ଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି, ଗୁଳିମାରିଲେ ବି ଯିବି: ପାଣ୍ଡିଆନ

ଭୁବନେଶ୍ୱର,୨୨ା୨(ଅନିଲ ଦାସ)-ମତେ ଅଣ୍ଡା, ଚପଲ, କାଳି, ଟମାଟୋମାଡ଼ କର କି ଗୁଳିମାଡ଼ କର, କିଛି ଫରକ ପଡ଼ିବନି। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ କାମ କରିବି । ଖରାରେ ୧୦ ହଜାର ଲୋକ ଅପେକ୍ଷା କରିଛନ୍ତି । ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ସହ ହାତ ମିଶାଇଲେ ଖୁସି ଲାଗୁଛି । ସେଥିପାଇଁ କିଏ ଟମାଟୋ ଫିଙ୍ଗିବ ବୋଲି ଅଟକିବାର ନାହିଁ । ବହୁତ ଲୋକ ଆସିବେ, ମଞ୍ଚ ଉପରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯିବେ । କେହି କିଛି କାମ କରିବେ ନାହିଁ । ମୁଁ କିନ୍ତୁ ସେମିତି ଲୋକ ନୁହଁ । ମୁଁ ଲୋକଙ୍କ କାମ କରିବା ପାଇଁ ଆସିଛି ଓ ଆସୁଥିବି । ଚପଲ, ଅଣ୍ଡା ଓ କାଳିମାଡ଼ ଅଟକାଇପାରିବ ନାହିଁ । ଗଞ୍ଜାମ ଜିଲା ବେଲଗୁଣ୍ଠାଠାରେ ଆୟୋଜିତ ସାଧାରଣ ସଭାରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିରୋଧୀମାନଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ।

ଗୁରୁବାର ପାଣ୍ଡିଆନ ଗଞ୍ଜାମ ଜିଲା ଗସ୍ତରେ ଯାଇଥିବା ବେଲଗୁଣ୍ଠାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ସେ ସଭାସ୍ଥଳକୁ ପ୍ରବେଶ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ଅଚାନକ ଧସେଇଆସି ଏକ ଟମାଟୋ ତାଙ୍କ ଉପରକୁ ଫୋପାଡ଼ିଥିଲେ। ଦୁର୍ବୃତ୍ତକୁ ତୁରନ୍ତ ସଭାରେ ଥିବା ଲୋକେ ଓ ପୋଲିସ କାବୁ କରିନେଇଥିଲେ। ଟମାଟୋ ଫୋପାଡ଼ିବା ବେଳେ ସମ୍ପୃକ୍ତ ଯୁବକ ହାତରେ କଂଗ୍ରେସର ଏକ ଛୋଟିଆ ପତାକା ଧରିଥିବା ଦେଖିବାକୁ ମିଳିଥିଲା ।

ସମ୍ପୃକ୍ତ ଦୁର୍ବୃତ୍ତଙ୍କ ଟମାଟୋମାଡ଼ ସତ୍ତ୍ବେ ପାଣ୍ଡିଆନ ସାମାନ୍ୟ ବିଚଳିତ ମଧ୍ୟ ହୋଇ ନ ଥିଲେ । ଚିରାଚରିତ ଭାବେ ସେ ହସହସ ମୁହଁରେ ଲୋକଙ୍କୁ ହାତ ମିଶାଇଥିଲେ ଓ ସେମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ମଞ୍ଚ ଉପରକୁ ଆସି ଜୟ ଜଗନ୍ନାଥ ଓ ଜୟ ମା’ ତାରାତାରିଣୀ କହି ବେଲଗୁଣ୍ଠା ଏବଂ ସୋରଡ଼ା ଅଞ୍ଚଳର ବିକାଶ ସମ୍ପର୍କିତ ଚିଠା ଉପସ୍ଥାପନ କରିଥିଲେ। ପରେ ସେ ଶେରଗଡ଼, କୁକୁଡ଼ାଖଣ୍ଡି ଓ ପାତ୍ରପୁରରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସବୁଠି ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri