ବାଲିପଠା ନାହିଁ, ଆସିଲେନି ବିଦେଶୀ ପକ୍ଷୀ

ନୟାଗଡ଼ ଅଫିସ/ ଗଣିଆ,୧୬ା୧୨(ଡି.ଏନ୍‌.ଏ.): ନୟାଗଡ଼,ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ଅଂଶ ବିଶେଷକୁ ନେଇ ଗଠିତ ସାତକୋଶିଆ ଅଭୟାରଣ୍ୟ ଦେଇ ପ୍ରବାହିତ ମହାନଦୀର ସୁନାଖଣିଆ ଓ ବଡମୂଳରେ ଚଳିତ ବର୍ଷ ଇଣ୍ଡିଆନ ସ୍କିମରଙ୍କ ସମେତ ବିଦେଶାଗତ ପକ୍ଷୀଙ୍କ ଦେଖିବାକୁ ମିଳିନି। ଇଣ୍ଡିଆନ ସ୍କିମର ବୌଦ୍ଧ ଜିଲା କୁସଙ୍ଗ ରେଞ୍ଜର ଟିକରପଡ଼ା ଓ ମାରଡ଼ା ମହାନଦୀର ବାଲିପଠାରେ ଦେଖିବାକୁ ମିଳୁଛନ୍ତି, ନୟାଗଡ଼ ଆମ ଜିଲାର ସୀମାନ୍ତ ଅଞ୍ଚଳ ଅଟେ। ନୟାଗଡ଼ ଜିଲାର ସୁନାଖଣିଆ ଓ ବଡମୂଳ ଅଞ୍ଚଳରେ ମହାନଦୀର ବାଲିପଠା ଚଳିତ ବର୍ଷ ସୃଷ୍ଟି ହୋଇନି। ଏଠାରେ ପାଣିର ଧାର ଚାଲିଛି। ଏଣୁ ସୁନାଖଣିଆ ଓ ବଡମୂଳ ପସନ୍ଦ ଆସି ନ ଥାଇ ପାରେ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଅପରପକ୍ଷେ ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ବିଦେଶାଗତ ପକ୍ଷୀଙ୍କ ବିଚରଣର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ଏଠାରେ ଇଣ୍ଡିଆନ ସ୍କିମର ଦଳ ଦଳ ହୋଇ ବିଚରଣ କରିଥାନ୍ତି। ଗୋଟିଏ ଦଳରେ ଅତିକମରେ ୫୦ରୁ ୬୦ ପକ୍ଷୀ ରହିଥାନ୍ତି। ହେଲେ ବିଦେଶଗତ ପକ୍ଷୀମାନେ ଆସି ନ ଥିବାରୁ ନୟାଗଡ଼ ଜିଲାର ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିବାର ମଜା ନେଇ ପାରି ନାହାନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ୮ ବର୍ଷ ହେଲା ଶୀତଋତୁରେ ବଡ଼ମୂଳ ନଦୀପଠାରେ ଇଣ୍ଡିଆନ ସ୍କିମର ଦେଖା ଯାଉଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ବଡ଼ମୂଳରେ ଇଣ୍ଡିଆନ ସ୍କିମର ଆସି ନ ଥିଲେ। କିନ୍ତୁ ଇଣ୍ଡିଆନ ସ୍କିମର ସୁନାଖଣିଆରେ ଦେଖା ଯାଇଥିଲେ। ତେବେ ସାତକୋଶିଆ ଗଣ୍ଡ ଓ ବିଭିନ୍ନ ଜଳାଶ୍ରୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫ ପ୍ରଜାତିର ୨୧୨୦ ଦେଶୀବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ମହାନଦୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଗଣନାରେ ଜଣାପଡିଥିଲା। ୫୫ ପ୍ରଜାତି ମଧ୍ୟରୁ ୯ପ୍ରଜାତିର ୪୮୮ ବିଦେଶୀ ପକ୍ଷୀ ଆସିଥିଲେ। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲେ। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର୧୪୧ ଆସିଥିବାବେଳେ କେଂଟି ପ୍ଲୋଭର ୬୪ଟି ଆସିଥିଲେ। ସେହିଭଳି ଲିଟିଲ କିଙ୍ଗଡ୍‌ ପ୍ଲୋଭର ୨୪, କମନ କୁଇଙ୍ଗ ସେଙ୍କ୨୭, ଲିଟିଲଷ୍ଟିଟଣ୍ଟ ୫, କମନ ସ୍ୟାଣ୍ଡ ପିପର୨୩, ରୁଡି ସେଲଡକ ୭୧, ଗେଟ କର୍ମୋନେଣ୍ଟ ୧୩୧, ହୁଇସ୍କଡ ଟର୍ମ ୨ଟି ଥିଲେ। ଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସାଗ୍‌ ୧୦୪, ଲିଟିଲ କରମୋରାଟ ୩୦୮, ଓରିଏଣ୍ଟାଲ ଡାଟର ୨, ବ୍ଲକ ଡ୍ରଙ୍ଗୋ୧୯ ରହିଥିଲେ। ଏହିପରି ୪୬ ପ୍ରଜାତିର ୧୬୩୨ ଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା।
ଏନେଇ ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ ଓ ସଞ୍ଜୟ ସାହୁ କୁହନ୍ତି, ମହାନଦୀ ବାଲୁକା ପଠା, ଶୀତଋତୁର ପରିବେଶ ଓ ଖାଦ୍ୟର ସୁବିଧା ବିଦେଶାଗତ ପକ୍ଷୀଙ୍କୁ ଟାଣି ଆଣୁଥିଲା। ପରିବେଶରୁ କିଛି ଗୋଟିଏ ନ ମିଳିଲେ ସେମାନଙ୍କ ପସନ୍ଦ ହେବନି। ଯାହା ଚଳିତ ବର୍ଷ ଦେଖା ଯାଇଛି ବୋଲି ଅନୁଭବ କରାଯାଉଛି। ବାଲିପଠା ନ ଥିବାରୁ ଇଣ୍ଡିଆନ ସ୍କିମର ପରି ବିଦେଶାଗତ ପକ୍ଷୀ ଆସି ଫେରି ଯାଇଥିବେ। ସେହିପରି ଭୟର ପରିବେଶ ଦେଖାଦେଲେ ଇଣ୍ଡିଆନ ସ୍କିମରଙ୍କୁ ଆଉ ଦେଖିବାକୁ ମିଳେନା। ଏହାର ବି ସମୀକ୍ଷା ହେବା ଦରକାର। ଏନେଇ ମହାନଦୀ ବନ୍ୟ ପ୍ରାଣୀ ବନଖଣ୍ଡର ଭାରପ୍ରାପ୍ତ ଅଧିକାରୀ କ୍ଷମା ଷଡ଼ଙ୍ଗୀ କୁହନ୍ତି, ଚଳିତ ବର୍ଷ ଇଣ୍ଡିଆନ ସ୍କିମର ସମେତ ବିଦେଶଗତ ପକ୍ଷୀଙ୍କୁ ଟିକରପଡ଼ା ସମ୍ମୁଖ ମାରଡା ବିଟ୍‌ ଅଞ୍ଚଳ ମହାନଦୀ ପଠାରେ ଦେଖିବାକୁ ମିଳିଛି। ପ୍ରାଥମିକ ସୂଚନା ଅନୁସାରେ ୫୮୬ ଇଣ୍ଡିଆନ ସ୍କିମର ଆସିଛନ୍ତି। ପକ୍ଷୀ ଗଣନା ପରେ ସବିଶେଷ ତଥ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri