ଆଉ ମିଳିଲାନି ରିମାଣ୍ଡ, ଜେଲ ଗଲେ ଅର୍ଚ୍ଚନା

ଭୁବନେଶ୍ୱର,୨୦।୧୨ (ବ୍ୟୁରୋ):ଦୀର୍ଘ ଦିନର ଜେରା, ଚଢ଼ାଉ ସହ ଥାନା ଓ ଫୋରେନ୍‌ସିକ୍‌ ଲାବ୍‌ରୁ ଦସ୍ତାବିଜ ପାଇବା ସତ୍ତ୍ୱେ ଏଯାଏ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର କାଣିଚାଏ ଗୁମର ଖୋଲିପାରି ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାତ୍ର କିଛି ଲକ୍ଷ ଟଙ୍କାର ବେଆଇନ କାରବାର ଧରିଥିଲେ ମଧ୍ୟ ରାଜ୍ୟର ଏହି ବଡ଼ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ଘଟଣାରେ ପ୍ରଭାବଶାଳୀ ନେତା, ଅଫିସର, ପୋଲିସ ଓ ବ୍ୟବସାୟୀଙ୍କ ସମ୍ପୃକ୍ତିର ପ୍ରମାଣ ପାଇପାରି ନାହିଁ। ଇତିମଧ୍ୟରେ ଅର୍ଚ୍ଚନାଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିଥିବାବେଳେ କୋର୍ଟ ଆଉ ରିମାଣ୍ଡ ଦେବାକୁ ମନା କରିଛନ୍ତି। ଏପରିସ୍ଥିତିରେ ବେଆଇନ ଆର୍ଥିକ କାରବାରରେ ବଡ଼ବଡ଼ିଆଙ୍କ ଲିଙ୍କ୍‌ ନେଇ ଇଡି ଅଧିକାରୀମାନେ ହାସଲ କରିଥିବା ତଥ୍ୟର ସତ୍ୟତା ଜାଣି ନ ପାରି ଦ୍ୱନ୍ଦ୍ୱରେ ପଡିଥିବା କୁହାଯାଉଛି। ରବିବାର ଅର୍ଚ୍ଚନାଙ୍କ ରିମାଣ୍ଡ ସରିବା ପରେ ସୋମବାର ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା। ଏହି ସମୟରେ ଅର୍ଚ୍ଚନାଙ୍କୁ ପୁଣି ଥରେ ତୃତୀୟ ପର୍ଯ୍ୟାୟ ପାଇଁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଇଡି କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାର ଶୁଣାଣି କରି ରିମାଣ୍ଡ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଅର୍ଚ୍ଚନା ପୁଣି ଥରେ ଝାରପଡ଼ା ଜେଲ ହାଜତକୁ ଫେରି ଯାଇଛନ୍ତି। ତେବେ କୋର୍ଟକୁ ପ୍ରବେଶ ସମୟରେ ଅର୍ଚ୍ଚନାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟା ରଖିବାକୁ ବାଧ୍ୟ କରିଥିଲେ। ‘ସବୁ କହିଛି, କହିବି, କାହାକୁ ଛାଡ଼ିବିନି’ ବୋଲି ଅର୍ଚ୍ଚନା କହିଥିଲେ। ହେଲେ ଅର୍ଚ୍ଚନା ସହଯୋଗ କରି ନ ଥିବା ଓ ଏହି ମାମଲାରେ କିଛି କହୁ ନ ଥିବା ଇଡି ସୂଚନା ଦେଉଥିବାରୁ ସନ୍ଦେହ ଦୃଢ଼ୀଭୂତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ୭ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ଆସି ଅର୍ଚ୍ଚନା ଚୁପ୍‌ ରହିଥିଲେ। ତେଣୁ ଆଉ ୨ ଦିନ ରିମାଣ୍ଡରେ ନେଇ କିଛି ପ୍ରମାଣ ପାଇବାକୁ ଇଡି ଆଶା ରଖିଥିଲା। ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଇଡିର ଯୋଜନା ଫେଲ୍‌ ମାରିଛି। ଅପରପକ୍ଷରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ୯ ଦିନିଆ ରିମାଣ୍ଡରୁ ଆଉ ୩ଦିନ ବାକି ରହିଛି। ସେ ଗତ ୧୪ ତାରିଖରୁ ରିମାଣ୍ଡରେ ଆସି ଜେରାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ବୁଧବାର ତାଙ୍କର ରିମାଣ୍ଡ ସରିବ। ଏହି ସମୟ ମଧ୍ୟରେ ଜଗବନ୍ଧୁଙ୍କଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଇଡି ଶେଷ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri