ଅଫିସ୍‌ ସମୟକୁ ଆଉ କେହି ଠକିପାରିବେନି: ଏଆଇ କ୍ୟାମେରା ଧରାଇବ ସରକାରୀ ବାବୁଙ୍କ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର):ସରକାରୀ ଅଧିକାରୀମାନଙ୍କ ଅଫିସ୍‌ ଆସିବା ଏବଂ ଯିବା ସମୟକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଅଫିସ୍‌ ଯିବା ଆଉ ଆସିବା ସମୟରେ ଅଧିକାରୀମାନେ ଯେପରି ଠକି ନ ପାରିବେ ତାହା ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଛୋଟଠାରୁ ଆରମ୍ଭକରି ବଡ଼ବାବୁମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏଣିକି ଅଫିସ୍‌ ସମୟକୁ ମାନିବାକୁ ବାଧ୍ୟ। ଏଥିଲାଗି ସରକାର ସବୁ ବିଭାଗରେ ବାୟୋମେଟ୍ରିକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଆହୁରି ମଧ୍ୟ କହିଛନ୍ତି, ଏଯାଏଁ କୌଣସି ବିଭାଗ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଗୁରୁବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ମେମୋରାଣ୍ଡମ ପ୍ରକାଶ ପାଇଛି।
ସେଥିରେ ଉଲ୍ଲେଖ କରାଯାଇଛି, ସରକାର ସମୟାନୁବର୍ତ୍ତିତାକୁ ଏଣିକି ଗୁରୁତ୍ୱ ଦେଇଛନ୍ତି। ସୁଶାସନ ଲାଗି ଏହା ହେଉଛି ପ୍ରଥମ ଦାୟିତ୍ୱ। ଅଧିକାରୀମାନଙ୍କ ଯଥା ସମୟରେ ଅଫିସ୍‌ ପହଞ୍ଚିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଯାହା ସରକାରଙ୍କ ସମୟ ରହିଛି ତା’ ପୂର୍ବରୁ ଅଧିକାରୀମାନେ ଅଫିସ୍‌ରେ ପହଞ୍ଚିବାକୁ ବାଧ୍ୟ। ଏହା ତଳିଆ କର୍ମଚାରୀଙ୍କଠାରୁ ଉଚ୍ଚପଦସ୍ଥ ଅଫିସରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରିବେ। ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କ ସଂଖ୍ୟା କମାଇବା ଲାଗି ବିଭାଗଗୁଡିକ ଏଣିକି ବାୟୋମେଟ୍ରିକ୍‌ ବ୍ୟବସ୍ଥା ଆରମ୍ଭ କରିବେ। ଏହା ଏ ପର୍ଯ୍ୟନ୍ତ କୌଣସି ବିଭାଗରେ ଲଗାଯାଇ ନାହିଁ। ବାୟୋମେଟ୍ରିକ୍‌ ମେଶିନ ଯେପରି ଠିକ୍‌ ଭାବେ କାର୍ଯ୍ୟ କରିବ ତାହା ବିଭାଗର ଦାୟିତ୍ୱ। ଏନ୍‌ଆଇସି ଦ୍ୱାରା ଡେଭଲପ୍‌ କରାଯାଇଥିବା ପୋର୍ଟାଲ ସହ ଉକ୍ତ ବାୟୋମେଟ୍ରିକ୍‌ ଆଟେଣ୍ଟାନ୍ସ ସଂଯୋଗ କରାଯିବ। ବିଭାଗ ପକ୍ଷରୁ ଜଣେ ଅଧିକାରୀ ଏହି ଦାୟିତ୍ୱରେ ରହିବେ। ସବୁ କର୍ମଚାରୀ ଏବଂ ଅଧିକାରୀମାନେ ଅଫିସ୍‌ ଆସିବା ଏବଂ ଯିବା ସମୟରେ ବାୟୋମେଟ୍ରିକ୍‌ରେ ନିଜ ରେକର୍ଡିଂକରି ଯିବେ। ଯଦି କେହି ଯିବା ସମୟରେ କେହି ବାୟୋମେଟ୍ରିକ୍‌ରେ ନିଜ ରେକର୍ଡିଂ ନ କରି ଚାଲିଯାଆନ୍ତି, ତେବେ ସେହିଦିନକୁ ଛୁଟିଦିନ ଭାବେ ଗଣାଯିବ। ରୋଷ୍ଟର ବେସିସ୍‌ରେ ଯଦି କେହି ଅଫିସ୍‌ ଆସନ୍ତି ତେବେ ବିଭାଗ ଏନେଇ ଅର୍ଡର ଜାରି କରିବେ। ଯଦି ମାସରେ କେହି ୩ ଦିନ ୩୦ ମିନିଟ୍‌ ବିଳମ୍ବରେ ଅଫିସ୍‌ ଆସନ୍ତି ତେବେ ତାଙ୍କ ଲିଭ୍‌ ଆକାଉଣ୍ଟରୁ ଗୋଟିଏ ଦିନ ମାଇନସ୍‌ କରାଯିବ। ଅନେକ କର୍ମଚାରୀ ବିଳମ୍ବିତ ସା ପର୍ଯ୍ୟନ୍ତ ସରକାରଙ୍କ କାମ କରୁଥିବା ଲକ୍ଷ୍ୟ କରାଯାଉଛି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଜଣେ କର୍ମଚାରୀ ପ୍ରତିଦିନ ଅତିକମ୍‌ରେ ସାଢେ ୭ ଘଣ୍ଟା ପାଇଁ କାର୍ଯ୍ୟ କରିବେ। ଯଦି ଅଫିସ୍‌ କାମରେ କେହି ବାହାରକୁ ଗସ୍ତ କରିଥାଆନ୍ତି ସେମାନଙ୍କ କ୍ଷେତ୍ରରେ ଅଫିସ୍‌ ଆସିବା ଏବଂ ଯିବା ବ୍ୟବସ୍ଥା ଯାହା କରାଯାଉଛି ତାକୁ ଲାଗୁ କରାଯିବ ନାହିଁ। ହେଲେ ଅଫିସ୍‌ ଗସ୍ତ କରିବା ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ ଅର୍ଡର ଜାରି କରାଯିବା ଦରକାର। ଯେଉଁ ଅଧିକାରୀମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଲାଗି ଏହି ନିୟମ ଲାଗୁ କରାଯିବ ନାହିଁ।
ସରକାର ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରିବେ। ଏହାସହ କର୍ମଚାରୀଙ୍କ ଲାଗି ଆର୍‌ଆଇଡିଏଫ୍‌ ଆଇକାର୍ଡ ପ୍ରସ୍ତୁତ କରିବେ, ଯାହାଦ୍ୱାରା ସମସ୍ତଙ୍କ ଅଫିସ୍‌ ଆଟେଣ୍ଡାନ୍ସର ସବୁ ତଥ୍ୟ ଜଣାପଡ଼ିଯିବ। ଏହା ପ୍ରାଥମିକ ଭାବେ ଲୋକସେବା ଭବନ ଏବଂ ଖାରବେଳ ଭବନରେ ଆରମ୍ଭ କରାଯିବ। ଏହାପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥା ଚାଲୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri