ଅଫିସ୍‌ ସମୟକୁ ଆଉ କେହି ଠକିପାରିବେନି: ଏଆଇ କ୍ୟାମେରା ଧରାଇବ ସରକାରୀ ବାବୁଙ୍କ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର):ସରକାରୀ ଅଧିକାରୀମାନଙ୍କ ଅଫିସ୍‌ ଆସିବା ଏବଂ ଯିବା ସମୟକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଅଫିସ୍‌ ଯିବା ଆଉ ଆସିବା ସମୟରେ ଅଧିକାରୀମାନେ ଯେପରି ଠକି ନ ପାରିବେ ତାହା ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଛୋଟଠାରୁ ଆରମ୍ଭକରି ବଡ଼ବାବୁମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏଣିକି ଅଫିସ୍‌ ସମୟକୁ ମାନିବାକୁ ବାଧ୍ୟ। ଏଥିଲାଗି ସରକାର ସବୁ ବିଭାଗରେ ବାୟୋମେଟ୍ରିକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଆହୁରି ମଧ୍ୟ କହିଛନ୍ତି, ଏଯାଏଁ କୌଣସି ବିଭାଗ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଗୁରୁବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ମେମୋରାଣ୍ଡମ ପ୍ରକାଶ ପାଇଛି।
ସେଥିରେ ଉଲ୍ଲେଖ କରାଯାଇଛି, ସରକାର ସମୟାନୁବର୍ତ୍ତିତାକୁ ଏଣିକି ଗୁରୁତ୍ୱ ଦେଇଛନ୍ତି। ସୁଶାସନ ଲାଗି ଏହା ହେଉଛି ପ୍ରଥମ ଦାୟିତ୍ୱ। ଅଧିକାରୀମାନଙ୍କ ଯଥା ସମୟରେ ଅଫିସ୍‌ ପହଞ୍ଚିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଯାହା ସରକାରଙ୍କ ସମୟ ରହିଛି ତା’ ପୂର୍ବରୁ ଅଧିକାରୀମାନେ ଅଫିସ୍‌ରେ ପହଞ୍ଚିବାକୁ ବାଧ୍ୟ। ଏହା ତଳିଆ କର୍ମଚାରୀଙ୍କଠାରୁ ଉଚ୍ଚପଦସ୍ଥ ଅଫିସରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରିବେ। ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କ ସଂଖ୍ୟା କମାଇବା ଲାଗି ବିଭାଗଗୁଡିକ ଏଣିକି ବାୟୋମେଟ୍ରିକ୍‌ ବ୍ୟବସ୍ଥା ଆରମ୍ଭ କରିବେ। ଏହା ଏ ପର୍ଯ୍ୟନ୍ତ କୌଣସି ବିଭାଗରେ ଲଗାଯାଇ ନାହିଁ। ବାୟୋମେଟ୍ରିକ୍‌ ମେଶିନ ଯେପରି ଠିକ୍‌ ଭାବେ କାର୍ଯ୍ୟ କରିବ ତାହା ବିଭାଗର ଦାୟିତ୍ୱ। ଏନ୍‌ଆଇସି ଦ୍ୱାରା ଡେଭଲପ୍‌ କରାଯାଇଥିବା ପୋର୍ଟାଲ ସହ ଉକ୍ତ ବାୟୋମେଟ୍ରିକ୍‌ ଆଟେଣ୍ଟାନ୍ସ ସଂଯୋଗ କରାଯିବ। ବିଭାଗ ପକ୍ଷରୁ ଜଣେ ଅଧିକାରୀ ଏହି ଦାୟିତ୍ୱରେ ରହିବେ। ସବୁ କର୍ମଚାରୀ ଏବଂ ଅଧିକାରୀମାନେ ଅଫିସ୍‌ ଆସିବା ଏବଂ ଯିବା ସମୟରେ ବାୟୋମେଟ୍ରିକ୍‌ରେ ନିଜ ରେକର୍ଡିଂକରି ଯିବେ। ଯଦି କେହି ଯିବା ସମୟରେ କେହି ବାୟୋମେଟ୍ରିକ୍‌ରେ ନିଜ ରେକର୍ଡିଂ ନ କରି ଚାଲିଯାଆନ୍ତି, ତେବେ ସେହିଦିନକୁ ଛୁଟିଦିନ ଭାବେ ଗଣାଯିବ। ରୋଷ୍ଟର ବେସିସ୍‌ରେ ଯଦି କେହି ଅଫିସ୍‌ ଆସନ୍ତି ତେବେ ବିଭାଗ ଏନେଇ ଅର୍ଡର ଜାରି କରିବେ। ଯଦି ମାସରେ କେହି ୩ ଦିନ ୩୦ ମିନିଟ୍‌ ବିଳମ୍ବରେ ଅଫିସ୍‌ ଆସନ୍ତି ତେବେ ତାଙ୍କ ଲିଭ୍‌ ଆକାଉଣ୍ଟରୁ ଗୋଟିଏ ଦିନ ମାଇନସ୍‌ କରାଯିବ। ଅନେକ କର୍ମଚାରୀ ବିଳମ୍ବିତ ସା ପର୍ଯ୍ୟନ୍ତ ସରକାରଙ୍କ କାମ କରୁଥିବା ଲକ୍ଷ୍ୟ କରାଯାଉଛି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଜଣେ କର୍ମଚାରୀ ପ୍ରତିଦିନ ଅତିକମ୍‌ରେ ସାଢେ ୭ ଘଣ୍ଟା ପାଇଁ କାର୍ଯ୍ୟ କରିବେ। ଯଦି ଅଫିସ୍‌ କାମରେ କେହି ବାହାରକୁ ଗସ୍ତ କରିଥାଆନ୍ତି ସେମାନଙ୍କ କ୍ଷେତ୍ରରେ ଅଫିସ୍‌ ଆସିବା ଏବଂ ଯିବା ବ୍ୟବସ୍ଥା ଯାହା କରାଯାଉଛି ତାକୁ ଲାଗୁ କରାଯିବ ନାହିଁ। ହେଲେ ଅଫିସ୍‌ ଗସ୍ତ କରିବା ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ ଅର୍ଡର ଜାରି କରାଯିବା ଦରକାର। ଯେଉଁ ଅଧିକାରୀମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଲାଗି ଏହି ନିୟମ ଲାଗୁ କରାଯିବ ନାହିଁ।
ସରକାର ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରିବେ। ଏହାସହ କର୍ମଚାରୀଙ୍କ ଲାଗି ଆର୍‌ଆଇଡିଏଫ୍‌ ଆଇକାର୍ଡ ପ୍ରସ୍ତୁତ କରିବେ, ଯାହାଦ୍ୱାରା ସମସ୍ତଙ୍କ ଅଫିସ୍‌ ଆଟେଣ୍ଡାନ୍ସର ସବୁ ତଥ୍ୟ ଜଣାପଡ଼ିଯିବ। ଏହା ପ୍ରାଥମିକ ଭାବେ ଲୋକସେବା ଭବନ ଏବଂ ଖାରବେଳ ଭବନରେ ଆରମ୍ଭ କରାଯିବ। ଏହାପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥା ଚାଲୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri