ପ୍ରି-ବିଡିଂ ବୈଠକ ହୋଇନି

ଅନୁଗୋଳ ଅଫିସ, ୧୭ା୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ମାନବ ସମ୍ବଳ କାର୍ଯ୍ୟ ପାଇଁ କରାଯାଇଥିବା ପେପର ଟେଣ୍ଡରରେ କୌଣସି ଅନିୟମିତତା ହୋଇ ନ ଥିବା ସଫେଇ ଦିଆଯାଉଛି। ହେଲେ ଏକ ଠିକା ସଂସ୍ଥାକୁ ଏହି କାର୍ଯ୍ୟ ଦେବାକୁ ଚିକିତ୍ସାଳୟର କେତେଜଣ ଅଧିକାରୀ ଓ କର୍ମଚାରୀ କିପରି ଦଲାଲଙ୍କ ପ୍ରରୋଚନାରେ ଗୋଟିଏ ପରେ ଗୋଟିଏ ନିୟମର ଉଲ୍ଲଂଘନ କରିଛନ୍ତି ତାହାର ତଥ୍ୟ ପଦାକୁ ଆସିବାରେ ଲାଗିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇ-ଟେଣ୍ଡର କରାଯାଇ ନ ଥିବାବେଳେ ପ୍ରି-ବିଡିଂ ବୈଠକ ମଧ୍ୟ ହୋଇନାହିଁ। ଫଳରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ (ଏନ୍‌ଆର୍‌ଏଚ୍‌ଏମ୍‌)ର ଗାଇଡ୍‌ ଲାଇନ୍‌କୁ ଉଲ୍ଲଂଘନ କରାଯାଇଥିବା କେତେଜଣ ଆବେଦନକାରୀ ଅଭିଯୋଗ କରିଛନ୍ତି। ଅନ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିର୍ଦ୍ଦେଶ ପାଳନ ହେଉଥିବା ବେଳେ ଅନୁଗୋଳରେ ସ୍ବାସ୍ଥ୍ୟ ପ୍ରଶାସନ କିପରି ନିୟମ ବଦଳାଇ ଦେଉଛି ବୋଲି ବୁଦ୍ଧିଜୀବୀ ଓ ରାଜନେତାମାନେ ପ୍ରଶ୍ନ କରିଛନ୍ତି।
ଅନୁଗୋଳ ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମାନବ ସମ୍ବଳ ଯୋଗାଇବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଚିଠି ନଂ. ୪୨୧/୨୮ା୦୭ା୨୧ରେ ପେପର ଟେଣ୍ଡର ଡକାଯାଇଥିଲା। ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନରେ ଟେଣ୍ଡର ଖୋଲାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଟେଣ୍ଡର ଆହ୍ବାନ ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଟେଣ୍ଡର କମିଟି ବୈଠକ ଡକାଯାଇଛି ଓ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିଥିବା ମେଡିକାଲ ପ୍ରଶାସନ ପକ୍ଷରୁ କୁହାଯାଉଛି। କିନ୍ତୁ ପ୍ରକୃତରେ ଜୁଲାଇ ପୂର୍ବରୁ ଉକ୍ତ ଟେଣ୍ଡର କାର୍ଯ୍ୟ ସମାପନ ହେବା କଥା। କିନ୍ତୁ କାର୍ଯ୍ୟ ନେଇଥିବା ଏକ ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇବା ଉଦ୍ଦେଶ୍ୟରେ ମାସେ ଅଧିକ ଗଡ଼ାଯିବା ସହ ପୁନର୍ବାର ସେହି ସଂସ୍ଥାକୁ ଏହି ମାନବ ସମ୍ବଳ କାର୍ଯ୍ୟ ଟେକି ଦେବା ପାଇଁ ପୂର୍ବରୁ ସମସ୍ତ ଯୋଜନା କରାଯାଇଥିବା ଅଭିଯୋଗ ହେଉଛି। ସେହିପରି ଟେଣ୍ଡର ଆହ୍ବାନର ସପ୍ତାହକ ମଧ୍ୟରେ ଏକ ପ୍ରି-ବିଡିଂ ବୈଠକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡକାଯିବା କଥା। ଏଥିରେ ଟେଣ୍ଡରରେ ଅଂଶଗ୍ରହଣ କରୁଥିବା ଠିକାଦାରମାନେ ଯୋଗଦେଇ ଟେଣ୍ଡର ପେପରରେ ଅନିୟମିତତା ବା ତ୍ରୁଟି ଥିଲେ ସଂଶୋଧନ ପାଇଁ ପରାମର୍ଶ ଦେଇପାରିବେ ବୋଲି ଏନ୍‌ଆର୍‌ଏଚ୍‌ଏମ୍‌ ଗାଇଡ୍‌ ଲାଇନ୍‌ରେ ରହିଛି। କିନ୍ତୁ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏହାକୁ ପାଳନ କରିନାହାନ୍ତି। ସେହିଭଳି ଟେଣ୍ଡରରେ ଟର୍ନ ଓଭରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଷ୍ଟାର୍ଫ ନର୍ସଙ୍କ ପାଇଁ ଗୋଟିଏ ଓ ଅନ୍ୟମାନଙ୍କ ପାଇଁ ଆଉ ଏକ କାଟାଗୋରି କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ନିୟମ ଉଲ୍ଲଂଘନ କରୁଥିବା କେତେଜଣ ଆବେଦନକାରୀ ଅଭିଯୋଗ କରିଛନ୍ତି।
ସାନି ଟେଣ୍ଡର କରାଯାଉ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଟେଣ୍ଡରରେ ସ୍ବଚ୍ଛତା ନାହିଁ। ସରକାରଙ୍କ ନିର୍ଦ୍ଦେଶ ଓ ନିୟମକୁ ଏଠାରେ ଉଲ୍ଲଂଘନ କରାଯାଇଛି। ତେଣୁ ଏହାକୁ ବାତିଲ କରି ସାନି ଟେଣ୍ଡର କରାଯାଉ। ଗୋଟିଏ ଠିକା ସଂସ୍ଥାକୁ କାର୍ଯ୍ୟ ଦେବା ପାଇଁ ମେଡିକାଲ ପ୍ରଶାସନ ଏତେ ତତ୍ପର କାହିଁକି।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା, ଅନୁଗୋଳ
ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ
ଇ-ଟେଣ୍ଡର କରାଯାଇ ନାହିଁ। ପ୍ରି-ବିଡିଂ ବୈଠକ ଡକାଯାଇ ନାହିଁ। ଏଥିରୁ ମେଡିକାଲ କର୍ତ୍ତୃପକ୍ଷ ଦଲାଲମାନଙ୍କ କଥାରେ ଏହି ଟେଣ୍ଡର ଡାକିଥିବା ଜଣାପଡ଼ୁଛି। ଏହି ଟେଣ୍ଡରରେ ଫିକ୍ସି କରାଯାଇଥିବାରୁ ତୁରନ୍ତ ବାତିଲ ସହ ସାନି ଇ-ଟେଣ୍ଡର କରାଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ।
-ବିପ୍ଳବ ଜେନା, ସଭାପତି, ଅନୁଗୋଳ ଜିଲା କଂଗ୍ରେସ କମିଟି
ସ୍ବଚ୍ଛତା ରହିବା ବାଞ୍ଛନୀୟ
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜିଲା ଖଣିଜ ପ୍ରତିଷ୍ଠାନରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହାର ସୁବିନିଯୋଗ ସହ ସମସ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ରହିବା ବାଞ୍ଛନୀୟ। ଏଥିପାଇଁ ଜିଲା ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ। କୌଣସି ଅନିୟମିତତା ଆଦୌ ଗ୍ରହଣୀୟ ନୁହେଁ।
-ମାନସ ପାଳ, ସଚେତନ ନାଗରିକ, ଅନୁଗୋଳ
ନବୀକରଣ ଷଡ଼ଯନ୍ତ୍ର ହୋଇଥିଲା
ଦଲାଲମାନଙ୍କ ପ୍ରରୋଚନାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ ଚାଲିଛି। ମାନବ ସମ୍ବଳ କାର୍ଯ୍ୟ ପାଇଁ ଟେଣ୍ଡର ନ ଡାକି ତାହାକୁ ନବୀକରଣ କରାଯିବାର ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ତାହା ହୋଇ ନ ପାରିବାରୁ ଇ-ଟେଣ୍ଡର ନ କରି ପେପର ଟେଣ୍ଡର ମାଧ୍ୟମରେ ଠିକା ସଂସ୍ଥାକୁ କାର୍ଯ୍ୟ ଦେବାକୁ ଯୋଜନା କରାଯାଇଥିଲା।
-ସୁବୋଧ ମିଶ୍ର, ପୂବର୍ତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri