କେହି ମାନିଲେନି ଗାଇଡ୍‌ଲାଇନ୍‌, ବୋହି ନେଲେ ମଦ

କୋରାପୁଟ,୧୬ା୩(ଅମିତାଭ ବେହେରା): ହୋଲି ସାରାଦେଶରେ ମହାଆଡ଼ମ୍ବରରେ ପାଳିତ ହୋଇଥିବା ବେଳେ ଅବକାରୀ ବିଭାଗ ଓ ମଦ ବ୍ୟବସାୟୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରୀ ନିୟମକୁ ଫୁ’ କରି ଦେଇ ସହରର ସମସ୍ତ ମଦ ଦୋକାନ ଖୋଲାରହିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ହୋଲି ପର୍ବ ଏକ ମହାନ ପର୍ବ ହୋଇଥିବା ବେଳେ ଏହି ପର୍ବ ସାରାଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ କୋରାପୁଟ ସହର ମଧ୍ୟ ଏହିରୁ ବାଦ୍‌ ପଡ଼ିନାହିଁ , କିନ୍ତୁ ଏହ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବା ନିମନ୍ତେ ସବୁସ୍ତରରେ ଉଦ୍ୟମ ଜାରି ରହିଥାଏ , ତେବେ ଏହି ଉତ୍ସବ ଶିଶୁଠାରୁ ବୃଦ୍ଧ, ବୃଦ୍ଧା, ବାଳିକା, ମହିଳା ଏମିତିକି ଜାତିଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ଏହାକୁ ପାଳନ କରନ୍ତ। ଏହି ଦିବସରେ ମଦ୍ୟପାନ ଜନିତ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସରକାରଙ୍କ ପକ୍ଷରୁ ଆଜି ଦିନକ ପାଇଁ ମଦ ଦୋକାନ ବନ୍ଦ କରିବା ନିମନ୍ତେ ନିର୍ଦେଶ ଥିବା କୁହାଯାଉଛି। ହେଲେ ଅସାଧୁ ବ୍ୟବସାୟୀ ଓ ଅବକାରୀ ବିଭାଗର ସଲାସୁତୁରାରେ ସହରର ସମସ୍ତ ମଦ ଦୋକାନ ବନ୍ଦ ପରିବର୍ତ୍ତେ ଖୋଲା ରଖା ଯାଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ବସ୍‌ଷ୍ଟାଣ୍ଡରେ ଥିବା ଠିପି ବନ୍ଦ ମଦଦୋକାନ ପାଖରେ ଯିଏ ଖୋଲି ପିଇବ ତାକୁ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ଲେଖାଥିଲେ ବି ମଦ ଦୋକାନ ଆଗରେ ମଦ ପିଉଥିବା ଏବଂ ନିୟମ ଉଲଂଘନ କରି ମଦ ବିକ୍ରି କରିବା ଘଟଣା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବସ୍‌ଷ୍ଟାଣ୍ଡ ଉପରେ ଏହି ଦୋକାନ ରହିଥିବାରୁ ଦିନ ଦ୍ୱିପ୍ରହରରେ ଖୋଲା ଖୋଲି ମଦ୍ୟ ପାନ କରାଯାଉଥିବାରୁ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀଙ୍କୁ ଜଣାଇବାର ଅଧଘଣ୍ଟା ପରେ ବସ୍‌ଷ୍ଟାଣ୍ଡ ମଦ ଦୋକାନ ବନ୍ଦ ହୋଇଥିବା ବେଳେ ଅନ୍ୟ ଠିପି ବନ୍ଦ ମଦ ଦୋକାନଗୁଡ଼ିକ ଖୋଲା ରହିଥିଲା। ଜିଲାପାଳ ଏଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲାରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri