ବର୍ଷା ନାହିଁ: ଚାଷଜମି ଫାଟି ଆଁ

ରାଜନଗର,୧୨ା୭(ଭାସ୍କର ରାଉତରାୟ): ଜାତୀୟ ପାଣିପାଗ ସୂଚନା ଅନୁସାରେ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ହୋଇଥିଲା। ମୌସୁମୀର ଆଗମନ ଖବର ଚାଷୀଭାଇଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା। କିନ୍ତୁ ମୌସୁମୀ ଉଭ୍ଭାନ ହୋଇଯାଇଛି। ମାସେ ବିତି ଯାଇଥିଲେ ମଧ୍ୟ ବର୍ଷାର ନାଁ ଗନ୍ଧ ନାହିଁ । ଏପଟେ ଆଶାଢ଼ ସରିବାକୁ ବସିଲାଣି। ଚାଷୀ ଏହାକୁ ନେଇ ଆଶଙ୍କା ଭିତରେ ରହିଛନ୍ତି। ଯେଉଁଠି ଆଷାଢ଼ରେ ଚାଷଜମିରେ ଧାନ ତଳି ରୁଆ, ବେଉଷଣ ହେବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଆଷାଢରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଚାଷୀକୁଳ ଏବେ ହା ହୁତାଶରେ ଦିନ କାଟୁଛନ୍ତି।
ରାଜନଗରର ଗୌରାଙ୍ଗ ରାଉତ, କାଙ୍ଗାଳି ଚରଣ ପ୍ରଧାନ, ଉମେଶ ଚନ୍ଦ୍ର ଦାସ, ବାସୁଦେବ ସାହୁ, ବୁଦ୍ଧିରାମ ପ୍ରଧାନ ପ୍ରମୁଖ କ୍ଷୋଭ ଭରା କଣ୍ଠରେ କୁହନ୍ତିି ଯେ, ଦୀର୍ଘ କେତେବର୍ଷ ହେବ, ବିଳମ୍ବରେ ବର୍ଷା ହେଲେ ବି ଭଲ ମନ୍ଦରେ ଚାଷୀ ବିଲରେ ବୁଦା ମାରେ। ଠିକ୍‌ ଧାନ ସମୟରେ ଅଦିନିଆ ବର୍ଷା ତାଣ୍ଡବ ସାଜେ, ତଥାପି ଦୁଃଖ କଷ୍ଟେ ଧାନ ଗଣ୍ଡା ଅମଳ କରୁ।
ଚଳିତବର୍ଷ ରାଜନଗର ବ୍ଲକରେ ୧୮ ହଜାର ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ରଜ ପରେ ଚାଷୀମାନେ ଜମିରେ ବତୁରି ଧାନ ତଳି ରଜ ପରେ ପରେ ବୁଣିଥିଲେ। ବର୍ଷା ଅଭାବରୁ ତଳିଗୁଡିକ ଖରାରେ ନଷ୍ଟ ହେବାକୁ ବସିଲାଣି। ଆଷାଢରେ ଆଶା ଜନକ ବର୍ଷା ହୋଇଥିଲେ ଚାଷୀ ଆଛରା ତଳି ପକାଇ ତତ୍‌କାଳ ଜମିଗୁଡିକରେ ରୁଆ, ବେଉଷଣ କରିଥାନ୍ତେ। କିନ୍ତୁ ନିଅଁଟିଆ ବର୍ଷା ଯୋଗୁଁ ଚାଷୀମାନେ ଚାତକପକ୍ଷୀ ଭଳି ମୁକ୍ତ ଆକାଶକୁ ଚାହିଁ ବସିଛନ୍ତି। ଜୁନ୍‌ ୧୦ରେ ମୌସୁମୀ ଆଗମନ ଖବର ଏବଂ ଏବର୍ଷ ପାଞ୍ଜିକାରମାନଙ୍କ ଗଣନାରେ ୧୦୦ଦିନ ପାଳକ ଲେଖାଥିବା ବେଳେ ପ୍ରକୃତି କୃର ହେବାରେ ଲାଗିଛି। ଅବିଭକ୍ତ କଟକ ଜିଲାର ବଂଗୋପସାଗର ତଟବର୍ତ୍ତୀ ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ଏକଦା ଭାତହାଣ୍ଡି ଭାବରେ ସୁଖ୍ୟାତି ଅର୍ଜନ କରିଥିଲା। ବ୍ରିଟିଶ ଅମଳରୁ ଏଠିକାର ୮୦ଭାଗ ଲୋକେ ଚାଷ ଉପରେ ହିଁ ଆତ୍ମନିର୍ଭଶୀଳ। ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ବର୍ଷକରେ ମାତ୍ର ଖରିଫ ଧାନଚାଷ ଏଠିକାର ଜୀବନର ମାନଦଣ୍ଡ। ଦୀର୍ଘ ଦୁଇ ଦଶନ୍ଧି ଧରି ବଂଗୋପସାଗରରୁ ସୃଷ୍ଟି ଛୋଟ ବଡ଼ ବାତ୍ୟା ହେଉ ବା ସାମୁଦ୍ରିକ ଝଡ଼ ଚାଷୀଙ୍କ ମେରୁଦଣ୍ଡକୁ ଟାଣି ଓଟାରି ଭାଙ୍ଗିବାରେ ଲାଗିଛି। ତଥାପି ପ୍ରକୃତିର ତାଡନାକୁ ସହ୍ୟ କରି ଅଣ୍ଟା ସଳଖି ପ୍ରତିବର୍ଷ ଚାଷୀ ଚାଷ ପାଇଁ ଧାରକରଜ, କୃଷି ଋଣ ଆଦିକୁ ପାଥେୟ କରି ଚାଷ ପାଇଁ ଅଣ୍ଟା ଭିଡେ। କିନ୍ତୁ ପ୍ରକୃତିର ବିବର୍ତ୍ତମାନ, ବିଶ୍ୱତାପନ, ଜଳବାୟୁର ପରିବତ୍ତନ ଚାଷ ଉପରେ ଗୁରୁତର ପ୍ରଭାବ ଓ କାୟା ବିସ୍ତାର କରି ଚାଲିଛି। ଚାଷ ବିଳମ୍ବ ହେଉଥିବାରୁ ଏଠାକାର ବହୁ ଚାଷୀ ପରିବାର ପ୍ରତି ପୋଷଣ ପାଇଁ ଗୁପ୍ତି, ସାତଭାୟା, ତାଳଚୁଆ, ରାଜନଗରଠାରୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ମାଳମାଳ ବସ୍‌ ଯୋଗେ ବାଧ୍ୟ ହୋଇଯାଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri