଖର୍ଚ୍ଚାନ୍ତ ହୋଇ ପୁରୀ ସ୍ବର୍ଗଦ୍ୱାରକୁ ଯାଉଛନ୍ତି ଆଉ କିଏ ନିଜ ବାରିପଟେ ଶବଦାହ କରୁଛନ୍ତି। ଅନ୍ୟପଟେ ନୟାଗଡ ପୁରୁଣା ସହରର ଭାଲୁଖୋଲ ନିକଟରେ ଯେଉଁ ଶ୍ମଶାନ ରହିଛି ତାହା ଆବର୍ଜନାରେ ଭରପୂର ହୋଇ ଦୁର୍ଗନ୍ଧ ବାହାରୁଛି। ଅନ୍ୟ ଶ୍ମଶାନଟି ଖଣ୍ଡପଡା ରୋଡର କୃଷକ ବଜାର ପଛପାଖ ଜନବସତିରେ ରହିଯାଇଥିବାରୁ ଶବଦାହ ହୋଇପାରୁ ନାହିଁ। ଦୀର୍ଘ ୧୫ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନାହିଁ।

ପ୍ରକାଶ ଯେ, ପୁରୁଣା ସହର ଶ୍ମଶାନ ପାଖରେ ନୟାଗଡ଼ ସହରର ଆବର୍ଜନା ଗଦା ହୋଇ ରହୁଛି। ସନ୍ଧ୍ୟା ହେଲେ ଆବର୍ଜନାରେ ନିଅଁା ଲଗାଇ ଦିଆଯିବାରୁ ଦୁର୍ଗନ୍ଧ ହେଉଛି। ଏଣୁ ଏଠାକୁ ଶବଦାହ କରିବାକୁ ଯିବା କାଠିକର ପାଠ ହୋଇପଡୁଛି। ସେହିପରି ଖଣ୍ଡପଡା ରୋଡ୍‌ରେ ଥିବା ଶ୍ମଶାନ ଜବରଦଖଲରେ ଥିଲା। ବର୍ତ୍ତମାନ ଏହା ଚାରିପାଖରେ ବାସପଯୋଗୀ ଘର ହୋଇସାରିଲାଣି। ଗତ ଫେବୃୟାରୀରେ ଏହି ଶ୍ମଶାନ ଚାରିପାଖରୁ ଜବରଦଖଲ ହଟିଥିଲେ ମଧ୍ୟ ଜନବସତି କାରଣରୁ ଏଠାରେ ଶବଦାହ କରିବାକୁ ମନା କରାଯାଉଛି। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ନୟାଗଡ଼ ପୁରୁଣା ସହରରେ ଖୁବ୍‌ଶୀଘ୍ର ସ୍ମାର୍ଟ ଶ୍ମଶାନ ନିର୍ମାଣ ହେବ। ଦେଢ଼ଏକର ଜମିରେ ହେବାକୁ ଥିବା ଶ୍ମଶାନରେ ଗୋଟିଏ ଥରରେ ୪ଟି ମୃତଦେହ ଦାହ କରାଯାଇପାରିବ। ଏଥିପାଇଁ ଦେଢ଼କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଟେଣ୍ଡର ପରେ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri