ମିଳୁନି ପୋଲିଓ ଟିକା, କାମ କରୁନି ଲିଫ୍ଟ

ଚମ୍ପୁଆ,୨୪।୫(ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଉପାନ୍ତ ଅଞ୍ଚଳ ଚମ୍ପୁଆ ସଦର ମହକୁମାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ୧୯୧୦ରେ ପ୍ରତିଷ୍ଠା ହୋଇଥିବା ଏହି ଚିକିତ୍ସାଳୟର ଗରିମା ଦିନକୁ ଦିନ କମିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳ ସମେତ ଝାଡ଼ଖଣ୍ଡ ଓ ମୟୂରଭଞ୍ଜର ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ସମସ୍ୟା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ଏହି ଚିକିତ୍ସାଳୟଟି ‘ମୋ ଡାକ୍ତରଖାନା’ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ଏହା ଫାଷ୍ଟରେଫରାଲ ମେଡିକାଲ ଭାବେ ପରିଚିତ। ଏହି ଚିକିତ୍ସାଳୟରେ ଅଢେଇ ମାସ ହେବ ଜନ୍ମିତ ଶିଶୁମାନଙ୍କ ପାଇଁ ପୋଲିଓ ଟିକା ଉପଲବ୍ଧ ନ ଥିବା ବେଳେ ବାଧ୍ୟହୋଇ ଅନ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତର ଓ ନର୍ସମାନଙ୍କ ପାଇଁ ୨ଟି ଲିଫ୍ଟ୍‌ ରହିଥିବା ବେଳେ ୬ ମାସ ହେବ ତାହା ଖରାପ ହୋଇପଡ଼ିଛି। ଫଳରେ ରୋଗୀ ସେବାରେ ଏହା ଏକ ପ୍ରକାର ବାଧା ସୃଷ୍ଟି କରୁଛି। ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁଙ୍କୁ ପଚାରିବାରୁ ଟିକା ପାଇଁ ଇଣ୍ଡେଣ୍ଟ ଦିଆଯାଇଛି। ଜିଲା ମୁଖ୍ୟାଳୟରେ ଟିକା ଷ୍ଟକ ନ ଥିବାରୁ ପହଞ୍ଚତ୍ବାରେ ବିଳମ୍ବ ହେଉଛି ବୋଲି କହିଛନ୍ତି। ସେହିପରି ଲିଫ୍ଟ ମରାମତି ପାଇଁ ୩ ଲକ୍ଷରୁ ଊଦ୍ଧ୍ୱର୍ର୍ ଟଙ୍କା ଅବଶ୍ୟକ ଥିବା ବେଳେ ମରାମତି ବାବଦକୁ ଖର୍ଚ୍ଚ ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।